୯୦ ଦିନ ପରେ ଆପଣଙ୍କ ହ୍ୱାଟସଆପ ଚାଟ୍ ହେବ ଅଟୋ ଡିଲେଟ

ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟସଆପ ଗତ ବର୍ଷ ନଭେମ୍ବରରେ ଡିସଅପିୟରିଂ ମେସେଜ ଫିଚର୍ସ ୟୁଜର୍ସଙ୍କ ପାଇଁ ଆଣିଥିଲା । ଏହି ଫିଚର୍ସରେ ମେସେଜ ରିଡ୍ ହେବାର ନିର୍ଦ୍ଦିଷ୍ଟ ସମୟ ପରେ ଅଟୋମେଟିକ ଡିଲେଟ ହୋଇଯାଏ । ହ୍ୱାଟସଆପ ୭ ଦିନ ପର୍ଯ୍ୟନ୍ତ ମେସେଜ ରଖିବାର ଅପସନ ରଖିଥିଲା । ୭ଦିନ ପରେ ଏହି ମେସେଜ ଆଟୋମେଟିକ ଡିଲେଟ ହୋଇଯିବ ।

କିନ୍ତୁ ଏବେ କମ୍ପାନୀ ନିଜ ୟୁଜର୍ସଙ୍କ ପାଇଁ ଏହି ସମୟ ସୀମା ବୃଦ୍ଧି କରିଛି । ହ୍ୱାଟସଆପ ଅପଡେଟ ଟ୍ରାକର WABetaInfo ଅନୁଯାୟୀ କମ୍ପାନୀ ଏହି ଫିଚରକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ରଖିବା ସହିତ ସମୟ ସୀମା ୯୦ ଦିନକୁ ବୃଦ୍ଧି କରିଛି । ଏହାକୁ କମ୍ପାନୀ ବହୁ ଦିନ ଆଗରୁ ଟେଷ୍ଟିଂ କରିଥିଲା । କିନ୍ତୁ ଏବେ ବି ଏହି ଦୁଇଟି ଫିଚର୍ସ ଅଣ୍ଡର ପ୍ରୋସେସରେ ରହିଛି ।

tech76
pc: walpapertip

ନିକଟ ଅତୀତରେ ହ୍ୱାଟସଆପ ଆଣ୍ଡ୍ରଏଡ ରୁ  iPhone ଏବଂ  iPhone ରୁ ଆଣ୍ଡ୍ରଏଡ କୁ ମେସେଜେ ଚାଟ ଟ୍ରାନ୍ସଫର କରିବାର ଫିଚର ବାହାର କରିଛି । ଏହି ଫିଚର୍ସରେ ଆପଣ ଭଏସ ନୋଟ, ଫଟୋ ଆଦିକୁ ଗୋଟିଏ କ୍ଲିକରେ ସେଣ୍ଡ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.