ଏବେ ୭ ଦିନରେ ଆପେ ଆପେ ଗାୟବ ହୋଇଯିବ ଆପଣଙ୍କ ମେସେଜ୍‌, ହ୍ଵାଟସଆପ୍‌ରେ ଲଞ୍ଚ ହେଲା ନୂଆ ଫିଚର୍‌

ଗତ କିଛି ଦିନ ପୂର୍ବରୁ ହ୍ଵାଟସଆପ୍‌ Disappearing messages ଫିଚର ଘୋଷଣା କରିଛି। ବର୍ତ୍ତମାନ ଏହି ଫିଚର୍‌ କୁ ସମସ୍ତ ଆଣ୍ଡ୍ରୋଏଡ୍‌ ଏବଂ iOS ୟୁଜର୍ସଙ୍କ ପାଇଁ ସେଲଆଉଟ କରାଯାଇଛି। ଫିଚର୍‌ କୁ Enable (ଅନ୍‌) କରିବା ପରେ ଆପଣଙ୍କ ହ୍ଵାଟସଆପ୍‌ ମେସେଜ୍‌ ଗାୟବ ହୋଇଯିବ। ୟୁଜର ଏହି ଫିଚରକୁ କୌଣସି ସମୟରେ ବି ବ୍ୟବହାର କରିପାରିବେ। ଥରେ ଏହି ଫିଚର୍‌ ଅନ୍‌ କରିବା ପରେ ୭ ଦିନ ପରେ ଏକ୍ସପାୟର ହୋଇଯିବ। ବ୍ୟବହାରକାରୀ ଥରେ ଏହି ଫିଚର୍‌ ଅନ୍‌ କରିବା ପରେ ଏହାକୁ କଷ୍ଟମାଇଜ୍‌ କରିପାରିବେ ନାହିଁ।

ଏହି ଫିଚର୍‌ କୁ ବ୍ୟବହାର କରିବା ପରେ ୟୁଜରଙ୍କୁ ମେସେଜ୍‌ ଡିଲିଟ୍‌ କରିବା ପାଇଁ ଟାଇମ୍‌ ସେଟ୍‌ କରିବାର ଅପ୍ସନ୍‌ ମିଳିବ ନାହିଁ। ଏହି ଫିଚର୍‌ କୁ ଓ୍ଵନ-ଅନ୍‌-ଓ୍ଵନ ଚାଟ୍‌ ସହ ଗ୍ରୁପ୍‌ ଚାଟ୍‌ରେ ମଧ୍ୟ ଆକ୍ଟଭ୍‌ କରାଯାଇପାରିବ। ତଥାପି ଗ୍ରୁପ୍‌ ଚାଟ୍‌ ପାଇଁ ଏହି ଫିଚର୍‌ ର ବ୍ୟବହାର କେବଳ ଆଡମିନ୍‌ ହିଁ କରିପାରିବେ।

whatsapp1ଏହି ଫିଚର ବ୍ୟବହାର କରିବା ପାଇଁ Whatsapp ର ଲାଟେଷ୍ଟ ଭର୍ସନ ଡାଉନଲୋଡ କରିବାକୁ ହେବ। ଏହି ଫିଚର୍‌ କୁ ଅନ୍‌ କରିବା ପରେ ହ୍ଵାଟସଆପ୍‌ ଆପଣଙ୍କୁ ନୋଟିସ୍‌ କରିବ। ଅର୍ଥାତ ଚାଟିଂରେ ଦ୍ୱିତୀୟ ବ୍ୟକ୍ତି ନିଜ ପକ୍ଷରୁ ଏହି ଫିଚରକୁ Disable କରିପାରିବେ। ଏହି ଫିଚର୍‌ ର ଖାସିୟତ ହେଉଛି ଏହା ୭ ଦିନ ପର୍ଯ୍ୟନ୍ତ ନଖୋଲିବା ଦ୍ୱାରା ଆପେ ଆପେ ଗାୟବ ହୋଇଯିବ। ଅର୍ଥାତ ନୋଟିଫିକେସନ୍‌ ପ୍ୟାନେଲ୍‌ କ୍ଲିୟର ନହେବା ପରେ ମଧ୍ୟ ଆପଣ ସେଠାରୁ ମେସେଜ୍‌ ଚେକ୍‌ କରିପାରିବେ।

whatsapp-chatଡିସଅପେୟରିଂଗ ମେସେଜ୍‌କୁ quote କରି ଯଦି ୟୁଜର କାହାକୁ ଉତ୍ତର ଦେଇଥାନ୍ତି ତେବେ ୭ ଦିନ ପରେ quoted text ଚାଟ୍‌ ରେ ଉପସ୍ଥିତ ରହିବ। ଏଥିସହ ଯଦି ଡିସଅପେୟରିଂଗ ମେସେଜ୍‌କୁ ଏପରି ୟୁଜରଙ୍କୁ ଫରଓ୍ଵାର୍ଡ କରାଯାଇଥାଏ, ଯାହାର ‘ଡିସଅପେୟରିଂଗ’ ଫିଚର ଅଫ୍‌ ହୋଇଥିବ ତେବେ ସେଠାରେ ମେସେଜ୍‌ ଗାୟବ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.