ଟେକ୍

ହ୍ଵାଟସଆପରେ ଏବେ Edit ହେବ ମେସେଜ

ହ୍ଵାଟସଆପ ଏକ ଲୋକପ୍ରିୟ ଚାଟିଂ ଆପ୍‌। ଯାହାକୁ କେବଳ ଭାରତରେ ନୁହେଁ ବରଂ ପୁରା ଦୁନିଆରେ ସମସ୍ତେ ବ୍ୟବହାର କରୁଛନ୍ତି। ସବୁଥର ସେ ନିଜ ୟୁଜର୍ସଙ୍କ ପାଇଁ ବଢ଼ିଆ ବଢ଼ିଆ ଫିଚର୍ସ ଆଣିଥାଏ। ଯେମିତିକି କେହି ଏହାକୁ ବ୍ୟବହାର କରି ବୋର୍‌ ହେବେ ନାହିଁ। ତେବେ ଚଳିତ ଥର ପୁଣି ଥରେ ହ୍ଵାଟସଆପ୍‌ ଏକ ନୂଆ ଫିଚର ଲଞ୍ଚ କରିଛି। ଏମିତିରେ ଆପଣ ଯଦି କିଛି ଭୁଲ ମେସେଜ ଟାଇପ କରି ସେଣ୍ଡ କରିଥାନ୍ତି। ତେବେବି ଚିନ୍ତା କରିବାର ନାହିଁ। ଆପଣ ସେହି ଭୁଲ ମେସେଜ କୁ ଏଡ଼ିଟ କରି ପୁଣି ଥରେ ସେଣ୍ଡ କରିପାରିବେ।

ହ୍ଵାଟସଆପ୍‌ ର ଏହି ନୂଆ ଫିଚରରେ ୟୁଜର୍ସ ଆରାମରେ ମେସେଜକୁ ଏଡ଼ିଟ କରି ପୁଣି ଥରେ ପଠାଇପାରିବେ। ଏଥିପାଇଁ ମେସେଜ ଡିଲେଟ କରିବାର ଆବଶ୍ୟକତା ନାହିଁ। ଏହାର ନାମ ରହିଛି Edit Message ଫିଚର । ତେବେ କିପରି ଏହାର ଫାଇଦା ଉଠାଇବେ ଜାଣନ୍ତୁ..

ନିକଟରେ ହ୍ଵାଟ୍ସଆପ ପର୍ସନାଲ ଚାର୍ଟ ଲକ୍ କରିବାକୁ ଏକ ଅପସନ ଯୋଡିଥିଲା। ବର୍ତ୍ତମାନ ଏହା ମେସେଜିଂ ଆପରେ ଆଉ ଏକ ବଡ଼ ଅପଡେଟ୍ ଆଣିଛି। ଏବେ ହ୍ୱାଟ୍ସଆପରେ ୟୁଜର୍ସ କାହାକୁ ପଠାଇଥିବା ଭୁଲ ମେସେଜରେ କୌଣସି ପରିବର୍ତ୍ତନ କରିବାକୁ ୧୫ ମିନିଟ୍ ପାଇବେ। ବର୍ତ୍ତମାନ ଆପଣଙ୍କୁ ସମ୍ପୂର୍ଣ୍ଣ ମେସେଜ ଡିଲିଟ କରିବାକୁ ପଡିବ ନାହିଁ କାରଣ ଏଡିଟ୍ ବଟନ୍ ଆପଣଙ୍କୁ ସେହି ଶବ୍ଦକୁ ଏଡିଟ୍ କରିବାକୁ ଅନୁମତି ଦେବ।

କିପରି କରିବେ ଜାଣନ୍ତୁ ?

ମାର୍କ ଜୁକରବର୍ଗଙ୍କ କହିବା ଅନୁଯାୟୀ ମେସେଜକୁ ଡିଲିଟ କରିବାକୁ ୪୮ ଘଣ୍ଟା ବଦଳରେ ୬୦ ଘଣ୍ଟା ପର୍ଯ୍ୟନ୍ତ ଦିଆଯାଇଥିବା ସମୟକୁ ବୃଦ୍ଧି କରିବାର ସୁବିଧା ଏକ ବର୍ଷ ପରେ ଆସିଛି। ବର୍ତ୍ତମାନ ଆପଣ କିଛି ମେସେଜ ଡିଲିଟ କରିବାର ଅପ୍ସନ ପାଉଛନ୍ତି , ସେହିପରି ଏକ ଏଡିଟ୍ ଟ୍ୟାଗ୍ ଦିଆଯିବ ଏଥିରେ ମେସେଜକୁ ଏଡିଟ୍ କରିବା ର ଅପ୍ସନ ଦେଖାଇବା ଏବେ ଜଣାନ୍ତୁ ଷ୍ଟେପ:

-ହ୍ଵାଟସ୍ ଆପ୍ ଖୋଲନ୍ତୁ ଏବଂ ଯେକୌଣସି ଚାଟ୍ କୁ ଯାଆନ୍ତୁ

– ଅଜାଣତରେ ପଠାଯାଇଥିବା ମେସେଜ ଉପରେ ପ୍ରେସ୍ କରନ୍ତୁ

– ବର୍ତ୍ତମାନ ଆପଣଙ୍କୁ ଏକ ଏଡିଟ୍ ମେସେଜ୍ ଅପ୍ସନ୍ ମିଳିବ, ଯାହା କୁ କ୍ଲିକ କରି ଆପଣ ଭୁଲ ମେସେଜ କୁ ଏଡିଟ କରିପାରିବେ

ଏହା ଆଗରୁ ଟେଲିଗ୍ରାମ ଏବଂ ଟ୍ୱିଟରରେ ଏଡିଟ୍ ଅପ୍ସନ ଆସି ସାରିଛି। ଟେଲିଗ୍ରାମ୍ ମଧ୍ୟ ଲୋକଙ୍କୁ ମେସେଜ ଡିଲେଟ କରିବାକୁ ଅଧିକ ସମୟ ଦେଇଥାଏ। ୟୁଜର୍ସ ଏଥିପାଇଁ ୧୫ ମିନିଟ୍ ପରିବର୍ତ୍ତେ ୪୮ ଘଣ୍ଟା ପାଇଥାନ୍ତି।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago