ଖୁବ୍‌ଶୀଘ୍ର Whatsappରେ ଆସୁଛି Instagram ଓ Facebook ର ଏହି ଖାସ୍‌ ଫିଚର, ଏମିତି ଉଠାଇପାରିବେ ଫାଇଦା

ଖୁବ୍‌ଶୀଘ୍ର ହ୍ଵାଟ୍ସଆପ୍‌ରେ ଆସିବାକୁ ଯାଉଛି ଏକ ନୂଆ ତଥା ଦମ୍‌ଦାର ଫିଚର। ସବୁବେଳେ ୟୁଜର୍ସଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ହ୍ଵାଟ୍ସଆପ୍‌ ନୂଆ ନୂଆ ଫିଚର ଲଞ୍ଚ୍‌ କରୁଥିବା ବେଳେ ଏବେ ପୁଣିଥରେ ସେଭଳି କିଛି ନୂଆ କରୁଛି କମ୍ପାନୀ। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ କମ୍ପାନୀ ଏକ ନୂଆ ଫିଚର ଟେଷ୍ଟ କରୁଛି। ଏହା ଦ୍ୱାରା ୟୁଜର୍ସ ମେସେଜ୍‌ରେ ରିଆକ୍ଟ କରିପାରିବେ। ଏହି ଫିଚରର ନାଁ ଦିଆଯାଇଛି Message Reactions।

ଏହି ଫିଚର ଲଞ୍ଚ୍‌ ହେବା ପରେ ୟୁଜର୍ସ ଯେଉଁଭଳି ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ର ମେସେଜ୍‌ ସେକ୍ସନ୍‌ରେ ରିଆକ୍ସନ୍‌ ଦେଉଥିଲେ, ସେମିତି ହ୍ଵାଟ୍ସ ଆପ୍‌ରେ ବି ରିଆକ୍ଟ କରିପାରିବେ। ଏଥିସହ ହ୍ଵାଟ୍ସଆପ୍‌ Message Reactions ନୋଟିଫିକେସନ୍‌ ଉପରେ ମଧ୍ୟ କାମ କରୁଛି।

WABetaInfo ମୁତାବକ, ହ୍ଵାଟ୍ସଆପ୍‌ ଏବେ ଏକ ନୂଆ ଫିଚର ଉପରେ କାମ କରୁଛି। ଏହାର ନାଁ ରହିଛି Reaction Notifications। ଏହି ଫିଚରରେ ରିଆକ୍ସନ୍‌ ନୋଟିଫିକେସନ୍‌ କିଭଳି କାମ କରିବ ୟୁଜର୍ସ ତାହାକୁ ମ୍ୟାନେଜ୍‌ କରିପାରିବେ। ବ୍ଲଗ୍‌ ସାଇଟ୍‌ ମୁତାବକ, Whatsapp ଏକ ନୂଆ ସେଟିଂରେ କାମ ଚଳାଇଛି। ଏହା ଦ୍ୱାରା ରିଆକ୍ସନ୍‌ ନୋଟିଫିକେସନ୍‌କୁ ଡିଜାବଲ କରି ହେବ ଓ ତାହାର ଟୋନ୍‌କୁ ବଦଳାଯାଇପାରିବ। ଏହାକୁ ନେଇ ଏକ ସ୍କ୍ରିନ୍‌ସର୍ଟ ମଧ୍ୟ ସେୟାର କରାଯାଇଛି। ଏହି ଫିଚର ଜାରି ହେବା ପରେ ହ୍ଵାଟ୍ସଆପ୍‌ର ଇଣ୍ଟରଫେସ୍‌ କେମିତି ଦିଶିବ ତାହା ଏଥିରେ ଦର୍ଶାଯାଇଛି।

ସ୍କ୍ରିନ୍‌ସର୍ଟରେ ଦେଖାଯାଇଛି ଯେ ଏହି Reaction Notifications ମେସେଜିଂ ଆପ୍‌ର ନୋଟିଫିକେସନ୍‌ ସେଟିଂ ସେକ୍ସନ୍‌ରେ ମିଳିବ। ଏହା ଗ୍ରୁପ୍‌ ନୋଟିଫିକେସନ୍‌ ଓ ମେସେଜ୍‌ ନୋଟିଫିକେସନ୍‌ ସହ ରହିବ। ଗ୍ରୁପ୍‌ ନୋଟିଫିକେସନ୍‌ ଓ ମେସେଜ୍‌ ନୋଟିଫିକେସନ୍‌ ଭଳି Reaction Notifications ସେଟିଂରେ କଣ୍ଟ୍ରୋଲର ଦୁଇଟି ସେଟ୍ସ ରହିବ।

ପ୍ରଥମ ବଟନ୍‌ରେ ୟୁଜର୍ସ ମେସେଜ୍‌ ରିଆକସନ୍‌ ନୋଟିଫିକେସନ୍‌କୁ ଏନାବଲ୍‌ ବା ଡିଜାବଲ୍‌ କରିପାରିବେ। ଦ୍ୱିତୀୟ ସେଟିଂରେ ୟୁଜର୍ସ ଏହି Message Reactions ପାଇଁ ଟୋନ୍‌କୁ ସିଲେକ୍ଟ କରିପାରିବେ। ତେବେ ବର୍ତ୍ତମାନ ଏହି ଫିଚର ଡେଭଲପମେଣ୍ଟ ଷ୍ଟେଜ୍‌ରେ ରହିଛି। ଏହା ଖୁବ୍‌ଶୀଘ୍ର ବିଟା ୟୁଜର୍ସଙ୍କ ପାଇଁ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.