ସ୍ମାର୍ଟଫୋନ ୟୁଜରଙ୍କ ପାଇଁ ଖୁସି ଖବର, ହ୍ଵାଟସ୍ ଆପ୍‌ରେ ଲଞ୍ଚ ହେବ ନୂଆ ଡବଲ୍ ଟ୍ୟାପ୍ ଫିଚର

ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଇଁ ହ୍ଵାଟସ୍‌ ଆପ ସବୁ ଠାରୁ ଅଧିକ ବ୍ୟବହାର କରାଯାଉଥିବା ଆପ୍‌ । ବିଶ୍ୱର ୨ ବିଲିୟନରୁ ଅଧିକ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ହ୍ଵାଟସ୍ ଆପ୍ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଲଞ୍ଚ କରୁଛି । ଏବେ ଏମିତି ଏକ ନୂଆ ଫିଚର ଲଞ୍ଚ କରାଯାଇଛି, ଯାହା ଆପଣଙ୍କ ପାଇଁ ବେଷ୍ଟ ହେବ । ତେବେ ପୂର୍ବରୁ ମଧ୍ୟ ହ୍ଵାଟସ୍‌ ଆପ ବିଭିନ୍ନ ପ୍ରକାରର ଫିଚର ଲଞ୍ଚ କରିଛି । କିନ୍ତୁ ଏବେ ଏହି ଫିଚରଟି ଲୋକଙ୍କ ପାଇଁ ବହୁତ ଭଲ ଇପଯୋଗୀ ହେବ । ତାହେଲେ ଆସନ୍ତୁ ସେହି ନୂଆ ଆପ୍‌ ବିଷୟରେ ଜାଣିବା ।

ୱାବେଟାନଫୋ ଏକ ଲୋକପ୍ରିୟ ୱେବସାଇଟ୍ ଯାହା ହ୍ଵାଟସ୍ ଆପ୍‌ର ଅପଡେଟ୍ ଏବଂ ଅପ୍‌କମିଂ ଫିଚର ଉପରେ ସୂଚନା ଦିଏ । ତେବେ ୱେବସାଇଟ୍ ସୂଚନା ଅନୁଯାୟୀ, ଆଣ୍ଡ୍ରଏଡ୍ ୨, ୨୪, ୧୫, ୯ ଅପଡେଟ୍ ପାଇଁ ହ୍ଵାଟସ୍ ଆପ୍‌ରେ ଏହି ଫିଚର ଦେଖିବାକୁ ମିଳିବ । ଏପରି ଭାବେ ହ୍ଵାଟସ୍ ଆପ୍‌ରେ ଆସୁଥିବା ସମସ୍ତ ମ୍ୟାସେଜକୁ ଆପଣ ଟ୍ରାନ୍ସଲେଟ୍‌ କରିପାରିବେ । ଅପ୍‌ମକିଂ ଫିଚର ସମ୍ବନ୍ଧରେ ୱାବେଟାନଫୋ ଦ୍ୱାରା ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରାଯାଇଛି । ଏଥିରେ ଦେଖାଯାଇଛି ଯେ କିପରି ଆପଣ ହ୍ଵାଟସ୍ ଆପ୍‌ରେ ଟ୍ରାନ୍ସଲେଟ୍‌ କରିପାରିବେ । ଏହା ବ୍ୟତୀତ ଏଥିରେ ଏକ ଟୋଗଲ୍ ଦିଆଯିବ, ଯାହା ସାହାଯ୍ୟରେ ଆପଣ ହ୍ଵାଟସ୍ ଆପ୍‌ର ଚାଟିଂ ଟ୍ରାନ୍ସଲେଟ୍‌ କରିପାରିବେ ।

