ହ୍ଵାଟ୍ସଆପର ନୂଆ ଫିଚର, ଷ୍ଟିକର ସେଭ ନକରି କରିପାବେ ସେଣ୍ଡ

ହ୍ଵାଟ୍ସଆପ ପୁଣିଥରେ ନିଜର ୟୁଜର୍ସଙ୍କ ପାଇଁ ଆଣିଛି ଆଉ ଏକ ଆକର୍ଷଣୀୟ ଫିଚର ।ହ୍ଵାଟ୍ସଆପ ଯାହା କି ହେଉଛି ମେଟାର ନିଜସ୍ୱ ଆପ ବର୍ତ୍ତମାନ ଲଗାତାର ଭାବେ ଅପଡେଟ ହେଉଛି । ଯେଉଁଥିରେ କି ୟୁଜର୍ସ ମାନେ ଷ୍ଟିକର ସେଭ ନକରି ସଙ୍ଗେ ସଙ୍ଗେ ହିଁ ନିଜ କଣ୍ଟାକ୍ଟରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଷ୍ଟିକର ସେଣ୍ଡ କରିପାରିବେ । ବର୍ତ୍ତମାନ ଏହି ଫିଚର କେବଳ ଆଣ୍ଡ୍ରଏଡ ଓ ବେଟା ଟେଷ୍ଟର୍ସରେ ରହିଛି ।  କିନ୍ତୁ ଖୁବ ଶିଘ୍ର ହିଁ ଅନ୍ୟ ସବୁ ସାଧାରଣ ମୋବାଇଲରେ ଉପଲବ୍ଧ ହେବ । ହ୍ଵାଟ୍ସଆପର ଲାଟେଷ୍ଟ ଭରସନ ୨.୨୧.୧୩.୧୫ ଆଣ୍ଡ୍ରଏଡ ପାଇଁ ସର୍ଟକଟ ଉପାୟ ବାହାର କରିଛି ଷ୍ଟିକର ସବୁକୁ ସେଣ୍ଡ କରିବା ପାଇଁ ।

ତେବେ ଏଥିରେ ଥିବା ଫରଓ୍ଵାର୍ଡ ସର୍ଟକଟ ମେସେଜ ଥ୍ରେଡରୁ ସେଣ୍ଡ କରାଯାଇଥିବା ଷ୍ଟିକର ପାଖରେ ରହିଥାଏ । ଆପଣ କେବଳ ସର୍ଟକଟକୁ ଟାପ କରି ଆପଣ ଚାହୁଁଥିବା କଣ୍ଟାକ୍ଟକୁ ସିଲେକ୍ଟ କରି ଷ୍ଟିକର ସେଣ୍ଡ କରିପାରିବେ । ତେବେ ଏହି କଟ୍‌ ଟ୍ୟାପିଙ୍ଗର ୟୁଜୁଆଲ ପ୍ରୋସେସକୁ ଓ ହୋଲ୍ଡ କରିବାର ସାମାନ୍ୟ ପ୍ରକ୍ରିୟାକୁ ସର୍ଟ ବା ଛୋଟ କରିଦେଇଥାଏ । ଏହାପରେ ନିଜ କଣ୍ଟାକ୍ଟ ସାଙ୍ଗରେ ଷ୍ଟିକର ସେୟାର କରିବାକୁ ହେଲେ ଟପ ବଟନ ରେ ଥିବା ଫରଓ୍ଵାର୍ଡ ବଟନକୁ ଟ୍ୟାପ କରି ନିଜ କଣ୍ଟାକ୍ଟ ସହ ସେୟାର କରିପାରିବେ ।

