WhatsApp ଆଣିଲା କମାଲ ଫିଚର ! ଅଟୋମେଟେଡ୍‌ ହାଇଡ୍‌ ହେବ ଫଟୋ ଏବଂ ଭିଡିଓ, ବାସ୍‌ କରନ୍ତୁ ଏହି ସେଟିଙ୍ଗ୍‌

ହ୍ଵାଟ୍ସଆପରେ ଆପଣଙ୍କୁ ଅନେକ ବଢ଼ିଆ ବଢ଼ିଆ ଫିଚର୍ସ ମିଳିଥାଏ । ଅନେକ ଥର ତ ଲୋକଙ୍କ ଗ୍ୟାଲେରୀରେ ହ୍ଵାଟ୍ସଆପର ପ୍ରାଇଭେଟ୍‌ ଫଟୋଜ୍‌ ଏବଂ ଭିଡିଓଜ୍‌ ସାମ୍ନାକୁ ଚାଲିଆସେ । ଯଦି ଆପଣଙ୍କ ସହ ବି ଏମିତି ହୋଇଛି ଏବଂ ଆପଣ ଏହାଠାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ସେଟିଙ୍ଗରେ ଏକ ଛୋଟ ପରିବର୍ତ୍ତନ କରିବାକୁ ହେବ । ଏହାପରେ ହ୍ଵାଟ୍ସଆପରେ ଡାଉନଲୋଡ ହୋଇଥିବା ମିଡିଆ ସିଧା ଫୋନ ଗ୍ୟାଲେରୀରେ ଦେଖାଇବନାହିଁ । ତାହେଲେ ଆସନ୍ତୁ ଜାଣିବା କଣ ଏହାର ତରିକା ।

ହ୍ଵାଟ୍ସଆପର ବ୍ୟବହାର ସାରା ଦୁନିଆର ବଡ ସଂଖ୍ୟାର ଲୋକ କରନ୍ତି । ଇନଷ୍ଟାଣ୍ଟ୍‌ ମ୍ୟାସେଜିଙ୍ଗ ପ୍ଲାଟଫର୍ମସରେ ଆପଣଙ୍କୁ ଅନେକ ଫିଚର୍ସ ମିଳିଥାଏ, ଯାହା ଫୋନ୍‌ ୟୁଜ୍‌ କରିବାର ତରିକାକୁ ବଦଳାଇଦେଇଛି । ଏହା ସାହାଯ୍ୟରେ ଆପଣ ନିଜ ପରିବାର ସହ ଦୂରରେ ଥାଇ ବି କନେକ୍ଟ ହୋଇ ରହିପାରରୁଛନ୍ତି । କେବଳ ଏତିକି ନୁହେଁ ଏବେ ଲୋକମାନେ ତ ନର୍ମାଲ ଫୋନ କଲ୍‌ ବଦଳରେ ହ୍ଵାଟ୍ସଆପ୍‌ କଲ୍‌ କରୁଛନ୍ତି ।

ପ୍ଲାଟଫର୍ମ ଆଣ୍ଡ-ଟୁ-ଆଣ୍ଡ ଏନକ୍ରିପସନ୍‌ ସହିତ ଆସିଥାଏ । ଏଥିରେ ଲୋକମାନେ ଅନେକ ଫଟୋଜ୍‌ ଏବଂ ଭିଡିଓ ସେଣ୍ଡ କରନ୍ତି ଏବଂ ଏହି କାରଣରୁ ଅନେକ ଥର ଲୋକମାନେ ପ୍ରାଇଭେଟ୍‌ ଫଟୋଜ ମଧ୍ୟ ଗ୍ୟାଲେରୀରେ ଦେଖାଇଥାଏ । ଯେମିତି ହ୍ଵାଟ୍ସଆପରେ କୌଣସି ଫଟୋ କିମ୍ବା ଭିଡିଓ ଡାଉନଲୋଡ୍‌ ହୋଇଥାଏ, ତାହେଲେ ତାହା ୟୁଜରଙ୍କ ଫୋନ୍‌ ଗ୍ୟାଲେରୀରେ ଦେଖାଇବାକୁ ଲାଗିଥାଏ ।

ଅଫ୍‌ କରିବାକୁ ହେବ ଏହି ସେଟିଙ୍ଗ୍‌

ଆପଣ ଏହାକୁ ଅଫ୍‌ କରିପାରିବେ । ଅର୍ଥାତ୍‌ ଆପଣଙ୍କ ହ୍ଵାଟ୍ସଆପର ଫଟୋ ଏବଂ ଭିଡିଓଜ୍‌ ଅଟୋମେଟିଭ ଗ୍ୟାଲେରୀରେ ଦେଖାଇବନାହିଁ । ଏଥିପାଇଁ ଆପଣଙ୍କୁ ହ୍ଵାଟ୍ସଆପର ସେଟିଙ୍ଗରେ କିଛି ପରିବର୍ତ୍ତନ କରିବାକୁ ହେବ ।

ଆପଣଙ୍କୁ Media Visibilityକୁ ଅଫ୍‌ କରିବାକୁ ହେବ । ଏହାଦ୍ୱାରା ଫଟୋ ଏବଂ ଭିଡିଓରେ ଏହାର କୌଣସି ପ୍ରଭାବ ପଡିବନାହିଁ । ଆପଣ ଏହି ଫିଚରକୁ ଇଣ୍ଡିଭିଜୁଆଲ୍‌ ଚାଟ୍ସ ପାଇଁ କିମ୍ବା ଗ୍ରୁପ୍‌ ଚାଟ୍ସ ପାଇଁ ଅଫ୍‌ କରିପାରିବେ ।

କେମିତି ଥିବ ଏହି ସେଟିଙ୍ଗ୍‌?

ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ WhatsApp ଓପନ କରିବାକୁ ହେବ । ଏଠାରେ ଆପଣଙ୍କୁ ଟପ୍‌ ରାଇଟ୍‌ କର୍ଣ୍ଣରରେ ମହଜୁଦ ଥ୍ରି ଡଟ୍ସ ଉପରେ କ୍ଲିକ କରିବାକୁ ହେବ । ଏବେ ଆପଣଙ୍କୁ ସେଟିଙ୍ଗକୁ ଯିବାକୁ ହେବ । ଆପଣଙ୍କୁ Chats ର ଅପ୍ସନ ମିଳିବ, ତାହା ଉପରେ କ୍ଲିକ କରିବାକୁ ହେବ ।

ଏଠାରେ ଆପଣଙ୍କୁ Media Visibility ଅପ୍ସନ ମିଳିବ । ଆପଣ ଏହାକୁ ଅଫ୍‌ କରିପାରିବେ । ଏହି ସେଟିଙ୍ଗକୁ ଆପଣ ଇଣ୍ଡିଭିଜୁଆଲ ଚାଟ୍‌ କିମ୍ବା ଗ୍ରୁପ ପାଇଁ ମଧ୍ୟ ଅଫ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଏକ ଚାଟକୁ ଯିବାକୁ ହେବ ଏବଂ କଣ୍ଟାକ୍ଟ ଇନଫୋ ଉପରେ କ୍ଲିକ କରିବାକୁ ହେବ। ଏଠାରେ ଦେଖାଯାଉଥିବା ମିଡିଆ ଭିଜିବିଲିଟୀ ଅପ୍ସନକୁ ଅଫ୍‌ କରିବାକୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.