ହ୍ୱାଟ୍ସଆପ୍‌ ବ୍ୟବହାର ହୋଇଗଲା ଆହୁରି ସହଜ, ଆଉ ନଜର ଆସିବନି ଆପଣଙ୍କର ପ୍ରୋଫାଇଲ ଫଟୋ

ହ୍ୱାଟ୍ସଆପ୍‌ ଏହାର ଲକ୍ଷ ଲକ୍ଷ ୟୁଜର୍ସଙ୍କ ଚାଟ୍ ଅଭିଜ୍ଞତାକୁ ପୂର୍ବ ଅପେକ୍ଷା ମଜାଳିଆ ଏବଂ ସୁରକ୍ଷିତ କରିବା ପାଇଁ ନୂତନ ଫିଚର ଆଣିବାରେ ଲାଗିଛି । ଏହାର କାରଣ ହେଉଛି ଗତ କିଛି ବର୍ଷ ମଧ୍ୟରେ ହ୍ୱାଟ୍ସଆପ୍‌ ଅନେକ ନୂଆ ନୂଆ ଫିଚର୍ସ ପ୍ରବେଶ କରାଯାଇଛି। ଏଗୁଡ଼ିକ ମଧ୍ୟରେ ଅନେକ ପ୍ରକାରର ଫିଚର ଅଛି, ଯାହା ଉପଭୋକ୍ତାମାନଙ୍କ ସୁରକ୍ଷା ଏବଂ ଗୋପନୀୟତା ଉପରେ ବିଶେଷ ଧ୍ୟାନ ଦେଇ ରିଲିଜ୍ ହୋଇଛି । ଆଜି ଆମେ ଆପଣଙ୍କୁ ଏପରି କିଛି ଅତ୍ୟାଧୁନିକ ଫିଚର ବିଷୟରେ କହୁଛୁ ଯାହା ହ୍ୱାଟ୍ସଆପ୍‌ ଆସିଛି। ଏହି ଫିଚର ଗୁଡିକୁ ବ୍ୟବହାର କରି, ଆପଣ ପ୍ରାଇଭେସିକୁ ବଜାୟ ରଖିବାବେଳେ ସମ୍ପୂର୍ଣ୍ଣ ଚାଟିଂକୁ ଉପଭୋଗ କରିପାରିବ।

ଏବେ ଆଉ ମନରେ ରହିବନି କିଛି ଭୟ କି ସଙ୍କୋଚ । କାରଣ ସମସ୍ତଙ୍କୁ ଆଉ ନଜର ଆସିବନି ପ୍ରୋଫାଇଲରେ ରଖିଥିବା ଫଟୋ , ଏବଂ ଆପେ ଆପେ ଡିଲିଟ୍‌ ହୋଇଯିବ ମେସେଜ୍‌ । ହ୍ୱାଟ୍ସଆପ୍‌ର ଏହି ଫିଚର ବ୍ୟବହାରକାରୀଙ୍କୁ ଖୁବ୍‌ ପସନ୍ଦ ଆସୁଛି । ଏହି ଫିଚର ସାହାଯ୍ୟରେ ଆପଣ ଏହା ସ୍ଥିର କରି ପାରିବେ ଯେ, ଆପଣଙ୍କର ପ୍ରୋଫାଇଲ ଫଟୋ , ଷ୍ଟାଟସ୍‌ ଓ ଲାଷ୍ଟ ସିନ୍‌ କାହାକୁ ନଜର ଆସିବ। ଏଥିପାଇଁ କମ୍ପାନୀ ଏବେ ଆକାଉଣ୍ଟସ୍‌ର ପ୍ରାଇଭେସି ସେକ୍ସନରେ ଲାଷ୍ଟ୍‌ ସିନ୍‌, ଷ୍ଟାଟ୍‌ସ ଓ ପ୍ରୋଫାଇଲ ଫଟୋ ପାଇଁ My contacts exceptର ଅପସନ ଦେଉଛି । ଏହି ଅପସନରେ ଯାଇ ଆପଣ ଏହି କଣ୍ଟାକ୍ଟକୁ ସିଲେକ୍ଟ କରି ପାରିବେ , ଯାହାଙ୍କୁ ଆପଣ ଏହି ଡିଟେଲ୍ସ ଦେଖାଇବାକୁ ଚାହୁଁ ନାହାନ

ୟୁଜର୍ସ ମାନେ ଏହି ଫିଚର ପାଇଁ ବହୁତ ଅପେକ୍ଷା କରିଥିଲେ। ଏହି ବ ଫିଚର ଆସିବା ସହିତପଠାଯାଇଥିବା ଯେକୌଣସି ମେସେଜ ସ୍ୱୟଂଚାଳିତ ଭାବରେ ଡିଲିଟ ହୋଇପାରିବ। ମେସେଜ୍ ସ୍ୱୟଂଚାଳିତ ଭାବରେ ଡିଲିଟ୍ କରିବାକୁ କମ୍ପାନୀ ୨୪ ଘଣ୍ଟା, ୭ ଦିନ ଏବଂ ୯୦ ଦିନର ବିକଳ୍ପ ଦେଇଥାଏ।ଏହି ଫିଚରକୁ ସଂପୂର୍ଣ୍ଣ ଭାବେ ସଫଳ ବୋଲି କୁହାଯାଇ ପାରିବ ନାହିଁ , କାରଣ ଏହି ମେସେଜର ସ୍କ୍ରିନସଟ୍‌ ନିଆଯାଇ ପାରେ ।

୨୦୨୧ର ଶେଷରେ କମ୍ପାନୀ ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ପ୍ରାଇଭେସି ଫିଚର ବାହାର କଲା ଏହି ଫିଚରର କାର୍ଯ୍ୟ ହେଉଛି ଏହା କେବଳ ସେହି ଉପଭୋକ୍ତାମାନଙ୍କୁ ଦେଖାଇଥାଏ ଯେଉଁମାନଙ୍କ ସହିତ ଆପଣ ପୂର୍ବରୁ ଚାଟ୍ କରିଛନ୍ତି । ଯଦି ଆପଣଙ୍କର କଣ୍ଟାକରେ ଏପରି କେହି ଅଛନ୍ତି, ଯାହାଙ୍କ ସହିତ ଆପଣ କେବେ ଚାଟ୍ କରିନାହାଁନ୍ତି, ତେବେ ସେମାନେ ଆପଣଙ୍କ ରହ୍ୱାଟ୍ସଆପ୍‌ ର ଲାଷ୍ଟ ସିନ୍‌ ଦେଖିବାରେ ସମର୍ଥ ହେବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.