Chat Historyକୁ ଦୃଷ୍ଟିରେ ରଖି ହ୍ୱାଟସଆପ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର, ଜାଣନ୍ତୁ

ହ୍ୱାଟସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର । ବହୁତ ଶୀଘ୍ର ଆପଣ ନିଜ ହ୍ୱାଟସଆପ ଆକାଉଣ୍ଟକୁ ଅନ୍ୟ ନମ୍ବରରେ ବ୍ୟବହାର କରିପାରିବେ । ଯଦି ଆପଣଙ୍କ ଫୋନ ନମ୍ବର ବଦଳିଯାଇଛି । ତେବେ ଆପଣ ନିଜ ଚାଟ ଲିଷ୍ଟ ହିଷ୍ଟ୍ରିକୁ ନୂଆ ନମ୍ବରରେ ଟ୍ରାନ୍ସଫର କରିପାରିବେ । ଏହି ସମ୍ପର୍କରେ WABetaInfo ନିଜ ରିପୋର୍ଟରେ ସୂଚନା ଦେଇଛି ।

56y
pc: hindustan

Chat History Migration ଟୁଲ ଅନୁଯାୟୀ ଆଣ୍ଡ୍ରଏଡରୁ  iOS  ଓ  iOSରୁ ଆଣ୍ଡ୍ରଏଡକୁ ଚାଟ ହିଷ୍ଟ୍ରି ଟ୍ରାନ୍ସଫର କରିପାରିବେ । ରିପୋର୍ଟ ମୁତାବିକ ନୂଆ ଫିଚରରେ ହ୍ୱାଟସଆପର ସେଟିଙ୍ଗସ୍ ରେ ଥିବା ମେନ୍ୟୁ ଅପସନରେ ଚାଟ ହିଷ୍ଟ୍ରିକୁ ମାଇଗ୍ରେଟ କରିବାର ଅପସନ ମିଳିବ । ଏହାକୁ ନେଇ ଏବେ ଟେଷ୍ଟିଂ ଚାଲିଛି ।

ଫୋନ ସହ ନମ୍ବର ପରିବର୍ତ୍ତନ କରୁଥିଲେ ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ । ଏହା ଆଗରୁ ଏଭଳି କିଛି ନିୟମ ଲାଗୁ କରାଯାଇନଥିଲା । ୟୁଜର୍ସଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ସୁବିଧା ଦ୍ୱାରା ଆପଣଙ୍କ ସମସ୍ତ ତଥ୍ୟ ସୁରକ୍ଷିତ ହୋଇ ରହିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.