ପିକଚର-ଇନ-ପିକଚର ମୋଡର ରୋଲ ଆଉଟ, ଖୁବଶୀଘ୍ର ଆପଣଙ୍କ ଫୋନରେ ଉପଲବ୍ଧ ହେବ ଏହି ଫିଚର

ନୂଆ ଫିଚରର ରୋଲ ଆଉଟ କରିଛ ିହ୍ଵାଟସଆପ । ଭିଡିଓ କଲରେ ପିକଚର-ଇନ-ପିକଚର ମୋଡ ବା ପିଆଇପି ମୋଡକୁ ରୋଲ ଆଉଟ କରିଛି । ଆଇଓଏସ ୟୁଜରଙ୍କ ପାଇଁ ଏହା ଉପଲବ୍ଧ ହୋଇଛି । ଅର୍ଥାତ ଏକାସାଙ୍ଗରେ ଭିଡିଓ କଲରେ ଥାଇ ଆପଣ ଅନ୍ୟ ଆପ୍ଲିକେସନରେ କାମ କରିପାରିବେ ।

କେନ୍ୟୁଜ୍‌(ବ୍ୟୁରୋ): ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ ପ୍ରତ୍ୟେକ ମାସ ଏହାର ଆଣ୍ଡ୍ରଏଡ, ଆଇଓଏସ ଓ ଡେକ୍ସଟପ ୟୁଜରଙ୍କ ପାଇଁ ନୂଆ ନୂଆ ଅପଡେଟ ଆଣିଥାଏ । ନୂଆ ଅପଡେଟ ସହ ହ୍ଵାଟସଆପ ଅନେକ ନୂଆ ଫିଚର ଆଣିଥାଏ । ସେପରି ଏକ ନୂଆ ଫିଚରର ରୋଲ ଆଉଟ କରିଛ ିହ୍ଵାଟସଆପ । ଭିଡିଓ କଲରେ ପିକଚର-ଇନ-ପିକଚର ମୋଡ ବା ପିଆଇପି ମୋଡକୁ ରୋଲ ଆଉଟ କରିଛି । ଆଇଓଏସ ୟୁଜରଙ୍କ ପାଇଁ ଏହା ଉପଲବ୍ଧ ହୋଇଛି । ଏହି ଫିଚର ଆସିବା ପରେ ହ୍ଵାଟସଆପ ୟୁଜର ଭିଡିଓ କଲ ସମୟରେ ଏକା ସାଙ୍ଗରେ ଅନ୍ୟ ଆପବି ଚଳାଇ ପାରବେ । ଅର୍ଥାତ ଏକାସାଙ୍ଗରେ ଭିଡିଓ କଲରେ ଥାଇ ଆପଣ ଅନ୍ୟ ଆପ୍ଲିକେସନରେ କାମ କରିପାରିବେ ।

ହ୍ଵାଟସଆପ ଆପଣଙ୍କ ଭିଡିଓ କଲକୁ ଏକ ଛୋଟ ଓ୍ଵିଣ୍ଡୋକୁ ନେଇ ଆସିଛି । ଆପଣ ଆପଣଙ୍କ ସୁବିଧା ଅନୁସାରେ ଛୋଟ-ବଡ଼ କରିପାରିବେ । ପିଆଇପି ମୋଡକୁ ଆନାବେଲ କରିକି ଆପଣ ଏକା ସାଙ୍ଗରେ ଅନଲାଇନ କାମ କରିପାରବେ, ବହି ପଢିପାରବେ, ଏହାସହ ଭିଡିଓ ଗେମ୍‌ ମଧ୍ୟ ଖେଳି ପାରିବେ । ଅର୍ଥାତ ଆପଣ ସମାନ ସମୟରେ ମଲଟି ଟାକ୍ସକୁ ପୁରା କରିପାରିବେ । ଏହି ଫିଚରଟି ଆଇଓଏସ ୟୁଜରଙ୍କ ପାଇଁ ରୋଲ ଆଉଟ ହୋଇଥିବା ବେଳେ ପୂର୍ବରୁ ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ଉପଲବ୍ଧ ରହିଥିଲା । ଆଇଓଏସ ୟୁଜର ତାଙ୍କ ହ୍ଵାଟସଆପକୁ ଅପଡେଟ କରିକି ଏହି ଫିଚରର ଫାଇଦା ନେଇ ପାରିବେ । ଏଥିପାଇଁ ଆପଣଙ୍କୁ କିନ୍ତୁ କିଛି ସପ୍ତାହ ଅପେକ୍ଷା କରିପାରିବେ କାରଣ ଏହା ଏକ ରୋଲ ଆଉଟ ଫିଚର ଅଟେ । କିଛି ସପ୍ତାହ ପରେ ଏହା ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ ହୋଇଯିବ ।

ପିଆଇପି ମୋଡ଼ ସହ ହ୍ଵାଟସଆପ ଆଇଓଏସ ୟୁଜରଙ୍କ ପାଇଁ ଆହୁରି ଅନେକ ଫିଚର ନେଇ ଆସିଛି । ଆସନ୍ତୁ ଏହା ଉପରେ ନଜର ପକାଇବା ।

ଏବେ ହ୍ଵାଟସଆପ ୟୁଜର ଡକ୍ୟୁମେଣ୍ଟକୁ ଅନ୍ୟ ୟୁଜରଙ୍କ ପାଖକୁ ପଠାଇବା ପୂର୍ବରୁ କ୍ୟାପସନ ଦେଇପାରିବେ । ସେହିପରି ଫଟୋ, ଭିଡିଓ ଓ ଜିଆଇଏଫ ଫାଇଲରେ ମଧ୍ୟ କ୍ୟାପସନ ଲେଖି ପାରିବେ । ଏହାସହ ୟୁଜର ଲମ୍ବା ଗ୍ରୁପ ଡେକ୍ସକ୍ରିପସନ ବା ସବଜେକ୍ଟ ଲେଖିପାରିବେ । ହ୍ଵାଟସଆପ ପକ୍ଷରୁ ଗ୍ରୁପ ଡେକ୍ସକ୍ରିପସନର କେରେକ୍ଟର ସଂଖ୍ୟାକୁ ୫୧୨ରୁ ୨୦୪୮କୁ ବୃଦ୍ଧି କରାଯାଇଛି । ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ହ୍ଵାଟସଆପ ୟୁଜର ତାଙ୍କର ନିଜର ଅବତାର ତିଆରି କରିପାରିବେ । ପ୍ରୋଫାଇଲ ଫଟୋ, ଷ୍ଟିକର ତିଆରି କରିବାରେ ଏହି ଫିଚରକୁ ବ୍ୟବହାର କରିପାରବେ ।

ଏବେ ଆସନ୍ତୁ ଜାଣିବା ଆପଣ ହ୍ଵାଟସଆପରେ ଆପଣଙ୍କ ଅବତାର କିପରି ତିଆରି କରିପାରିବେ । ଏଥିପାଇଁ ଆପଣଙ୍କୁ ହ୍ଵାଟସଆପ ସେଟିଂକୁ ଯିବାକୁ ପଡ଼ିବ । ଏହାପରେ ଅବତାରରେ ଟାପ କରିବେ । ଏହାପରେ କ୍ରିଏଟ ୟୁଅର ଅବତାରରେ ଟାପ କରିବେ । ଏହାପରେ କିଛି ନିର୍ଦ୍ଦିଷ୍ଟ ଷ୍ଟେପ ଫଲୋ କରିବା ପରେ ଆପଣଙ୍କ ଅବତାର ତିଆରି ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.