ନୂଆ କଲରରେ ନଜର ଆସିବ Whatsapp, ମିଳିବ ଏହିସବୁ ପରିବର୍ତ୍ତନ

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ଜଲଦି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ। କମ୍ପାନୀ ନିଜର ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ହ୍ବାଟସଆପର ନୂଆ କଲର ଆଣିପାରେ। ଏହି କଲର ଆଗରୁ ଥିବା କଲର ଠାରୁ ଅଳ୍ପ ବ୍ରାଇଟ୍ ରହିଛି। ଏହା କେବଳ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି। କିଛିଦିନରେ ହ୍ବାଟସଆପର ନୂଆ ରଙ୍ଗ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ରୋଲଆଉଟ କରାଯିବ। ଏହା ଡାର୍କ ଏବଂ ଲାଇଟ ଦୁଇଟି ଥିମରେ ଉପଲବ୍ଧ ହେବ।

ରିପୋର୍ଟ ମୁତାବକ, ହ୍ବାଟସଆପ୍ କଲର ଚେଞ୍ଚ ଆଣ୍ଡ୍ରଏଡ ବିଟା ଭର୍ସନ ୨.୨୧.୧୮.୧ ଉପଲବ୍ଧ ହେବ। ଆପଣ ପୁରୁଣା ଏବଂ ନୂଆ ହ୍ବାଟସଆପ୍ ବିଟା ଭର୍ସନକୁ ତୁଳନା କରିବେ ତେବେ ଆପଣଙ୍କୁ ପରିବର୍ତ୍ତନ ନିଶ୍ଚିତ ଜଣାପଡିବ।

ହ୍ବାଟସଆପର ନୂଆ ଭର୍ସନରେ ଚାଟ ବାର୍ ଉପରେ ‘Type a Message’ ସ୍ଥାନରେ କେବଳ ମେସେଜ ଲେଖାଥିବା ଜଣାପଡିବ। ନିକଟରେ କିଛି ବିଟା ୟୁଜର୍ସଙ୍କ ପାଇଁ ଚେଞ୍ଚ କରାଯାଇଥିଲା। ଆଣ୍ଡ୍ରଏଡ ଡିଭାଇସରେ ଲାଟେଷ୍ଟ ହ୍ବାଟସଆପ୍ ବିଟା ଭର୍ସନ ଡାଉନଲୋଡ କରି ଆପରେ ହୋଇଥିବା ସବୁ ପରିବର୍ତ୍ତନଙ୍କୁ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.