ଟେକ୍

ହ୍ୱାଟ୍ସଆପ୍‌ ରିଲିଜ କରୁଛି ନୂଆ ଫିଚର ! ଏଣିକି କୌଣସି ସ୍କାମ୍‌ରେ ଫସିବେ ନାହିଁ, ନିରାପଦରେ ରହିବ ଆପଣଙ୍କ ଆକାଉଣ୍ଟ

ଚାଟିଂ ଆପ୍ ହ୍ୱାଟ୍ସଆପ୍‌ ଜୀବନକୁ ପରସ୍ପର ସହ ଯୋଡି ରହିବା ପାଇଁ ସହଜ କରିଦେଇଛି। ଏହି ଭର୍ଚୁଆଲ ଦୁନିଆରେ ଅନଲାଇନ୍‌ ସ୍କାମ୍‌ ଲୋକଙ୍କୁ ବହୁତ ସମସ୍ୟାରେ ପକାଇଛି ଏବଂ ହ୍ୱାଟ୍ସଆପ୍‌ ମଧ୍ୟ ଏହି ସ୍କାମକୁ ବଢ଼ାଇବାରେ କାମରେ ଆସିଛି। ଏହା ନୋଟିସକୁ ଆସିଛି ଯେ ହ୍ୱାଟ୍ସଆପ୍‌ ଏକ ଫିଚର ଉପରେ କାମ କରୁଛି ଯାହା ଆପଣଙ୍କୁ ଏହି ସ୍କାମରେ ପଡ଼ିବାରେ ରୋକିବ।

ସୂଚନା ଅନୁଯାୟୀ WABetaInfoର ଏକ ରିପୋର୍ଟରେ ଅନଲାଇନ୍ ଚାଟିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍‌ ଏକ ନୂତନ ପ୍ରାଇଭେସି ଫିଚର ଉପରେ କାମ କରୁଛି।ଏହି ଫିଚର ସାହାଯ୍ୟରେ ଅନ୍ୟ କୌଣସି ଫୋନରେ ହ୍ୱାଟ୍ସଆପ୍‌ ଖୋଲିବା ପାଇଁ ଆପଣଙ୍କୁ ଏକ ଡବଲ୍ ଭେରିଫିକେସନ୍ କୋଡ୍ ଦରକାର। ଏହି ଫିଚର ବର୍ତ୍ତମାନ ସୁଦ୍ଧା ହ୍ୱାଟ୍ସଆପ୍‌ ଦ୍ୱାରା ନିଶ୍ଚିତ ହୋଇନାହିଁ। କିନ୍ତୁ ଏହା ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ବୋଲି କୁହାଯାଉଛି। ବର୍ତ୍ତମାନ ଏହି ଫିଚର ଉପରେ ଏବେ ପରୀକ୍ଷା କରାଯାଉଛି।

WABetaInfo ଯେଉଁ ସ୍କ୍ରିନ୍‌ସଟ୍‌ ସେୟାର କରିଛି।ଏହା ମୁତାବିକ ନୂଆ ଫୋନ୍‌ରେ ହ୍ୱାଟ୍ସଆପ୍‌ରେ ଲଗ୍‌-ଇନ୍‌ କରିବା ପୂର୍ବରୁ ଆପଣଙ୍କୁ ଦୁଇଟି ଭେରିଫିକେସନ କୋଡ୍‌ ଭରିବାକୁ ହେବ । ଏକ ଭେରିଫିକେସନ କୋଡ୍‌ ତ ଆପଣଙ୍କୁ ଏସଏମଏସ ମାଧ୍ୟମରେ ପଠାଯାଇ ଥାଏ , ଏବେ ଆଉ ଏକ କୋଡ ପଠାଯିବ । ଅତିରିକ୍ତ ସିକ୍ୟୁରିଟି ପାଇଁ ଆପଣଙ୍କୁ ଦ୍ୱିତୀୟ କୋଡ୍‌କୁ କନଫର୍ମ କରିବାକୁ ହେବ ଏବଂ ଏହାପରେ ହିଁ ଆପଣ କୌଣସି ଦ୍ୱିତୀୟ ଡିଭାଇସରେ ହ୍ୱାଟ୍ସଆପ୍‌ ଖୋଲି ପାରିବେ ।

ହ୍ୱାଟ୍ସଆପ୍‌ ଏହି ଫିଚରକୁ ସ୍ୱତନ୍ତ୍ର ଭାବରେ ରିଲିଜ୍ କରୁଛି । ଯାହା ଦ୍ୱାରା ଆପଣ ଆପଣଙ୍କର ଆକାଉଣ୍ଟକୁ ସୁରକ୍ଷିତ ରଖିପାରିବେ ଏବଂ ଏହା ହ୍ୟାକ୍ ହେବନାହିଁ। ଏହି ଫିଚର ସହିତ ଆପଣଙ୍କର ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ସହଜରେ ହ୍ୟାକ୍ କିମ୍ବା ଚୋରୀ ହୋଇପାରିବ ନାହିଁ କାରଣ ଡବଲ୍ ଭେରିଫିକେସନ୍ କୋଡ୍ ଥିବାରୁ ଆପଣ ହ୍ୱାଟ୍ସଆପ୍‌ ସ୍କାମରେ ପସି ପାରିବେ ନାହିଁ।ସାଧରଣତଃ ଏହି ସ୍କାମଗୁଡ଼ିକ କେବଳ OTP ମାଧ୍ୟମରେ ଘଟେ ଏବଂ ଏହି କ୍ଷେତ୍ରରେ ସିକ୍ୟୁରିଟି କୋଡ୍ ଆପଣଙ୍କୁ ଏହି ସ୍କାମରୁ ରକ୍ଷା କରିପାରିବ। ଏହି ଫିଚର କେବେ ରୋଲ ଆଉଟ୍ ହେବ ସେ ସମ୍ବନ୍ଧରେ ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ଏହା ନିଶ୍ଚିତ ଭାବରେ ଜଣା ଯେ ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ରିଲିଜ୍ ହେଉଛି।

 

Barsha

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

7 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

7 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

24 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

25 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

29 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

52 mins ago