ଟେକ୍

ହ୍ୱାଟ୍ସଆପ୍‌ ରିଲିଜ କରୁଛି ନୂଆ ଫିଚର ! ଏବେ ନିଜକୁ କରିପାରିବେ ମେସେଜ

ହ୍ୱାଟ୍ସଆପ ଆଣିପାରେ ନୂଆ ଫିଚର । ୟୁଜର୍ସଙ୍କ ଏକ୍ସପିରିୟନ୍ସକୁ ଉନ୍ନତ କରିବା ସହିତ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପକୁ ଆହୁରି ଲୋକପ୍ରିୟ କରାଇବା ପାଇଁ କମ୍ପାନୀ ଦିନକୁ ଦିନ ନୂଆ ନୂଆ ଆକର୍ଷଣୀୟ ଫିଚର ଆଣୁଛି। ୟୁଜର୍ସଙ୍କ ସୁବିଧାକୁ ଦେଖି ହ୍ୱାଟ୍ସଆପରେ ନୂଆ ଫିଚର ଯୋଡ଼ୁଛି କମ୍ପାନୀ। ଏହି ପର୍ଯ୍ୟାୟରେ, ବର୍ତ୍ତମାନ ହ୍ୱାଟ୍ସଆପ ଅନ୍ୟ ଏକ ନୂଆ ଫିଚର୍ସ ‘ମେସେଜ ୟୋରସେଲ୍ଫ’ ଉପରେ କାମ କରୁଛି । ଏହି ଅଫିସିଆଲ୍ ଫିଚର ଜରିଆରେ ହ୍ୱାଟ୍ସଆପରେ ଆପଣ ନିଜକୁ ମେସେଜ୍ କରିପାରିବେ । ବର୍ତ୍ତମାନ ହ୍ୱାଟ୍ସଆପ୍ ଏହି ନୂଆ ଫିଚରର ଟେଷ୍ଟ କରୁଛି । ଏହି ନୂଆ ଫିଚରକୁ ଏବେ କେବଳ ଆଣ୍ଡ୍ରଏଡ୍ ବିଟା ୟୁଜର୍ସଙ୍କ ପାଇଁ ଜାରି କରାଯାଇଛି ।

ଏହି ଫିଚର୍ସ ବର୍ତ୍ତମାନ କେବଳ ଆଣ୍ଡ୍ରଏଡ୍ ବିଟା ବ୍ୟବହାରକାରୀଙ୍କ ପାଇଁ ପ୍ରକାଶିତ ହୋଇଛି ।ଏହା ଶୀଘ୍ର ସମସ୍ତ ଉପଭୋକ୍ତାମାନଙ୍କ ସହିତ ପରିଚିତ ହେବ । ତେବେ ପୂର୍ବରୁ କୁହାଯାଉଥିଲା ଏହି ଫିଚର ଅପଡେଟ ହେଲା ପରେ ଗ୍ରୁପରେ ମେସେଜ କରିବା ପରେ ଆପଣଙ୍କ ନମ୍ବର ସହ ଫଟୋ ଦେଖାଯିବ । ବର୍ତ୍ତମାନ ହ୍ୱାଟ୍ସଆପ ଏହି ଫିଚର ଉପରେ କାମ କରୁଛି ।

