ଟେକ୍

ଖୁବ ଶୀଘ୍ର ଆସିବ Whatsappର ନୂଆ ଫିଚର, ଏବେ ନିଜ ଭଏସ୍‌ ନୋଟ୍‌ କୁ ଷ୍ଟାଟସରେ ରଖିପାରିବେ ୟୁଜର୍ସ

WhatsApp ସାରା ବିଶ୍ୱରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଚ ମେସେଜିଂ ଆପ୍‌ । କୋଟି କୋଟି ଲୋକ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ନିଜର ବନ୍ଧୁ ଓ ପରିଚିତଙ୍କ ସହ କଥା ହୁଅନ୍ତି। ହ୍ୱାଟ୍‌ସଆପ୍‌ ୟୁଜରମାନଙ୍କ ପାଇଁ ଖୁସି ଖବର । ହ୍ଵାଟ୍ସଆପ୍‌ ପ୍ରତ୍ୟେକ ଦିନ ନିଜର ନୂଆ ନୂଆ ଫିଚର ଲଞ୍ଚ୍‌ କରେ। ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ହ୍ୱାଟ୍ସଆପ୍ ପାଇଁ ଏକ ନୂତନ ଫିଚର ଘୋଷଣା କରିଛନ୍ତି ।

ହ୍ୱାଟସ୍ଆପ୍ ଏହାର ଉପଭୋକ୍ତାମାନଙ୍କ ପାଇଁ ନୂତନ ଫିଚର ଆଣିବାରେ ଲାଗିଛି । କେତେକ ଫିଚର ରିଲିଜ୍ ହୋଇଛି ଅନ୍ୟ କିଛି ବିଟା ଦ୍ୱାରା ପରିକ୍ଷା କରାଯାଉଛି। ଏହିପରି ଗୋଟିଏ ଫିଚର ର ପରୀକ୍ଷା ଦୀର୍ଘ ସମୟ ଧରି ଚାଲିଆସୁଛି । ଏହା ସହିତ ଉପଭୋକ୍ତାମାନେ ଭଏସ୍ ନୋଟ୍ ଗୁଡ଼ିକୁ ଏଥିରେ ଅପଡେଟ୍ କରିବାକୁ ଯେପରି ସମର୍ଥ ହେବେ ସେଭଳି କିଛି ନୂଆ ଫିଚର ଯୋଡି ହେବାକୁ ଯାଉଛି।

ହ୍ୱାଟସ୍ ଆପ୍ ଏହି ନୂତନ ଫିଚର ଗତ ବର୍ଷ ସେପ୍ଟେମ୍ବରରୁ ପରୀକ୍ଷା କରୁଛି । ଏହି ଫିଚର ମାଧ୍ୟମରେ ୟୁଜର୍ସମାନେ ଷ୍ଟାଟସରେ ଭଏସ ନୋଟ ଦେଇପାରିବେ। ୟୁଜର୍ସମାନେ ସେଟିଂ ମାଧ୍ୟମରେ ବଛା ବଛା କଣ୍ଟାକ୍ଟକୁ ଏହି ଭଏସ୍ ନୋଟ୍ ଦେଖାଇପାରିବେ।। ଏହି ଫିଚର ବିଟା ପରୀକ୍ଷକଙ୍କ ପାଇଁ ଉପଲବ୍ଧ ହେବ , ଯେଉଁମାନେ ଆଣ୍ଡ୍ରଏଡ୍ ହ୍ୱାଟସ୍ ଆପ୍ ବିଟା 2.23.2.8 ଅପଡେଟ୍ କରିଥିବେ ।

ଏହା ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ । ତେବେ ଏହି ସୂଚନା WABetaInfo ଦେଇଛି। ଏହି ଫିଚର ସିଲେକ୍ଟିଭ ବିଟା ପରୀକ୍ଷକମାନଙ୍କ ପାଇଁ ଉପଲବ୍ଧ ହେବ। ଯୋଗ୍ୟ ବିଟା ପରୀକ୍ଷକମାନେ ଟେକ୍ସ ଷ୍ଟାଟସ ମଧ୍ୟରେ ଏଣ୍ଟର କରି ଭଏସ ନୋଟକୁ ଷ୍ଟାଟସରେ ଦେଇପାରିବେ। ଏହାକୁ ବ୍ୟବହାର କରିବା ପୂର୍ବରୁ ପରୀକ୍ଷକମାନଙ୍କୁ ଟେକ୍ସ ଷ୍ଟାଟସ ଅପସନକୁ ଏଣ୍ଟ୍ରି କରିବାକୁବ ଡ଼ିବ। ହ୍ୱାଟସ୍ ଆପ୍ ଦ୍ୱାରା ଭଏସ୍ ରେକର୍ଡିଂ ଉପରେ ୟୁଜର୍ସମାନଙ୍କୁ ମଧ୍ୟ ବହୁତ ସୁବିଧା ଦିଆଯିବ । ୟୁଜର୍ସ ମାନେ ଏହାକୁ ପୋଷ୍ଟ କରିବା ଆଗରୁ ରିଚେକ କରି ଭୁଲ ଥିଲେ ଏହାକୁ ଡିଲିଟ କରିପାରିବେ।

ଯେକୌଣସି ଭଏସ୍ ନୋଟ୍ ପାଇଁ ସର୍ବାଧିକ ରେକର୍ଡିଂ ସମୟ ୩୦ ସେକେଣ୍ଡ ହେବ । ୟୁଜର୍ସ ମାନେ ଅନ୍ୟ କାହାର ହ୍ୱାଟସ୍ ଆପ୍ ଭଏସ୍ ନୋଟ୍ ଷ୍ଟାଟସରେ ଶୁଣିବା ପାଇଁ ନିଜ ହ୍ୱାଟସ୍ ଆପ୍ ଅପଡେଟ କରିବାକୁ ପଡିବ । ସେୟାର୍ ହୋଇଥିବା ଭଏସ୍ ନୋଟ୍ ଗୁଡିକ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହେବ । ଏହି ଷ୍ଟାଟସ ମଧ୍ୟ ଠିକ ୨୪ ଘଣ୍ଟା ରହିବ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago