ହ୍ୱାଟ୍ସଆପ୍‌ ଆଣୁଛି ନୂଆ ଫିଚର, ଏବେ ଡିପି ସହ ମଧ୍ୟ ରଖି ପାରିବେ କଭର ଫଟୋ

ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ବଡ ଅପଡେଟ୍ ଅଛି । ରିପୋର୍ଟ ଅନୁଯାୟୀ, ଇନଷ୍ଟାଣ୍ଟ ମେସେଜିଂ ଆପ୍ ଏକ ନୂଆ ଫିଚର ଉପରେ କାମ କରୁଛି, ଯାହା ଅଧୀନରେ ୟୁଜର୍ସ ମାନେ ସେମାନଙ୍କ ପ୍ରୋଫାଇଲରେ କଭର ଫଟୋ ସେଟ୍ କରିବାକୁ ସୁବିଧା ପାଇବାକୁ ଯାଉଛନ୍ତି। ବର୍ତ୍ତମାନ, ଆପଣ କେବଳ ପ୍ରୋଫାଇଲ୍ ଫଟୋ ରଖିବା ପାଇଁ ସୁବିଧା ପାଉଥିଲେ । ବହୁ ଦିନ ଧରି ଏହି ଫିଚର ଆପଣଙ୍କୁ ଫେସବୁକ୍‌ କଥା ମନେପକାଇ ଦେଇପାରେ। ବର୍ତ୍ତମାନ ଫିଚରର ଟେଷ୍ଟିଂ କରାଯାଉଛି ।

ଅବଶ୍ୟ, ଏହି ଫିଚର କେବଳ ହ୍ୱାଟ୍ସଆପ୍‌ ବିଜନେସ୍‌ ଆପ୍‌ର ୟୁଜରଙ୍କ ଯାଏ ହିଁ ସୀମିତ ରହିପାରେ । WABetaInfo ର ଏକ ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍‌ କ୍ୟାଟଲଗ୍‌ ପରିଚାଳନା ପାଇଁ କମ୍ପାନୀ ଏକ ନୂଆ ଉପାୟରେ କାର୍ଯ୍ୟ କରୁଛି। ରିପୋର୍ଟରେ କୁହାଯାଇଛି ଯେ ହ୍ୱାଟ୍ସଆପ୍‌ ଏବେ ହ୍ୱାଟ୍ସଆପ୍ ବିଜନେସ୍‌ ଆକାଉଣ୍ଟ ପାଇଁ ଆଉ ଏକ ଫିଚର କଭର ଫଟୋ ସେଟ୍‌ କରିବାର କ୍ଷମତା ଉପରେ କାମ କରୁଛି , ଯାହା ଭବିଷ୍ୟତର ଅପଡେଟରେ ଉପଲବ୍ଧ ହେବ ।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ହ୍ୱାଟ୍ସଆପ୍‌ ବିଜନେସ୍‌ ଆପ୍‌ ଭିଟା ଟେଷ୍ଟର ଫିଚରର ଇନେବଲ ହେବା ପରେ କିଛି ପରିବର୍ତ୍ତନ ନଜର ଆସିବ । ୟୁଜରଙ୍କୁ ବିଜନେସ୍‌ ସେଟିଂ ଅନୁସାରେ ଏକ ଅତିରିକ୍ତ କ୍ୟାମେରା ବଟନ ମିଳିବ । ନୂତନ କ୍ୟାମେରା ବଟନ୍ ଉପଭୋକ୍ତାମାନଙ୍କୁ ସେମାନଙ୍କର ପ୍ରୋଫାଇଲରେ କଭର ଫଟୋ ଯୋଡିବାକୁ ଦେବ | ରିପୋର୍ଟ ମୁତାବିକ, ବିଜନେସ ସେଟିଂରେ ଏକ କ୍ୟାମେରା ବଟନ ଯୋଡ଼ା ଯାଉଛି । ଏହି ବଟନ ମାଧ୍ୟମରେ କଭରରେ ଲଗେଇବା ପାଇଁ ଏକ ଫଟୋକୁ ସିଲେକ୍ଟ କରି ପାରିବେ ବା ଏକ ନୂଆ ଫଟୋ ନେଇପାରିବେ ।

ଯେତେବେଳେ କୌଣସି ହ୍ୱାଟ୍ସଆପ୍‌ ୟୁଜର୍ସ ହ୍ୱାଟ୍ସଆପ୍‌ ବିଜନେସ୍‌ର ପ୍ରୋଫାଇଲ୍ ଦେଖନନ୍ତି , ସେମାନେ ପ୍ରୋଫାଇଲ୍ ଫଟୋ ସହିତ କଭର ଫଟୋ ମଧ୍ୟ ଦେଖିପାରିବେ | ଏହି ହ୍ୱାଟ୍ସଆପ୍‌ ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପାଇଁ ହ୍ୱାଟ୍ସଆପ୍‌ ବିଜନେସ୍‌ ଆପ ଲଞ୍ଚ କରିବାକୁ ଯୋଜନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.