ହ୍ଵାଟସ୍ ଆପ୍‌ରେ ଟ୍ରାନ୍ସଲେଟର ଫିଚରରେ କେବଳ ହିନ୍ଦୀରୁ ଇଂରାଜୀ କିମ୍ବା ଇଂରାଜୀରୁ ହିନ୍ଦୀକୁ ନୁହେଁ ବରଂ ଅନ୍ୟାନ୍ୟ ଭାଷାରେ ମଧ୍ୟ ଟ୍ରାନ୍ସଲେଟ୍‌ କରାଯାଇପାରିବ । ବର୍ତ୍ତମାନ ଏହି ଫିଚରରେ ଆରବୀ, ସ୍ପାନିଶ୍, ପର୍ତ୍ତୁଗୀଜ୍, ହିନ୍ଦୀ, ରୁଷ ସହିତ ଅନେକ ଭାଷା ସାମିଲା ରହିଛି । ଭବିଷ୍ୟତରେ ଏହି ଫିଚରରେ କମ୍ପାନୀ ଅନ୍ୟାନ୍ୟ ଅନେକ ଭାଷା ମଧ୍ୟ ଯୋଡିପାରେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଏକ ନୂଆ ଫିଚର ବିଷୟରେ ଜଣାଇବୁ ।

ହ୍ଵାଟସ୍ ଆପ୍‌ ବର୍ତ୍ତମାନ ଏହାର ଲକ୍ଷ ଲକ୍ଷ ୟୁଜରଙ୍କ ପାଇଁ ଏକ ନୂଆ ଫିଚର ଉପରେ କାମ କରୁଛି । ଏହି ନୂଆ ଫିଚର ହେଉଛି ଡବଲ୍ ଟ୍ୟାପ୍ ଫିଚର । ତେବେ ଏହି ଫିଚର ସାହାଯ୍ୟରେ ହ୍ଵାଟସ୍ ଆପ୍‌ ୟୁଜରମାନେ କେବଳ ଗୋଟିଏ ଟ୍ୟାପ୍ ସହିତ ଫଟୋ, ଭିଡିଓ ଏବଂ GIF ଫାଇଲଗୁଡିକ ଉପରେ ରିଆକ୍ସନ୍‌ କରିପାରିବେ । ୱାବେଟାନଫୋ ଏହି ସୂଚନା ଦେଇଛି ।

ୱାବେଟାନଫୋ ଏହି ଅପ୍‌କମିଂ ଫିଚରର ଏକ ଛୋଟ ଭିଡିଓ ମଧ୍ୟ ସେୟାର କରିଛି । ଏଥିରେ ଆପଣ ଦେଖିପାରିବେ ଯେ ଏହା ଉପରେ ଦୁଇଥର ଟ୍ୟାପ୍ କରି ଆପଣ ଯେକୌଣସି ମ୍ୟାସେଜ୍‌ର ସହଜରେ ପ୍ରତିକ୍ରିୟା ଦେଇପାରିବେ । ଏହି ଫିଚର ଆସିବା ପରେ, ୟୁଜରଙ୍କୁ ପ୍ରତିକ୍ରିୟା କରିବାକୁ କୌଣସି ମ୍ୟାସେଜ୍‌ ଉପରେ ଅଧିକ ସମୟ ଟ୍ୟାପ୍‌ କରିବା ଆବଶ୍ୟକ ନାହିଁ । ଯଦି ଆପଣ ଏକ ମ୍ୟାସେଜ୍‌ ଉପରେ ଦୁଇଥର ଟ୍ୟାପ୍ କରନ୍ତି, ତେବେ ଏଥିରେ ହାର୍ଟ ଇମୋଜି ପ୍ରତିକ୍ରିୟାରେ ରହିବ ।

ହ୍ଵାଟସ୍ ଆପ୍‌ର ଅପ୍‌କମିଂ ଫିଚର ବର୍ତ୍ତମାନ ଟେଷ୍ଟିଂ ମୋଡ୍ ରେ ରହିଛି । କମ୍ପାନୀ ଏହାକୁ ବିଟା ୟୁଜରଙ୍କ ପାଇଁ ରୋଲ କରିଛି । ଏହି ଅପ୍‌କମିଂ ଫିଚର ଆଣ୍ଡ୍ରଏଡ୍ ବିଟା ୨, ୨୪, ୧୬, ୭ ବର୍ଜନରେ ଦେଖିବାକୁ ମିଳିଛି । ତେବେ ଟେଷ୍ଟିଂ ପରେ ଖୁବ୍‌ ଶୀଘ୍ର ଏହା ନୂଆ ଫିଚର ଲଞ୍ଚ କରାଯିବ ।

You might also like