ହ୍ୱାଟ୍ସଆପର ନୂଆ ଫିଚର୍ସ ଟ୍ରାକିଂ ୱେବସାଇଟ୍ WABetaInfo ଏହି ବିଷୟରେ ସୂଚନା ଦେଇଛି । WABetaInfo ସୂଚନା ପ୍ରଦାନ କରୁଥିବା ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛି । ସ୍କ୍ରିନସଟରେ ME ନାମକ ଏକ ଚାଟ୍ ବକ୍ସ ଦୃଶ୍ୟମାନ ହେଉଛି , ଯେଉଁଥିରେ ଉପଭୋକ୍ତାମାନେ ନିଜକୁ ମେସେଜ ପଠାଇବାକୁ ସମର୍ଥ ହେବେ । ଏହି ଫିଚର୍ସ ଠିକ୍ ସେହିପରି କାମ କରେ ଯେପରି ଆପଣ ଅନ୍ୟ କାହାକୁ ମେସେଜ ପଠାଉଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି କି ମେସେଜ୍ ୟୋରସେଲ୍ଫ ଫିଚରକୁ ଆଣ୍ଡ୍ରଏଡରେ ୨.୨୨.୨୪.୨ ବିଟା ଅପଡେଟ୍ ସହିତ ରୋଲ୍ ଆଉଟ୍ କରାଯିବ। ଏହା ପ୍ରଥମ ଥର ନୁହେଁ କି ହ୍ୱାଟ୍ସଆପ ୟୁଜର୍ସଙ୍କୁ ନିଜ ନମ୍ବରରେ ହିଁ ମେସେଜ୍ ପଠାଇବାର ଫ୍ୟାସିଲିଟି ଦେଉଛି । ଏହା ପୂର୍ବରୁ ମଧ୍ୟ ଆପଣ ଏମିତି କରିପାରୁଥିଲେ, କିନ୍ତୁ ସେବେ ଏହାର ପ୍ରୋସେସ୍ ଏତେ ସହଜ ନଥିଲା ।

ଏଣିକି ମେସେଜ୍ ୟୋରସେଲ୍ଫ ଫିଚର ଜରିଆରେ ଆପଣ ସହଜରେ ନିଜକୁ ନୋଟ୍ସ, ମେସେଜ୍, ମିଡିଆ ଏବଂ ଜରୁରି ଡକ୍ୟୁମେଣ୍ଟ୍ସ ମଧ୍ୟ ପଠାଇପାରିବେ । କେବଳ ଏତିକି ନୁହେଁ, ଏହି ଫିଚର ଜରିଆରେ ୟୁଜର୍ସଙ୍କୁ ନିଜ ପ୍ରାଇଭେଟ୍ ଏବଂ ଜରୁରି ମେସେଜ୍ ସେଭ୍ କରିବାରେ ମଧ୍ୟ ସାହାଯ୍ୟ ହେବ । ଆପଣଙ୍କୁ କହିରଖୁଛୁ କି କମ୍ପାନୀ ଏହି ଫିଚର ବ୍ୟତୀତ ପ୍ରୋଫାଇଲ୍ ଫଟୋ ୱିଥ୍ ଇନ୍ ଗ୍ରୁପ୍ ଚାଟ୍ ଏବଂ ଫରୱାର୍ଡ ମିଡିଆ ୱିଦ୍ କ୍ୟାପ୍ସନ ଭଳି ଫିଚର୍ସ ଉପରେ ମଧ୍ୟ କାମ କରୁଛି । ଖୁବ୍ ଶୀଘ୍ର ଏହାକୁ ରୋଲଆଉଟ୍ କରିପାରେ କମ୍ପାନୀ । ସେହିପରି ହ୍ୱାଟ୍ସଆପରେ ଗ୍ରୁପ୍ ଚାଟ କଲେ ଗ୍ରୁପ ସଦସ୍ୟଙ୍କର ନମ୍ବର କିମ୍ବା ସେଭ୍ ଥିବା ନାଁ ଦେଖାଯାଏ। ହେଲେ ଏବେ ଚାଟ୍ ସହ ଗ୍ରୁପ ସଦସ୍ୟଙ୍କର ଫଟୋ ବି ଦେଖାଯିବ। ଅର୍ଥାତ୍ ଗ୍ରୁପରେ ମେସେଜ କରିବା କିମ୍ବା ରିପ୍ଲାଏ କରୁଥିବା ବ୍ୟକ୍ତିଙ୍କ ଫଟୋ ମଧ୍ୟ ଅନ୍ୟ ସଦସ୍ୟମାନଙ୍କୁ ଦେଖାଯିବ। ହ୍ୱାଟ୍ସଆପର ଏହି ଲାଟେଷ୍ଟ ଫିଚର ଉପରେ ବର୍ତ୍ତମାନ କାମ କରୁଛି ।

Barsha

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

8 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago