WhatsApp ୟୁଜର୍ସ ତିଆରି କରିପାରିବେ AI Chatbot, ଆସୁଛି ସବୁଠାରୁ ଦମଦାର୍ ଫିଚର

WhatsApp ହେଉଛି ବିଶ୍ବର ସବୁଠାରୁ ବଡ଼ ଇନଷ୍ଟାଣ୍ଟ ମେସେଜିଂ ପ୍ଲାର୍ଟଫର୍ମ । ସାରା ବିଶ୍ବରେ ୩.୫ ବିଲିୟନରୁ ଅଧିକ ଲୋକ ସେମାନଙ୍କ ସ୍ମାର୍ଟଫୋନରେ ଏହି ଆପ୍ଲିକେସନ୍ ବ୍ୟବହାର କରନ୍ତି । WhatsApp ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ସମୟ ସମୟରେ ନୂଆ ଫିଚର୍ ଆଣୁଛି । ଏବେ ଏହି ଇନଷ୍ଟାଣ୍ଟ ମେସେଜିଂ ଆପରେ AI Chatbot ର ଏପରି ଏକ ଫିଚର ଆସିବାକୁ ଯାଉଛି, ଯାହା ଏକ ବଡ଼ ଧମାକା କରିପାରିବ ।
କୋଟି କୋଟି ୟୁଜର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । WhatsApp ଖୁବ୍ ଶୀଘ୍ର ନିଜର ୟୁଜର୍ସଙ୍କୁ ଏକ ଫିଚର ଦେବାକୁ ଯାଉଛି ଯାହା ମାଧ୍ୟମରେ ସେମାନେ ନିଜର AI Chatbot ତିଆରି କରିପାରିବେ । ୟୁଜର୍ସମାନେ WhatsApp ର AI Chatbot ରେ ପର୍ସନାଲିଟି ଏବଂ କାର୍ଯ୍ୟକାରିତାକୁ କଷ୍ଟମାଇଜ୍ କରିପାରିବେ । ଅର୍ଥାତ୍ ଏହି AI Chatbot ଆପଣଙ୍କ ଇଚ୍ଛାନୁସାରେ କାମ କରିବ । ତେବେ ଆସନ୍ତୁ ଜାଣିବା ଏହାର ଡିଟେଲ୍ସ ।
WhatsApp ଏପରି ଏକ ଫିଚର ଉପରେ କାମ କରୁଛି ଯେଉଁଥିରେ ଆପଣ AI କ୍ୟାରେକ୍ଟ କୁ କ୍ରିଏଟ୍ କରିପାରିବେ । WhatsApp ର ଏହି ଅପକମିଙ୍ଗ ଫିଚରଟି AI ର ଇନଫାଷ୍ଟ୍ରକ୍ଚର ଉପରେ କାମ କରିବାକୁ ଯାଉଛି । ଏହାକୁ କ୍ରିଏଟ୍ କରିବା ପୂର୍ବରୁ WhatsApp ଆପଣଙ୍କୁ କିଛି ପ୍ରଶ୍ନ କରିବ ଏବଂ ଆପଣ ଏହାର ଜବାବ୍ ଦେବାକୁ ବାଧ୍ୟତାମୂଳକ ହେବ ।
ଏହି AI Chatbot ଏବଂ କ୍ୟାରେକ୍ଟରର ସବୁଠାରୁ ଖାସ୍ କଥା ହେୁଛି ଯେ ଆପଣ ଏହାକୁ ଆପଣଙ୍କର ଆବଶ୍ୟକତା ଅନୁସାରେ ସେଟ୍ କରିପାରିବେ । କେବଳ ଏତିକି ନୁହେଁ ଏହା ମଧ୍ୟ ଡିଭାଇଡ୍ କରିପାରିବେ କି ଏହାର ଫୋକସ୍ କାହା ଉପରେ ରହିଛି । ଗୋଟିଏ ଥର Chatbot କ୍ରିଏଟ୍ ହେବା ପରେ ଏହା ସହଜରେ ଆପଣଙ୍କର ଆବଶ୍ୟକତାକୁ ପୂରା କରିପାରିବ । ଆପଣଙ୍କୁ କହୁଛୁ ଯେ ଏହି AI Chatbot ର ଡିଟେଲ୍ସ ଉପରେ ଆପଣଙ୍କର ସମ୍ପୂର୍ଣ୍ଣ କଣ୍ଟ୍ରୋଲ୍ ରହିବ । ଆପଣ ପରେ ଡିଟେଲ୍ସଗୁଡିକୁ ଏଡିଟ୍ କିମ୍ବା ରିମୁଭ୍ ମଧ୍ୟ କରିପାରିବେ ।
WhatsApp ବର୍ତ୍ତମାନ ଏହି AI Chatbot ଫିଚର ଉପରେ କାମ କରୁଛି । ଏହାକୁ ପ୍ରଥମେ ବିଟା ଟେଷ୍ଟର ପାଇଁ ରୋଲ୍ ଆଉଟ୍ କରାଯିବ । ଟେଷ୍ଟିରେ ସମ୍ପୂର୍ଣ୍ଣ ଭାବରେ ପାସ୍ ହେବା ପରେ ରେଗୁଲାର୍ ୟୁଜର୍ସଙ୍କ ପାଇଁ ରୋଲ୍ ଆଉଟ୍ କରାଯିବ । ଲିକ୍ ଅନୁଯାୟୀ, କମ୍ପାନୀ ପ୍ରଥମେ ଏହି ଫିଚରକୁ iPhone ୟୁଜର୍ସଙ୍କ ପାଇଁ ରୋଲ୍ ଆଉଟ୍ କରିପାରିବ ।