ଟେକ୍

WhatsAppରେ ବହୁତ ଜଲଦି ଆସୁଛି ଏହି ସାନଦାର ଫିଚର, ୨୪ ଘଣ୍ଟା ପରେ ଆପେ ଆପେ ଡିଲିଟ୍ ହୋଇଯିବ ମେସେଜ୍‌

ହ୍ଵାଟସଅପ ଦୁନିଆର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ମ୍ୟାସେଜିଙ୍ଗ୍ ଆପ୍ ଅଟେ। ହ୍ଵାଟସଅପ୍ ନିଜ ୟୁଜର୍ସଙ୍କୁ ଖାସ୍ ଫିଲ୍ କରାଇବା ପାଇଁ ନୂଆ ନୂଆ ଫିଚର୍ସ ଲଞ୍ଚ୍ କରୁଛି। ଏବେ ଖବର ରହିଛି ଯେ କମ୍ପାନୀ ନିଜର ଖାସ୍ Disappearing ମ୍ୟାସେଜ ଫିଚରକୁ ଅପଗ୍ରେଡ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଅପଗ୍ରେଡେସନ୍ ପରେ ୟୁଜର୍ସଙ୍କ ମେସେଜ୍ ୨୪ ଘଣ୍ଟା ପରେ ଆପେ ଆପେ ଡିଲିଟ୍ ହୋଇଯିବ। ଯଦିଓ ବର୍ତ୍ତମାନ ଏହି ଫିଚର କେବଳ ୭ ଦିନ ଅବଧି ସହିତ ଉପଲବ୍ଧ ରହିଛି।

ଏକ ରିପୋର୍ଟ ଅନୁଯାୟୀ ହ୍ଵାଟସଅପ୍ ନିଜ ଡିସଆପିୟରିଙ୍ଗ୍ ମେସେଜ ଫିଚରକୁ ନେଇ କାମ କରୁଛି। ଏହି ୭ ଦିନ ଅବଧି ସହିତ ଆସୁଥିବା ଫିଚରରେ ୨୪ ଘଣ୍ଟା ବିକଳ୍ପକୁ ଯୋଡାଯିବ। ଏହି ବିକଳ୍ପ ଆକ୍ଟିଭେଟ ହୋଇଯିବା ପରେ ୟୁଜର୍ସଙ୍କ ମେସେଜ୍ ଆପେ ଆପେ ୨୪ ଘଣ୍ଟା ପରେ ଡିଲିଟ୍ ହୋଇଯିବ। ଏବେ ଏହି ଫିଚରର ଟେଷ୍ଟିଂ କରାଯାଉଛି। ଆଉ ଆଶା କରାଯାଉଛି ଯେ ବହୁତ ଜଲଦି ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ରିଲିଜ୍ କରାଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟସଅପ୍ ଗତ ବର୍ଷ ନିଜ ୟୁଜର୍ସଙ୍କ ପାଇଁ  Disappearing Messages ଫିଚରକୁ ଲଞ୍ଚ୍ କରିଥିଲା। ଏହି ଫିଚରର ଖାସିୟତ୍ ହେଉଛି ଏହାକୁ ଆକ୍ଟିଭେଟ କରିବା ପରେ ହ୍ଵାଟସଅପରେ ପଠାଯାଇଥିବା ମେସେଜ, ଫଟୋ ଏବଂ ଭିଡିଓ ଗୋଟେ ସପ୍ତାହ ପରେ ଆପେ ଆପେ ଡିଲିଟ୍ ହୋଇଯିବ।

ହ୍ଵାଟସଅପର ଲାଟେଷ୍ଟ ଫିଚର

ହ୍ଵାଟସଅପ ଚଳିତ ବର୍ଷ ମାର୍ଚ୍ଚରେ ଏହି ଖାସ୍ ଫିଚରକୁ ଲଞ୍ଚ୍ କରିଥିଲା। ଯାହାର ନାମ ମ୍ୟୁଟ ଭିଡିଓ। ଏହି ଫିଚର ମାଧ୍ୟମରେ ୟୁଜର୍ସ ଭିଡିଓ ପଠାଇବା ପୂର୍ବରୁ ଏହାର ଆଓ୍ଵାଜକୁ ମ୍ୟୁଟ କରିପାରିବେ। ଅର୍ଥାତ ଯେତେବେଳେ ଅନ୍ୟ ୟୁଜରଙ୍କୁ ଏହି ଭିଡିଓ ମିଳିବ ତ ତାଙ୍କୁ କୌଣସି ଆଓ୍ଵାଜ୍ ଶୁଭିବ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟସଅପର ଏହି ଫିଚରକୁ ନେଇ ବହୁତ ଦିନ ଧରି କାମ କରୁଥିଲା।

ଏମିତି କରନ୍ତୁ ମ୍ୟୁଟ ଭିଡିଓ ଫିଚରର ବ୍ୟବହାର

  • ଆପଣ ଯେଉଁ ୟୁଜରଙ୍କୁ ବିନା ଆଓ୍ଵାଜରେ ଭିଡିଓ ପଠାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ତାଙ୍କ ହ୍ଵାଟସଅପ୍ ଆକାଉଣ୍ଟକୁ ଯାଆନ୍ତୁ।
  • ଏଠାରେ ମେସେଜ୍ ବକ୍ସରେ କ୍ଲିକ କରି ଗ୍ୟାଲେରୀକୁ ଯାଆନ୍ତୁ। ସେହି ଭିଡିଓକୁ ବାଛନ୍ତୁ ଯାହାକୁ ଆପଣ ପଠାଇବାକୁ ଚାହୁଁଛନ୍ତି।
  • ଯେମିତି ହିଁ ଆପଣ ଭିଡିଓ ଉପରେ କ୍ଲିକ କରିବେ ସେତେବେଳେ ଆପଣଙ୍କୁ ଟପ୍ ଲେଫ୍ଟ ସାଇଡରେ ସ୍ପିକରର ଆଇକନ ଦେଖାଦେବ। ତାହା ଉପରେ ଟ୍ୟାପ୍ କରନ୍ତୁ।
  • ଏତିକି କରିବା ପରେ ଭିଡିଓର ଆଓ୍ଵାଜ୍ ବନ୍ଦ ହୋଇଯିବ।
Pritiparna

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

42 seconds ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

26 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago