ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ଆପ୍ର ନୂଆ ସର୍ଭିସ ହ୍ଵାଟ୍ଆପ୍ ପେ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏହି ନୂଆ ସେବାର ଲଞ୍ଚ ତାରିଖକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ତେବେ ଏନେଇ ଆଉ ଏକ ମିଡିଆ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ମାସ ଶେଷ ଆଡ଼କୁ ହ୍ଵାଟଆପ୍ ପେ ଭାରତରେ ଲଞ୍ଚ ହେବ। ତେବେ ଏନେଇ ହ୍ଵାଟଆପ୍ ତରଫରୁ କୌଣସି ଅଫିସିଆଲ ସୂଚନା ମିଳିପାରିନାହିଁ।
ରିପୋର୍ଟ ମୁତାବକ କମ୍ପାନୀ ତରଫରୁ ହ୍ଵାଟ୍ସଆପ୍ ପେ’ରେ ଆକ୍ସିସ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ଏସ୍ବିଆଇକୁ ଯୋଡ଼ିବାକୁ କାମ ଚାଲିଛି। ମେ’ ମାସ ଶେଷ ସୁଦ୍ଧା ଏହି ସେବା ଲଞ୍ଚ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ଆକ୍ସିସ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଯୋଡ଼ି ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏସ୍ବିଆଇ ଯୋଡ଼ି ହେବ ବୋଲି ସୂଚନା ମିଳିଛି।
ଗତ ଦୁଇ ବର୍ଷ ହେବ ହ୍ଵାଟ୍ଆପ୍ର ବିଟା ଭର୍ସନରେ ହ୍ଵାଟ୍ଆପ ପେ ଉପଲବ୍ଧ ଅଛି। ତେବେ ଟେଷ୍ଟିଂ ବେଳେ କମ୍ପାନୀକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଏହାର ଲଞ୍ଚିଂ ବିଳମ୍ବ ହେଉଛି ବୋଲି ସୂଚନା ମିଳିଛି। କିନ୍ତୁ ମେ’ ମାସ ଶେଷ ଆଡ଼କୁୁ ଏହା ଉପଲବ୍ଧ ହୋଇପାରେ। ଏଥିରେ ୟୁଜର ସହଜରେ ଟଙ୍କା ନେଣଦେଣ କରିପାରିବେ।
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…