ହ୍ଵାଟ୍ସଆପରେ ଆସିଲା ଧମାଲ ଫିଚର ! ଚାଟ୍‌ କରିବା ଆହୁରି ବି ହେବ ସହଜ, ଏବେ ସବୁକିଛି ରହିବ ହାତ ମୁଠାରେ

ହ୍ଵାଟ୍ସଆପର ବ୍ୟବହାର କୋଟି କୋଟି ଭାରତୀୟ କରୁଛନ୍ତି। ୟୁଜରଙ୍କ ଏକ୍ସପେରିୟନ୍ସକୁ ଆହୁରି ଖାସ୍‌ କରିବା ପାଇଁ କମ୍ପାନୀ ବି ଆପରେ ନୂଆ ନୂଆ ଫିଚର୍ସକୁ ଯୋଡୁଛି। ଲାଟେଷ୍ଟ ୨୩.୧.୭୫ ଅପଡେଟରେ ହ୍ଵାଟ୍ସଆପ୍‌ ନୂଆ ସୁବିଧାକୁ ଲଞ୍ଚ୍‌ କରିବାକୁ ଯାଉଛି, ଯାହା ୟୁଜର ଇଣ୍ଟରଫେସକୁ ବଢ଼ାଇବ। ଏଥିରେ ଅନେକ ନୂଆ ନୂଆ ଫିଚର୍ସକୁ ସାମିଲ କରାଯିବ। ନୂଆ ଫିଚର୍ସରେ ମେସେଜ ଇଓରସେଲ୍ଫ ଫିଚର, ସର୍ଚ୍ଚ ବାୟ ଡେଟ ଫିଚର, ଡ୍ରାଗ୍‌ ଆଣ୍ଡ ଡ୍ରପ୍‌ ଟୁ ସେୟାର ଇମେଜ୍‌ ଫିଚର ସାମିଲ ରହିଛି। ଏହିସବୁ ଫିଚର୍ସ ଆସିବା ପରେ ଚାଟ କରିବା ଏବଂ ବ୍ୟବହାର କରିବା ଏବେ ଆହୁରି ବି ସହଜ ହୋଇଯିବ। ଏହି ଅପଡେଟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ଉଭୟ ୟୁଜର୍ସଙ୍କ ପାଇଁ ଜାରି କରାଯିବ।

ହ୍ଵାଟ୍ସଆପରେ ଆସୁଛି ଧମାକେଦାର ଫିଚର୍ସ

ନୂଆ ଅପଡେଟରେ ଦୁଇଟି ଫିଚର୍ସ ବହୁତ ଚର୍ଚ୍ଚର୍ାରେ ରହିଛି। ପ୍ରଥମ ଫିଚର ସର୍ଚ୍ଚ ବାୟ ଡେଟ ଏବଂ ଦ୍ୱିତୀୟଟି ଫିଚର ଡ୍ରାଗ୍‌ ଆଣ୍ଡ ଡ୍ରପ୍‌ ଟୁ ସେୟାର ଇମେଜ୍‌ ଫିଚର। ନୂଆ ଭର୍ସନ ବିଷୟରେ ହ୍ଵାଟ୍ସଆପର ଡେସକ୍ରିପସନ୍‌ ମୁତାବକ ୟୁଜର୍ସ ଏବେ କ୍ୟାଲେଣ୍ଡର ଜରିଆରେ ଏକ ନିଶ୍ଚିତ ତାରିଖକୁ ଯାଇ କୌଣସି ଏକ ଖାସ୍‌ ମେସେଜକୁ ସର୍ଚ୍ଚ କରିପାରିବେ। ଡିଟେଲରେ କହିବା ତ ଚାଟ୍‌ ସର୍ଚ୍ଚ କରିବା ପାଇଁ ଡେଟ୍‌ ବାୟ ଡେଟ ମଧ୍ୟ ଯାଇପାରିବେ।

ଏବେ ଜାଣନ୍ତୁ କେମିତି ସର୍ଚ୍ଚ ବାୟ ଡେଟ ଫିଚରର କରିବେ ବ୍ୟବହାର

ହ୍ଵାଟ୍ସଆପ୍‌ ଓପନ କରି ସେହି ଚାଟ ହେଡକୁ ଯାଆନ୍ତୁ ଯାହାକୁ ଆପଣ ଡେଟରୁ ମେସେଜ୍‌ ସର୍ଚ୍ଚ କରିବାକୁ ଚାହୁଁଛନ୍ତି।
ଏବେ ସର୍ଚ୍ଚ ମେସେଜ ଉପରେ ଟ୍ୟାପ୍‌ କରନ୍ତୁ। ରାଇଟ୍‌ କର୍ଣ୍ଣରରେ କ୍ୟାଲେଣ୍ଡର ଆଇକନ୍‌ ଦେଖାଯିବ।
କ୍ୟାଲେଣ୍ଡର ଆଇକନ୍‌ ଉପରେ ଟ୍ୟାପ୍‌ କରନ୍ତୁ। ବର୍ଷ ଏବଂ ମାସ ଚୟନ କରନ୍ତୁ ଯେଉଁଠି ଆପଣ ମେସେଜ୍‌ ସର୍ଚ୍ଚ କରିବା ପାଇଁ ସ୍କ୍ରୋଲ କରିବାକୁ ଚାହୁଁଛନ୍ତି।
ଜମ୍ପ ଟୁ ଡେଟ ଉପରେ କ୍ଲିକ କରିବା କ୍ଷଣି ହିଁ ମେସେଜ୍‌ ସେହି ତାରିଖକୁ ନେଇଯିବ। ସେଠାରେ ଆପର ମେସେଜ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.