ଅଧିକ ଆଡ଼ଭାନ୍ସ ହେବ ହ୍ଵାଟ୍ସଆପ Meta AI, ଏଡିଟ୍ କରିବ ଫଟୋ

ବିଶ୍ୱର ପ୍ରାୟ ୨. ୪ ବିଲିୟନ ଲୋକ ନିଜ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ଟେକ୍ନୋଲୋଜିର ଯୁଗରେ ହ୍ୱାଟ୍ସଆପ୍ ଏକ ପ୍ରମୁଖ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହୋଇପାରିଛି । ଏହାର କୋଟି କୋଟି ୟୁଜର୍ସଙ୍କ ସୁବିଧା ପାଇଁ, କମ୍ପାନୀ ସମୟ ସମୟରେ ନୂତନ ଫିଚର୍ସ ଏବଂ ଅପଡେଟ ଆଣିଥାଏ । ଆପଣ ନିଶ୍ଚୟ ଜାଣିଥିବେ ଏବେ ହ୍ୱାଟ୍ସଆପ୍ ଦ୍ୱାରା Meta AI ଆସିଛି । ବର୍ତ୍ତମାନ କମ୍ପାନୀ ଏହାକୁ ପୂର୍ବ ଅପେକ୍ଷା ଅଧିକ ଉନ୍ନତ କରିବାକୁ ଯାଉଛି ।
ହ୍ୱାଟ୍ସଆପର Meta AI ଆପଣଙ୍କ ଅନେକ କାର୍ଯ୍ୟକୁ ଅଧିକ ସହଜ କରିଥାଏ । ଏବେ ଏହି AI ଫିଚର ସାହାଯ୍ୟରେ, ଆପଣ ବିଭିନ୍ନ ପ୍ରକାରର ଫଟୋ ସୃଷ୍ଟି କରିପାରିବେ । ରିପୋର୍ଟ ଅନୁଯାୟୀ, Meta AIକୁ ଆଗକୁ ନେବା ପାଇଁ ହ୍ୱାଟ୍ସଆପ୍ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଖୁବ ଶୀଘ୍ର ମେଟା ଏଆଇରେ ଆପଣ ରିପ୍ଲାଏ ଏବଂ ଫଟୋ ଏଡିଟ୍ ଫିଚର ପାଇପାରିବେ ।
ଏହି ଫିଚର ଆସିବା ପରେ, ଆପଣ ଆପଣଙ୍କର ଫଟୋ Meta AI ରେ ସିଲେକ୍ଟ କରିପାରିବେ ଏବଂ ଏହାକୁ ପ୍ରଶ୍ନ ପଚାରିପାରିବେ । କେବଳ ଏତିକି ନୁହେଁ, ଆପଣ ନିଜ ଫଟୋ ଏଡିଟ୍ କରିବାକୁ ମେଟା ଏଆଇକୁ ମଧ୍ୟ କହିପାରିବ । ଲୋକପ୍ରିୟ ୱେବସାଇଟ୍ ହ୍ୱାଟ୍ସଆପ୍ ୟୁଜରମାନଙ୍କୁ Meta AI reply and edit photos ଫିଚର ବିଷୟରେ ସୂଚନା ଦେଇଛି ।
ରିପୋର୍ଟ ଅନୁଯାୟୀ, ଖୁବ୍ ଶୀଘ୍ର Meta AIରେ ରିପ୍ଲାଏ ଏବଂ ଫଟୋ ଏଡିଟ୍ ପାଇଁ ଏକ ଡେଡ଼ିକେଟେଡ଼ ବଟନ୍ ଉପଲବ୍ଧ ହେବ । ଏହି ଫିଚର ମାଧ୍ୟମରେ, ୟୁଜରମାନେ Meta AIରୁ ସେମାନଙ୍କର ଫଟୋ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ପଚାରିବାରେ ସକ୍ଷମ ହେବେ । ଆପଣ ମେଟା ଏଆଇକୁ ଯାହା ବି ପ୍ରଶ୍ନ ପଚାରନ୍ତି, ଏହା ଚାଟ୍ ବକ୍ସରେ ଆପଣଙ୍କୁ ଉତ୍ତର ଦେବ ।
ଆପଣ Meta AIରେ କେବଳ ପ୍ରଶ୍ନର ଉତ୍ତର ପଚାରିବା ପାଇଁ ସକ୍ଷମ ହେବେ ନାହିଁ ବରଂ ଏହାକୁ ଆକର୍ଷଣୀୟ କରିବା ପାଇଁ ଆପଣଙ୍କର ଫଟୋକୁ ଏଡିଟ୍ ମଧ୍ୟ କରିପାରିବେ । Meta AIର ଏହି ଫିଚର ବର୍ତ୍ତମାନ ଡେଭଲପମେଣ୍ଟ ଫେଜରେ ଅଛି, କମ୍ପାନୀ ଏହାକୁ ଖୁବ ଶୀଘ୍ର ସମସ୍ତ ୟୁଜରମାନଙ୍କ ପାଇଁ ରୋଲଆଉଟ କରିବ । କମ୍ପାନୀ ଏହାକୁ ଷ୍ଟେଜ୍ ୱାଇଜ ରୋଲଆଉଟ କରିବ ।