WhatsApp ଆଣିଲା ଜବରଦସ୍ତ ଫିଚର, ଗୋଟେ କ୍ଲିକରେ ପଠାଇ ପାରିବେ ୧୦୦ ଫଟୋ ଭିଡିଓ

ଆପଣ ତ ଜାଣିଥିବେ ପୂର୍ବରୁ ଏବେ ପର୍ଯ୍ୟନ୍ତ ହ୍ଵାଟ୍ସଆପରେ ଗୋଟେ ଥରରେ ୩୦ ଫଟୋକୁ ସେୟାର କରିପାରୁଥିଲେ । କିନ୍ତୁ ଏବେ ହ୍ଵାଟ୍ସଆପ୍‌ ଆଣିଛି ଆପଣଙ୍କ ପାଇଁ ଖୁସି ଖବର । ଏବେ ଏହାର ଲିମିଟକୁ ହ୍ଵାଟ୍ସଆପ୍‌ ବଢ଼ାଇଦେଇଛି

ହ୍ଵାଟ୍ସଆପ୍‌ ନୂଆ ନୂଆ ଫିଚର ଆଣି ୟୁଜରଙ୍କ ଏକ୍ସପିରିୟନ୍ସକୁ ବୃଦ୍ଧି କରିବାରେ ଲାଗିଛି । ନୂଆ ଫିଚର୍ସ ଆପଣଙ୍କ ଅନେକ ସମସ୍ୟାକୁ ଦୂର କରିଥାଏ । ଆପଣ ତ ଜାଣିଥିବେ ପୂର୍ବରୁ ଏବେ ପର୍ଯ୍ୟନ୍ତ ହ୍ଵାଟ୍ସଆପରେ ଗୋଟେ ଥରରେ ୩୦ ଫଟୋକୁ ସେୟାର କରିପାରୁଥିଲେ । କିନ୍ତୁ ଏବେ ହ୍ଵାଟ୍ସଆପ୍‌ ଆଣିଛି ଆପଣଙ୍କ ପାଇଁ ଖୁସି ଖବର । ଏବେ ଏହାର ଲିମିଟକୁ ହ୍ଵାଟ୍ସଆପ୍‌ ବଢ଼ାଇଦେଇଛି । ଅର୍ଥାତ୍‌ ବର୍ତ୍ତମାନ ୟୁଜର୍ସ ଗୋଟେ ଥରରେ ୧୦୦ ରୁ ଅଧିକ ଫଟୋ ଓ ଭିଡିଓ ସେୟାର କରିପାରିବେ । ହ୍ଵାଟ୍ସଆପ୍‌ ଏବେ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଫିଚର ଆରମ୍ଭ କରିଦେଇଛି । ନୂଆ ଅପଡେଟ ଆଣ୍ଡ୍ରଏଡ ଭର୍ସନ୍‌ ୨.୨୨.୨୪.୭୩ ସହିତ ଏହି ସୁବିଧା ମିଳୁଛି । ଏହି ଫିଚର ଦ୍ୱାରା ଏବେ ଆପଣଙ୍କୁ ଅଧିକ ମିଡିଆ ସେୟାର କରିବାର ସୁବିଧା ମିଳିବ ।

ଡକ୍ୟୁମେଣ୍ଟସରେ ଦେଇପାରିବେ କ୍ୟାପ୍ସନ୍‌
  1. ଏହି ଫିଚର ସହିତ ଆଉ ଏକ ସୁବିଧା ଯୋଡି ହୋଇଛି । ଯାହା ୟୁଜର୍ସଙ୍କୁ ଡକ୍ୟୁମେଣ୍ଟରେ କ୍ୟାପ୍ସନ ଯୋଡିବାର ଅନୁମତି ଦେଇଥାଏ । ପୂର୍ବରୁ ୟୁଜର୍ସଙ୍କ ପାଖରେ ଫଟୋ ଏବଂ ଭିଡିଓ ପାଇଁ କ୍ୟାପ୍ସନ ଲେଖିବାର ଅପ୍ସନ ଥିଲା ।
  2. କିନ୍ତୁ ଏବେ ୟୁଜର ବ୍ୟକ୍ତିଗତ ଏବଂ ଗ୍ରୁପ ଚାଟରେ ସେୟାର କରାଯାଇଥିବା ଡକ୍ୟୁମେଣ୍ଟସରେ କ୍ୟାପ୍ସନ ଯୋଡିପାରିବେ । ହ୍ଵାଟ୍ସଆପ ଗ୍ରୁପ୍‌ ସବଜେକ୍ଟସ ଏବଂ ଡେସକ୍ରିପସନ୍‌ ପାଇଁ କ୍ୟାରେକ୍ଟର ଲିମିଟକୁ ବଢ଼ାଇଦେଇଛି । ଏହାଦ୍ୱାରା ୟୁଜର୍ସ ନିଜ ଗ୍ରୁପ୍ସ ବାବଦରେ ଭଲ ଭାବେ ବୁଝାଇ ପାରିବେ।
  3. ଏହି ନୂଆ ଫିଚର୍ସକୁ କେବଳ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ଯୋଡା ଯାଇଛି । ଆଶା କରାଯାଉଛି ଯେ କମ୍ପାନୀ ଏହାକୁ ଆଇଓଏସ ପାଇଁ ବହୁତ ଜଲଦି ଲଞ୍ଚ୍‌ କରିବ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟ୍ସଆପ୍‌ ବିଜନେସ ପାଇଁ ଆଉ ଏକ ନୂଆ ଫିଚର୍ସ ଉପରେ କାମ କରୁଛି । ଏହି ଫିଚରର ନାମ ହେଉଛି ‘କେଫ୍ଟ ମେସେଜ୍‌’ ।
  4. ଏହି ସୁବିଧା ୟୁଜର୍ସଙ୍କୁ ଗାୟବ ହୋଇଥିବା ମେସେଜକୁ ରଖିବାର ଅନୁମତି ଦେବ । ଗତ ବର୍ଷ ହ୍ଵାଟ୍ସଆପ ଫାଇଲର ସିମାକୁ ୧୦୦ଏମବିର ପୂର୍ବ ସୀମାକୁ ବୃଦ୍ଧି କରି ୨ଜିବି କରିଦେଇଥିଲା । କିନ୍ତୁ ଏହି ସୁବିଧା ଏବେ ପର୍ଯ୍ୟନ୍ତ ଆଇଓଏସ ପାଇଁ ହ୍ଵାଟ୍ସଆପରେ ଲଞ୍ଚ୍‌ କରିନାହିଁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.