WhatsAppରେ ଆପଣଙ୍କୁ କିଏ ବ୍ଲକ କରିଥିଲେ ଏମିତି କରନ୍ତୁ ଅନବ୍ଲକ

WhatsApp ସାରା ବିଶ୍ୱରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଚ ମେସେଜିଂ ଆପ୍‌ । କୋଟି କୋଟି ଲୋକ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ନିଜର ବନ୍ଧୁ ଓ ପରିଚିତଙ୍କ ସହ କଥା ହୁଅନ୍ତି। କିନ୍ତୁ ଅନେକ ଥର ଏମିତି ପରିସ୍ଥିତି ଆସିଥାଏ , ଯେବେ ବିରକ୍ତିରେ କେହି ଜଣେ ସଂପର୍କୀୟ ଏଥିରେ ବ୍ଲକ୍ କରି ଦିଅନ୍ତି । ସେହି ବ୍ୟକ୍ତି ବହୁତ ଚିନ୍ତିତ ହୋଇ କେମିତି ତାଙ୍କ ସହ କଥା ହେବେ ଏହି ଉପାୟ ଖୋଜନ୍ତି । ଯଦି ଆପଣ ଏମିତି କିଛି ସ୍ଥିତିରେ ଅଛନ୍ତି ତ ଚିନ୍ତା କରନ୍ତୁ ନାହିଁ । ଏଥିପାଇଁ ଏକ ଉପାୟ କହୁଛୁ ।

ଯଦି ଆପଣଙ୍କୁ କିଏ WhatsAppରେ ବ୍ଲକ୍‌ କରେ ତ ଏବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଟ୍ରିକ୍‌ କହିବୁ , ଯାହା ମାଧ୍ୟମରେ ଆପଣ ବ୍ଲକ୍‌ ହେବା ପରେ ବି ସେହି ବ୍ୟକ୍ତିଙ୍କୁ ମେସେଜ୍‌ କରିପାରିବେ ।

ପ୍ରଥମ ଉପାୟ –

ଏଥି ପାଇଁ ଆପଣଙ୍କୁ ନିଜର WhatsApp ଆକାଉଣ୍ଟ ଡିଲିଟ କରିବା ପରେ ପୁଣି ସାଇନ୍‌ ଅପ୍‌ କରିବାକୁ ହେବ। ଏହାପରେ ଆପଣ ତୁରନ୍ତ ସେହି ବ୍ୟକ୍ତିଙ୍କୁ ମେସେଜ୍‌ କରି ପାରିବେ, ଯିଏ ଆପଣଙ୍କୁ ବ୍ଲକ୍‌ କରିଛନ୍ତି । ଏମିତି କରିବାରେ ହୋଇପାରେ ଆପଣ ପୁରୁଣା ବ୍ୟାକ୍‌ଅପ୍‌ ହରାଇ ପାରନ୍ତି । ଏଥିରେ ଆପଣଙ୍କୁ ସ୍ଥିର କରିବାକୁ ହେବ କି ଆପଣଙ୍କ ପାଇଁ କଣ ଅଧିକ ଆବଶ୍ୟକ । ବ୍ଲକ୍‌ ହେବା ପରେ କାହାକୁ ମେସେଜ୍‌ କରିବା ପାଇଁ ଫୋନ୍‌ରେ ହ୍ୱାଟ୍ସଆପ୍‌ ଖୋଲନ୍ତୁ , ସେଟିଂ ଅପସନକୁ ଯାଇ ଆକାଉଣ୍ଟରେ କ୍ଲିକ୍‌ କରନ୍ତୁ ।

ଏବେ ଆପଣ ଦିଆଯାଇ ଥିବା ଡିଲିଟ୍‌ ମାଇଁ ଆକାଉଣ୍ଟ ଅପସନକୁ ଟ୍ୟାପ୍‌ କରନ୍ତୁ । ଏହା ଯଦିଓ ଅଜବ ଲାଗିପାରେ , ହେଲେ ଆକାଉଣ୍ଟ ପୁଣି କରିବା ପାଇଁ ଏହା ଜରୁରୀ ଅଟେ । ଏହା ନିଜର ଦେଶର କୋଡ( ଭାରତ ପାଇଁ +91) ଓ ନିଜର ଫୋନ୍‌ ନମ୍ୱର ଟାଇପ୍‌ କରନ୍ତୁ ।

ଉପରେ ଦିଆଯାଇଥିବା ଷ୍ଟେପ୍ସକୁ ପୂରା କରିବା ପରେ ଡିଲିଟ୍‌ ମାଇଁ ଆକାଉଣ୍ଟ ବଟନରେ ଟ୍ୟାପ୍‌ କରନ୍ତୁ । ଏବେ ହ୍ୱାଟ୍ସଆପ୍‌ ବନ୍ଦ କରି ପୁଣି ଖୋଲନ୍ତୁ ,ନିଜର ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ପୁଣି ତିଆରି କରନ୍ତୁ । ଏହିପରି ଆପଣ ବ୍ଲକ୍‌ ଅପସନକୁ ବାଇପାସ୍‌ କରିଦେବେ ଏବଂ ସେହି ବ୍ୟକ୍ତିଙ୍କୁ ମେସେଜ୍‌ କରିପାରିବେ, ଯିଏ ଆପଣଙ୍କୁ ବ୍ଲକ୍ କରିଛନ୍ତି ।

ଦ୍ୱିତୀୟ ଉପାୟ-

ଏହି ଉପାୟରେ ଆପଣଙ୍କୁ ହ୍ୱାଟ୍ସଆପ୍‌ ଆକାଉଣ୍ଟ ଡିଲିଟ୍‌ କରିବା ବା ଚ୍ୟାଟ୍‌ ବ୍ୟାକଅପ୍‌ ହରାଇବାର ଆବଶ୍ୟକତା ନାହିଁ। ହେଲେ ଏହି ଉପାୟରେ ଆପଣଙ୍କୁ ନିଜର କୌଣସି ବନ୍ଧୁଙ୍କର ସାହାଯ୍ୟ ନେବାକୁ ହେବ । ନିଜର କୌଣସି ବନ୍ଧୁଙ୍କୁ କହନ୍ତୁ କି ସେ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ କରିବେ , ଯେଉଁଥିରେ ଆପଣଙ୍କୁ ଓ ସେହି ବ୍ୟକ୍ତିଙ୍କ ନମ୍ୱରକୁ ଯୋଡ଼ନ୍ତୁ ଯିଏ ଆପଣଙ୍କୁ ବ୍ଲକ୍‌ କରିଛନ୍ତି । ଏମିତି କରି ଆପଣଙ୍କର ବନ୍ଧୁ ଗ୍ରୁପ୍‌ରୁ ବାହାରକୁ ଯାଇ ପାରିବେ । ଏବେ ଆପଣ ଗ୍ରୁପ୍‌ରେ ନିଜର କଥା କହି ଦିଅନ୍ତୁ। ଗ୍ରୁପ୍‌ରେ ପଠାଯାଇ ଥିବା ସବୁ ମେସେଜ୍‌ ବ୍ଲକ୍ କରିଥିବା ବ୍ୟକ୍ତି ପାଖରେ ପହଞ୍ଚି ଯିବ ।

Leave A Reply

Your email address will not be published.