sticker know
pc: first post

ତେବେ ଏହା ଏକ ଅପଡେଟ ପରେ ହିଁ ଆସିବ , ଯେଉଁଠି ହ୍ଵାଟ୍ସଆପ କଷ୍ଟ୍ୟୁମ୍‌ ଷ୍ଟିକର ମେକର୍ସ ପାଇଁ ଡେସ୍କଟପ ଓ େଓ୍ଵବ ବ୍ୟବହାରୀଙ୍କୁ ଅନୁମତି ଦେବ ଅତି ସହଜରେ ପର୍ସୋନାଲାଜ୍ଡ ଗ୍ରାଫିକ୍ସ ତିଆରି କରିବା ପାଇଁ ଖୁବ କମ ସମୟ ମଧ୍ୟରେ । ଯେମିତିକି ଇଷ୍ଟାଗ୍ରାମରେ ହେଉଛି । ତେହେ ହ୍ଵାଟ୍ସଆପ ପୂର୍ବରୁ ହିଁ ଏହି ଭଳି ସିମିଲାର ପ୍ଲାଟଫର୍ମ ରଖିସାରିଛି ଇମେଜ ଫରଓ୍ଵାର୍ଡ କରିବାପାଇଁ । ତେବେ ହ୍ଵାଟ୍ସଆପର ଏହି କଷ୍ଟମ ଷ୍ଟିକର ମେକର ଫିଚର ବର୍ତ୍ତମାନ େଓ୍ଵବ ଭରଜନ୍‌ ଆପ୍‌ ରେ ଉପଲବ୍ଧ । ତେବେ କଷ୍ଟ୍ୟୁମ ଷ୍ଟିକର କ୍ରିଏସନ ଫିଚରକୁ ଆସେସ କରିବା ପାଇଁ ୟୁଜର୍ସ ପ୍ରଥମେ ଆଟାଚ ଆଇକନ, ଏହାପରେ ଷ୍ଟିକରକୁ ସିଲେକ୍ଟ କରି ଇମେଜ ଅପଲୋଡ କରିପାରିବେ । ଇମେଜ ଥରେ ଅପଲୋଡ କରିବା ପରେ ଇମେଜକୁ ଏଡିଟ କରାଯାଇ ପରଫେକ୍ଟ କରାଯାଇପାରିବ । ତେବେ ଏହି ଫିଚର ଆପଣଙ୍କୁ ଆଲାଓ କରିବ ତିଆରି କରିଥିବା ଷ୍ଟିକର ର ବ୍ୟାକଗ୍ରାଉଣ୍ଡକୁ ରିମୁଭ କରିବାପାଇଁ ।

ହ୍ଵାଟ୍ସଆପ ୨୦୧୮ ମସିହାରେ ଷ୍ଟିକର ଇମେଜ ଇଣ୍ଟ୍ରୋଡ୍ୟୁସ କରିଥିଲା । ସେବେଠାରୁ ପ୍ରାୟ ଅଧିକ ରୁ ଅଧିକ ୟୁଜର୍ସ ବହୁ ମାତ୍ରାରେ ଏହି ଷ୍ଟିକର ଇମେଜ ଓ୍ଵାଟ୍ସଆପରେ ସେୟାର କରିଆସୁଛନ୍ତି । ଯାହାକି ଏକ ଫନି ସେଣ୍ଡିଙ୍ଗ , ତେବେ ବର୍ତ୍ତମାନ ଏହା ପେମେଣ୍ଟ ମୋଡ ରେ ବି ଉପଲବ୍ଧ ଏବଂ କିଛି ଦିନ ପୂର୍ଗରୁ େଓ୍ଵବ ଓ ଡେକ୍ସଟପ ୟୁଜର୍ସଙ୍କୁ ମଧ୍ୟ ଆଲାଉ କରିଛି ଯେ ସଷ୍ଟ୍ୟୁମ ଷ୍ଟିକର ସେୟାର ତିଆରି କରି ହ୍ଵାଟ୍ସଆପର ପ୍ଲାଟଫର୍ମରେ ସେୟାର କରିବା ପାଇଁ ।

ତେବେ  ବର୍ତ୍ତମାନ ହ୍ଵାଟ୍ସଆପ ବିଭିଭ୍ନ ପ୍ରକାରର ଫିଚର ତିଆରି କରୁଛି କାରଣ ଏହା ହେଉଛି ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ । ତେଣୁ କମ୍ପାନୀ ମଧ୍ୟ ନିଜ ୟୁଜର୍ସଙ୍କ ଆପ ବ୍ୟବହାକୁ ଅଧିକ ଭଲ କରିବା ପାଇଁ ସବୁ ବେଳେ ଚେଷ୍ଟା କରୁଛି । ଆସିଥିବା ଓ ଆଗକୁ ଆସିବାକୁ ଥିବା ହ୍ଵାଟ୍ସଆପର ଏହି ଫିଚରକୁ ୟୁଜର୍ସମାନେ ଏଞ୍ଜୟ କରିବେ ବୋଲି ହ୍ଵାଟ୍ସଆପ ଆଶା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.