ହ୍ଵାଟ୍ସଆପ୍‌ ଆଣୁଛି ବଢ଼ିଆ ଫିଚର, ଏବେ ମିନିଟରେ ଘର ପାଇଁ ମଗାଇପାରିବେ ରାସନ୍‌

ହ୍ଵାଟ୍ସଆପର ବ୍ୟବହାର କୋଟି କୋଟି ଭାରତୀୟ କରୁଛନ୍ତି। ନିଜର ୟୁଜର୍ସଙ୍କୁ ଖାସ୍‌ ଅନୁଭବ ଦେବା ପାଇଁ ହ୍ଵାଟ୍ସଆପ୍‌ ମଜାଦାର ଫିଚର୍ସ ସବୁକୁ ଲଞ୍ଚ୍‌ କରୁଛି। ଏହି ବର୍ଷ ବି ହ୍ଵାଟ୍ସଆପ୍‌ ବହୁତ ସାନଦାର ଫିଚର୍ସ ଲଞ୍ଚ୍‌ କରିଛି। ଆଗାମୀ ଦିନରେ ହ୍ଵାଟ୍ସଆପ୍‌ ଏମିତି ଫିଚର୍ସ ଲଞ୍ଚ୍‌ କରିବାକୁ ଯାଉଛି ଯାହାଦ୍ୱାରା ଜୀବନ ବଦଳିଯିବ। ହ୍ଵାଟ୍ସଆପ୍‌ ଜରିଆରେ ଚାଟ, ଫଟୋ, ଭିଡିଓ, ଭଏସ ନୋଟ୍ସ ଏବଂ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ସେୟାର କରିପାରୁଛନ୍ତି। କେବଳ ଏତିକି ନୁହେଁ ହ୍ଵାଟ୍ସଆପରେ ପେମେଣ୍ଟ ସୁବିଧା ମଧ୍ୟ ଆରମ୍ଭ ହୋଇସାରିଛି। ଯାହାଦ୍ୱାରା ସହଜରେ ଆପଣ ୟୁପିଆଇ ପେମେଣ୍ଟ କରିପାରିବେ। ଏବେ ଖବର ଆସୁଛି ଯେ ଆପ୍‌ ଏମିତି ଏକ ଫିଚର ଆଣୁଛି ଯାହାଦ୍ୱାରା ହ୍ଵାଟ୍ସଆପ୍‌ ଜରିଆରେ ଆପଣ ହୋଟେଲ ବ୍ୟାକିଙ୍ଗ କରିବା ସହିତ ରାସନ୍‌ ସାମଗ୍ରୀ ବି ଅର୍ଡର କରିପାରିବେ।

ହ୍ଵାଟ୍ସଆପ୍‌ ସାହାଯ୍ୟରେ ଆପଣ ନିକଟସ୍ଥ ବିଜନେସ୍‌ ସର୍ଚ୍ଚ କରିପାରିବେ। ଏଥିପାଇଁ ଲୋକଙ୍କୁ କୌଣସି ପ୍ରକାର ଜିନିଷ ପାଇଁ କୌଣସି ଆପକୁ ଡାଉନଲୋଡ କରିବାକୁ ପଡିବନାହିଁ। ଫୋନରେ ସ୍ପେସ୍‌ ବି ଖର୍ଚ୍ଚ ହେବନି କି ଫୋନ ସ୍ଲୋ ବି ହେବନାହିଁ।

ହ୍ଵାଟ୍ସଆପ ୟୁଜର୍ସ ଏବେ ପାଖ ରାସନ ଦୋକାନରୁ ଜିନିଷପତ୍ର, କପଡା ଦୋକାନ, ରେସ୍ତୋରାଁ ଏବଂ ବହୁତ କିଛି ଖୋଜି ପାରିବେ। ୟୁଜର୍ସ କପଡା, ହୋଟେଲ ଏବଂ ଗ୍ରୋସରୀକୁ ବୁକ୍‌ କରିପାରିବେ ନା ନାହିଁ ଏହି କଥାର ଏବେ ସୁଦ୍ଧା ନିଶ୍ଚିତ ହୋଇନାହିଁ।
ଗୁଗଲ ପ୍ଲେ ଷ୍ଟୋରରୁ ଅନେକ ଗ୍ରୋସରୀ ବୁକିଙ୍ଗ ଏବଂ ହୋଟେଲ ବୁକିଂର ଅନେକ ଆପ୍‌ ରହିଛି। ଯଦି ହ୍ଵାଟ୍ସଆପରେ ଏହି ଅପସନ୍‌ ଆସିଯାଏ ତାହେଲେ ଏହା ସବୁ ଆପକୁ ଜବରଦସ୍ତ ଟକ୍କର ଦେବ।