ଟେକ୍

WhatsApp ର ଏହି ସିକ୍ରେଟ ଟ୍ରିକ ଜାଣିଲେ କେହିବି ଛୁଇଁ ପାରିବେନି ଆପଣଙ୍କ ଫୋନ, ଚାଟ ରହିବ ଏକଦମ୍‌ ପର୍ସନାଲ

କରୋନା ଲକଡାଉନ ସମୟରେ ଲୋକେ ଘରେ ରହି ବୋର୍‌ ନ ହେବାକୁ ସୋସିଆଲ ମିଡିଆ କିମ୍ବା ଭିଡିଓ ଷ୍ଟ୍ରିମିଙ୍ଗ୍‌ ପ୍ଲାଟଫର୍ମରେ ସମୟ ଅତିବାହିତ କରୁଛନ୍ତି। ଏମିତିରେ ଲୋକମାନେ ଜଣେ ଜଣଙ୍କୁ ଫଟୋ ଏବଂ ମେସେଜ ପଠାଉଛନ୍ତି। ଏଭଳି ସ୍ଥିତିରେ ଆପଣଙ୍କ ଚାଟ କିମ୍ବା ଫାଇଲ୍ସ ଅନ୍ୟ କାହା ହାତରେ ଲାଗିବାର ଭୟ ରହିଥାଏ। କିନ୍ତୁ ଆପଣ ହ୍ଵାଟସଅପର ଏମିତି ଏକ ଟ୍ରିକ୍ସ ଜଣାଇବୁ ଯାହାଦ୍ୱାରା ଆପଣ ନିଜ ଚାଟ ଏବଂ ମେସେଜକୁ ପର୍ସନାଲ ରଖିପାରିବେ ଏବଂ ସୁରକ୍ଷିତ ରଖିପାରିବେ। ଏହି ଟ୍ରିକ୍ସ ଦ୍ୱାରା କୌଣସି ବି ବ୍ୟକ୍ତି ଆପଣଙ୍କ ଚାଟକୁ ପଢ଼ିପାରିବେନାହିଁ। ଅନେକ ଥର ୟୁଜରଙ୍କୁ ହ୍ଵାଟସଅପରେ ଦିଆଯାଇଥିବା ସେଟିଙ୍ଗ୍‌ ବିଷୟରେ ଅଧିକ କିଛି ଜଣାନଥାଏ ସେଥିପାଇଁ ଆପଣଙ୍କ ଫୋନ ଆଉ କାହା ହାତରେ ଥିଲେ ଆପଣଙ୍କର ଭୟ ରହିଥାଏ ଯେ ସେ ଆପଣଙ୍କ ପର୍ସନାଲ ମେସେଜ୍‌ ଦେଖିଦେବେନି ତ। ତାହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ସେଟିଙ୍ଗ୍‌ ଆକ୍ଟିଭେଟ କରିବାର ତରିକା ଜଣାଇବୁ ଯାହାଦ୍ୱାରା ଆପଣଙ୍କ ହ୍ଵାଟସଅପ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିପାରିବ।

ହ୍ଵାଟସଅପରେ ଦିଆଯାଇଥିବା ସେଟିଙ୍ଗ୍‌ ହେଉଛି ଟୁ-ଷ୍ଟେପ ଅର୍ଥଟିକେସନ

-ସର୍ବପ୍ରଥମେ ଆପଣ ଫୋନର ହ୍ଵାଟସଅପ୍‌ ଓପନ କରନ୍ତୁ।

-ଏହାପରେ ସେଟିଙ୍ଗ ଉପରେ କ୍ଲିକ କରନ୍ତୁ। ଏହାପରେ ଆଉକାଣ୍ଟ ଉପରେ କ୍ଲିକ କରନ୍ତୁ।

-ଏବେ ଆପଣଙ୍କୁ ଟୁ ଷ୍ଟେପ ଭେରିଫିକେସନର ଅପସନ୍‌ ନଜର ଆସିବ। ଏହାଉପରେ କ୍ଲିକ କରି ଏହାକୁ ଏନାବଲ କରିବାକୁ ହେବ।

-ଏଥିରେ ଆପଣ ୬ ଅଙ୍କର ଏକ ପିନ କ୍ରିଏଟ କରିପାରିବେ। ଏହାର ଫାଇଦା ଏହା ହେବ ଯେ କୌଣସି ବି ଲୋକ ଯଦି ଆପଣଙ୍କ ଫୋନରେ ହ୍ଵାଟସଅପ ଖୋଲିବେ ତାହେଲେ ତାଙ୍କୁ ପ୍ରଥମେ ପିନ୍‌ ଦେବାକୁ ହେବ।

-ଟୁ ଷ୍ଟେପ ଭେରିଫିକେସନ କୋଡ୍‌ ଜରିଆରେ ପିନ୍‌ କ୍ରିଏଟ କରିବା ପରେ ଆପଣଙ୍କ ପାଖରେ ଇମେଲ ଆଡ୍ରେସ ଲିଙ୍କ କରିବାର ଅପସନ୍‌ ହେବ। ଯଦି ଆପଣ କେବେବି ନିଜର ପିନ ଭୁଲିଯିବେ ତେବେ ହ୍ଵାଟସଅପ ଆପଣଙ୍କ ମେଲକୁ ଭେରିଫିକେସନ୍‌ ଲିଙ୍କ୍‌ ପଠାଇପାରେ।

ଏହାଛଡା ଏହି ସେଟିଙ୍ଗରେ ମଧ୍ୟ କରନ୍ତୁ ପରିବର୍ତ୍ତନ

ଫିଙ୍ଗରପ୍ରିଣ୍ଟ ଲକ୍‌

ଅନ୍ୟକାହା ଠାରୁ ନିଜ ଚାଟକୁ ଦୂରେଇ ରଖିବାକୁ ଫୋନରେ ସବୁବେଳେ ଫିଙ୍ଗରପ୍ରିଣ୍ଟ ଲକ୍‌ ବ୍ୟବହାର କରିବା ଉଚିତ। ଏଥିପାଇଁ ଆପଣଙ୍କୁ ହ୍ଵାଟସଅପ ସେଟିଙ୍ଗକୁ ଯିବାକୁ ହେବ। ସେଠାରେ ଆପଣ ପ୍ରାଇଭେସି ଅପସନକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ପୂରା ତଳେ ଫିଙ୍ଗରପ୍ରିଣ୍ଟ ଲକ୍‌ ଅପସନ୍‌ ଦେଖାଯିବ, ଏହାକୁ ଏନାବଲ କରିଦିଅନ୍ତୁ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

36 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago