Categories: ଟେକ୍

ଭୁଲ୍‌ରେ ବି କରନ୍ତୁନି ଏମିତି, ବନ୍ଦ ହୋଇପାରେ WhatsApp ଆକାଉଣ୍ଟ

କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ନମାନିବାରୁ WhatsApp ବନ୍ଦ କରୁଛି ଆକାଉଣ୍ଟ। ଫଳରେ ବ୍ୟବହାରକାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତୃତୀୟ ପକ୍ଷ ଆପ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ WhatsApp ଏଭଳି କଠୋର ନିୟମ ଲାଗୁ କରିଛି। କିଛି ୟୁଜର ଥାର୍ଡ ପାର୍ଟି ଆପ୍‌ ଭାବେ ଜିବି ହ୍ଵାଟ୍ସ ଆପ୍‌ ଏବଂ ହ୍ଵାଟ୍ସ ଆପ୍‌ ପ୍ଲସ୍‌ ବ୍ୟବହାର କରୁଛନ୍ତି। ଏହି ଦୁଇଟି ଆପ୍‌ ହ୍ଵାଟ୍ସ ଆପ୍‌ର ଅଫିସିଆଲ୍‌ ଆପ୍‌ ନୁହେଁ। କେହି ତୃତୀୟ ପକ୍ଷ ଏହି ଆପ୍‌ର ନିର୍ମାଣ କରିଥିବାରୁ ହ୍ଵାଟ୍ସ ଆପ୍‌ କମ୍ପାନୀ ୟୁଜର୍ସଙ୍କୁ ବ୍ଲକ୍‌ କରୁଥିବା ଜଣାଯାଇଛି।

WhatsApp ତରଫରୁ ଫ୍ରିକ୍ୱିଣ୍ଟେଲି ଆସ୍କଡ କ୍ୱେଶ୍ଚିନ୍‌(FAQ) ସେକ୍ସନ୍‌ରେ ଦିଆଯାଇଥିବା ସୂଚନାନୁଯାୟୀ, ଯଦି କୌଣସି ହ୍ଵାଟ୍ସ ଆପ୍‌ ବ୍ୟବହାରକାରୀଙ୍କୁ Temporarily Banned ର ମେସେଜ୍‌ ଆସିଛି, ଏହାର ଅର୍ଥ ୟୁଜର ଅଫିସିଆଲ ହ୍ଵାଟ୍ସ ଆପ୍‌ ବଦଳରେ ଅନ୍‌ସପୋର୍ଟେଡ୍‌ ଭର୍ସନ୍‌ ବ୍ୟବହାର କରୁଛନ୍ତି। ଅସଲି ହ୍ଵାଟ୍ସଆପ୍‌ରେ କିଛି ପରିବର୍ତ୍ତନ କରାଯାଇ WhatsApp gb ଓ WhatsApp plus ଆପ୍‌ ନିର୍ମାଣ କରାଯାଇଛି। ଯଦି କୌଣସି ୟୁଜର ଏହି ନକଲି ଆପ୍‌ ବ୍ୟବହାର କରୁଛନ୍ତି ତେବେ ସହଜରେ ଅସଲି WhatsApp କୁ ଅନ୍‌ଇନଷ୍ଟଲ କରିପାରିବେ।

ଏହାସହ ପଢ଼ନ୍ତୁ: ଅପଡେଟ୍‌ ଦେବାରେ ନୋକିଆ ପ୍ରଥମ, ଜାଣନ୍ତୁ ଅନ୍ୟ କମ୍ପାନୀଙ୍କ ସ୍ଥାନ

ଆପଣ ବ୍ୟବହାର କରୁଥିବା ଆପ୍‌ ଅସଲି କି ନାହିଁ ଜାଣନ୍ତୁ:

ଆପଣ ବ୍ୟବହାର କରୁଥିବା ଆପ୍‌ ଅସଲି କି ନକଲି ଜାଣିବାକୁ ଚାହୁଁଥିଲେ WhatsAppର More Options>Settings>Help>App info କୁ ଯାଇ ଆପ୍‌ର ନାଁ ଦେଖନ୍ତୁ। ସେଠାରେ WhatsApp, WhatsApp gb ଓ WhatsApp plus ଥିବ। ସେଥି ମଧ୍ୟରୁ ଅସଲି WhatsApp ଅପ୍ସନ୍‌କୁ ଚୟନ କରନ୍ତୁ।

WCW 11

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

3 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

13 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

24 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

53 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago