Whatsappରେ ଏଣ୍ଟ୍ରି କଲା ଜବରଦସ୍ତ ଫିଚର, ବଦଳିବ ଗ୍ରୁପ କଲିଂର ଅନ୍ଦାଜ

Whatsapp ଏହାର ୟୁଜର୍ସ ମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନୂତନ ଫିଚର୍ସ ଆଣିଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ କମ୍ପାନୀ Whatsapp ଗ୍ରୁପ୍ ପାଇଁ ଏକ ଭଲ ଫିଚର୍ସ ଲଞ୍ଚ କରିଛି। ଏହି ଫିଚର୍ସ ସାହାଯ୍ୟରେ, ୟୁଜର୍ସ ମାନେ ନିଜେ ଗ୍ରୁପ୍ ଭିତରୁ ଭଏସ୍-ଭିଡିଓ କଲ୍ କରିବାକୁ ସମର୍ଥ ହେବେ ।ଏହି ଫିଚର ବିଶେଷ କଥା ହେଉଛି ୟୁଜର୍ସ ନିଜେ ଚାଟ୍ ୱିଣ୍ଡୋରୁ ସେମାନଙ୍କ ସୁବିଧା ଅନୁଯାୟୀ ତୁରନ୍ତ ଯେକୌଣସି ସମୟରେ ଗ୍ରୁପ୍ କଲ୍ ରେ ଯୋଗ ଦେଇ ପାରିବେ ।

ଏଥିସହିତ ଯେଉଁ ୟୁଜର୍ସ ମାନେ ତୁରନ୍ତ ଗ୍ରୁପ କଲରେ ଯୋଗ ଦେଇ ପାରୁନାହିନ୍ତି ସେମାନଙ୍କୁ ଗ୍ରୁପ୍ ଚାଟ୍ ରେ ଏକ ଅଲଗା ‘Joinନ’ ବଟନ୍ ଦେଖା ଯିବ । ଏହି ବଟନ୍ ସାହାଯ୍ୟରେ ୟୁଜର୍ସ ମାନେ ଚାଲୁଥିବା କଲ୍ ରେ ଯୋଗଦାନ କିମ୍ବା ଡ୍ରପ୍ କରିପାରିବେ । ନୂତନ ଫିଚର୍ ବିଷୟରେ କମ୍ପାନୀ କହିଛି ଯେ ଵର୍ତମାନ ଗ୍ରୁପ୍ କଲିଂର ଚାହିଦାକୁ ଦୃଷ୍ଟିରେ ରଖି ଏହି ଫିଚର Whatsappରେ ଯୋଡିଛି । ଏବଂ ଏହା ଉପଭୋକ୍ତାମାନଙ୍କୁ ସାଙ୍ଗସାଥି ଏବଂ ପରିବାର ସହିତ ସଂଯୋଗ କରିବାରେ ସାହାଯ୍ୟ କରିବ।

Whatsapp ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ଏହି ଫିଚର ରୋଲଆଉଟ କରିବାକୁ ଯାଉଛି । ନୂଆ ଅବଡେଟ ଓ ଏହି ଫିଚର୍ସ ସହିତ ଅନ୍ୟ କେତେକ ପରିବର୍ତ୍ତନ ମଧ୍ୟ ଦେଖାଯିବ । ଯୋଡି ହେବାକୁ ଯାଉଥିବା ଏହି ଫିଚର୍ସ ଗୁଡିକରେ କଲ୍ ନୋଟିଫିକେସନ ଗୁଡିକ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି । ଏହି କଲ୍ ନୋଟିଫିକେସନ ସେହି ଗ୍ରୁପ୍ର ନାମ କହିବ ଯେଉଁଥିରେ ଆପଣ ଯୋଡି ହୋଇଛନ୍ତି । ଏଥିରେ ବ୍ୟକ୍ତିଗତ ସଦସ୍ୟଙ୍କ ନାମ ନୋଟିଫିକେସନ ଦେଖାଯିବ ନାହିଁ ।

କେବଳ ସେହି ୟୁଜର୍ସ ମାନେ ଗ୍ରୁପ୍ କଲ୍ ରେ ଯୋଗଦାନ କରିବାକୁ ସମର୍ଥ ହେବେ, ଯେଉଁମାନେ ଗ୍ରୁପ ସଦସ୍ୟ ହେବେ । ଏହି ଫିଚର୍ସ ମାଧ୍ୟମରେ, ଆପ୍ ଖୋଲିବା ସହିତ, ୟୁଜର୍ସ ମାନେ ମଧ୍ୟ ଜାଣିପାରିବେ ଯେ କଲ୍ କେଉଁ ଗ୍ରୁପରେ ଚାଲିଛି । ଏହି ନୂଆ ଅବଡେଟ ସହିତ କମ୍ପାନୀ ଅତି କମ୍ ଭଏସ ସହିତ ରିଙ୍ଗଟୋନ୍ ପ୍ରଦାନକରିଛି । କମ୍ପାନୀ ଦାବି କରିଛି ଯେ ଏହି ରିଙ୍ଗଟୋନ୍ ଗ୍ରୁପ୍ କଲଗୁଡିକରେ ମେସେଜ ପଠାଇବା କିମ୍ବା ରିସିଭ କରିବା ପରି ଅନୁଭବ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.