WhatsApp କଲିଂରେ ଆସିଲା ନୂଆ ଦମଦାର ଫିଚର୍ସ, ଜାଣନ୍ତୁ ଡିଟେଲ୍ସ
WhatsApp ହେଉଛି ସମଗ୍ର ବିଶ୍ୱରେ ଅଧିକ ବ୍ୟବହାର କରାଯାଉଥିବା ଇନଷ୍ଟାଣ୍ଟ ମ୍ୟାସେଜିଂ ଆପ୍ । ବିଶ୍ୱରେ ପ୍ରାୟ ୩ ବିଲିୟନରୁ ଅଧିକ ଲୋକ ଏହାକୁ ନିଜ ଫୋନରେ ଚାଟିଂ, କଲିଂ, ଭିଡିଓ କଲ ଏବଂ ଅନ୍ୟାନ୍ୟ ସେବା ପାଇଁ ବ୍ୟବହାର କରନ୍ତି । ଏହାର ଗ୍ରାହକଙ୍କୁ ସୁବିଧା ଦେବା ପାଇଁ ସମୟ ସମୟରେ WhatsApp ନୂଆ ନୂଆ ଫିଚର୍ସକୁ ପ୍ଲାଟଫର୍ମରେ ଯୋଡିଥାଏ । ବର୍ତ୍ତମାନ WhatsApp କଲିଂ ଫିଚରକୁ ଆହୁରି ମଧ୍ୟ ଇଣ୍ଟ୍ରେଷ୍ଟି କରିଛି ।
ମେଟା ମାଲିକାନା ହୋଇଥିବା ଏହି ଆପ୍ ବର୍ତ୍ତମାନ କଲ୍ ପାଇଁ ଅନେକ ନୂଆ ଫିଚର୍ସ ସହିତ ଆସିଛି । ଲକ୍ଷ ଲକ୍ଷ ୟୁଜର୍ସଙ୍କର WhatsApp କଲିଂ ଏକ୍ସପେରିଏନ୍ସ ବର୍ତ୍ତମାନ ଅପେକ୍ଷା ଭଲ ହେବାକୁ ଯାଉଛି । ଭଏସ୍ କଲ୍ ସହିତ WhatsApp ଭିଡିଓ କଲ୍ ପାଇଁ ଅନେକ ଅପଡେଟ୍ ରିଲିଜ୍ କରିଛି । କେବଳ ଏତିକି ନୁହେଁ କମ୍ପାନୀ ବର୍ତ୍ତମାନ ଡେସ୍କଟପରେ ମଧ୍ୟ କଲିଂକୁ ଅତି ସହଜ କରିଛି ।
ବର୍ତ୍ତମାନ ୟୁଜର୍ସମାନେ WhatsApp ରେ ଭଲ ଭଏସ୍ ଏବଂ ଭିଡିଓ କଲିଂ ସମୟରେ ସ୍ନାପଚାଟ୍ ପରି ବିଭିନ୍ନ ଇଫେକ୍ଟସ୍ ବ୍ୟବହାର କରାଯାଇଛି । ଏହା ପୂର୍ବରୁ WhatsApp ଭିଡିଓ କଲରେ ବ୍ୟାକଗ୍ରାଉଣ୍ଡ ଚେଞ୍ଜ କରିବାକୁ ସୁବିଧା ଦେଇଥିଲା । ଆପଣଙ୍କୁ କହିବୁ ଯେ WhatsApp କଲିଂ ପାଇଁ ଅନେକ ଫିଚର୍ସ ରୋଲ ଆଉଟ୍ କରିଛି । ଏହି ନୂଆ ଫିଚର୍ସ ଆଣ୍ଡ୍ରଏଡ୍ ଏବଂ iOS ଉଭୟ ୟୁଜର୍ସଙ୍କ ପୋଇଁ ରୋଲଆଉଟ୍ କରାଯାଇଛି ।
WhatsApp ନିଜର ବ୍ଲଗ୍ ମୋଷ୍ଟରେ କହିଛି ଯେ ଯଦି ଆପଣ ଗ୍ରୁପର ସମସ୍ତ ମେମ୍ବର୍ସକୁ ଏକ ଗ୍ରୁପ୍ କଲରେ ଆଣିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଆପଣ ଗ୍ରୁପ୍ କିଛି ମେମ୍ବର ସିଲେକ୍ଟ ପାଇଁ ଅପ୍ସନ ପାଇବେ ।
କିଛି ଦିନ ପୂର୍ବରୁ ଭିଟିଓ କଲ ସମୟରେ ବ୍ୟାକଗ୍ରାଉଣ୍ଡ ଚେଞ୍ଜ କରିବାକୁ WhatsApp ୟୁଜର୍ସଙ୍କୁ ଦିଆଯାଇଥିଲା । ବର୍ତ୍ତମାନ ମେଟା ଭିଡିଓ କଲକୁ ଆହୁରି ଆଡଭାନ୍ସ କରିଛି । ଏବେ ୟୁଜର୍ସମାନେ ଭିଡିଓ କଲ ସମୟରେ ସହଜରେ ବିଭିନ୍ନ ଇଫେକ୍ଟସ୍ ମଧ୍ୟ ଲଗାଇପାରିବେ । ଏହି ଫିଚର ସ୍ନାପଚାଟ୍ ପରି କାମ କରିଥାଏ ।
ସ୍ମାର୍ଟଫୋନରେ WhatsApp କଲିଂ ସହଜରେ କରାଯାଇଥାଏ କିନ୍ତୁ ବର୍ତ୍ତମାନ କମ୍ପାନୀ ଡେସ୍କଟପରେ ମଧ୍ୟ କଲକୁ ସହଜ କରିଛି । ଯଦି ଆପଣ ଡେସ୍କଟପରେ WhatsApp କୁ ଲଗଇନ୍ କରନ୍ତି ତେବେ କଲ ପାଇଁ ଆପଣ ଡେସ୍କଟପ୍ ଆପରେ କଲ୍ ଟ୍ୟାବର ଅପ୍ସନ ପାଇବେ । ଆପଣ ଏହି ଟ୍ୟାବ୍ ଉପରେ କ୍ଲିକ୍ କରିବା ମାତ୍ରେ କଲ ଆରମ୍ଭ ହେବ । ଏହା ବ୍ୟତୀତ ଟ୍ୟାବ ଉପରେ କ୍ଲିକ୍ କରି ଆପଣ ଏକ କଲ୍ ଲିଙ୍କ ତିଆରି କରିବାରେ କିମ୍ବା ନମ୍ବର ଡାଏଲ କରିବାର ଏକ ଅପ୍ସନ ମଧ୍ୟ ପାଇବେ ।