ନୂଆ ଫିଚରରେ ହ୍ୱାଟସଆପ ସହ ମର୍ଜ ହେବ ମେଟାର ଆଉ ଦୁଇଟି ପ୍ଲାଟଫର୍ମ, ସ୍କ୍ରିନସଟ୍ ହେଉଛି ଭାଇରାଲ

ହ୍ୱାଟସଆପ ନିଜ ୟୁଜର୍ସଙ୍କ ପାଇଁ ପ୍ରାୟ ସମୟରେ ନୂଆ ନୂଆ ଫିଚର ଅପଡେଟ କରେ । ଏବେ ପୁଣି ହ୍ୱାଟସଆପ ତରଫରୁ ଜାରି ହୋଇଛି ଏକ ଜବରଦସ୍ତ ଫିଚର । WABetaInfoର ନୂଆ ରିପୋର୍ଟ ଅନୁଯାୟୀ, ଆଇଓଏସ୍ ରେ ଆପ୍ ର ଲାଟେଷ୍ଟ ବିଟା ଭର୍ସନରୁ ଜଣାପଡୁଛି ଯେ ମେସେଜ ରିଆକ୍ସନ ପାଇଁ ନୂଆ ଫିଚର ଆସିବାକୁ ଯାଉଛି । ଏହା ହ୍ୱାଟସଆପର ୨୨.୨.୭୨ ଭର୍ସନର ସେଟିଂ ମେନୁରେ ଦେଖିବାକୁ ମିଳିଛି ।

ଏହି ଫିଚର ମେଟା ଦ୍ୱାରା ପରିଚାଳିତ ଇନଷ୍ଟାଗ୍ରାମ ଓ ଫେସବୁକ ଆପ୍‌ରେ ପ୍ରଥମରୁ ହିଁ ରହିଛି । ଏହାକୁ ରିଆକ୍ସନ ଫିଚର କୁହାଯାଉଥିବା ବେଳେ ୟୁଜର୍ସଙ୍କୁ ଏହା ଖୁବ ପସନ୍ଦ ଆସିବ ବୋଲି ବିଶ୍ୱାସ ରହିଛି ।

sshot
pc: zee news

ମେଟା ଏହା ପୂର୍ବରୁ ଫେସବୁକ ଓ ଇନଷ୍ଟାଗ୍ରାମ ଡିଏମ୍‌କୁ ମର୍ଜ କରିବାରେ ସଫଳ ହୋଇଛି । କାରଣ ଏହି ଦୁଇ ପ୍ଲାଟଫର୍ମ ସମାନ ମେସେଜିଂ ଫିଚରକୁ ସପୋର୍ଟ କରୁଛି । ଏହାସହ କ୍ରସ ପ୍ଲାଟର୍ଫମ ମେସେଜ ପାଇଁଏହାକୁ ବ୍ୟବହାର କରାଯାଉଛି । ଏବେ ମେଟା ମୋଟ ୩ ଟି ପ୍ଲାଟଫର୍ମରେ ଏହି ଫିଚରକୁ ମର୍ଜ କରିବାର ଯୋଜନାରେ ସଫଳ ହେଉଛି ନା ନାହିଁ । କାରଣ ଏସମସ୍ତ ଆପ୍ ମଧ୍ୟରୁ ହ୍ୱାଟସଆପ ସବୁଠୁ ଲୋକପ୍ରିୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.