ଟେକ୍

Whatsappରେ ଡିଲିଟ ହୋଇଯାଇଥିବା ମେସେଜକୁ ପୁଣି ଥରେ ପଢିପାରିବେ, ଜାଣନ୍ତୁ ଏହାର ଉପାୟ

ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ବିଷୟରେ କହିବାକୁ ଗଲେ Whatsapp ନାମ ବୋଧହୁଏ ପ୍ରଥମେ ଆସିବ । ହ୍ୱାଟ୍ସଆପ ଅନେକ ସମୟରେ ନିଜର ଫିଚର୍ ବଦଲାଉଛି। ଯେଉଁଥିପାଇଁ ଲୋକପ୍ରିୟତା ବଢିଚାଲିଛି । ଯଦିଓ ଏହି ଆପରେ ସମସ୍ତ ପ୍ରକାରର ଫିଚର୍ସ ଉପଲବ୍ଧ, କିନ୍ତୁ ବେଳେବେଳେ ଏହା ଘଟେ ଯେ ଆପଣ ସେହି ମେସେଜ୍ କିମ୍ବା ଚାଟ୍ ଆବଶ୍ୟକ କରନ୍ତି ଯାହାକୁ ଆପଣ ଡିଲିଟ୍ କରିଦେଇଛନ୍ତି । ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଟ୍ରିକ ନେଇ ଆସିଛୁ ଯାହା ମାଧ୍ୟମରେ ଆପଣ ଡିଲିଟ କରିଥିବା ମେସେଜ କୁ ପୁଣି ଥରେ ଫେରି ପାଇବେ ।

ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ମେସେଜ ଡିଲିଟ୍ କରିଛନ୍ତି ତେବେ ସେଗୁଡିକ କ୍ଲାଉଡ୍ ମାଧ୍ୟମରେ ରିକଭର କରିପାରିବେ । Whatsapp ମେସେଜ ଏବଂ ଚାଟ୍ ବ୍ୟାକଅପ୍ କରିବାର ଏକ ବିକଳ୍ପ ଅଛି, ଯାହା ଦ୍ୱାରା ଆପଣଙ୍କର ମେସେଜ Whatsapp କ୍ଲାଉଡ୍ ରେ ବ୍ୟାକଅପ୍ ହେଇଯିବ । ତେବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏହି ବ୍ୟାକଅପ୍ ପ୍ରତ୍ୟେକଦିନ ରାତି ୨ ରୁ ୪ ଟା ମଧ୍ୟରେ ହୋଇଥାଏ ଏବଂ ଏହି ଉପାୟରେ ଯଦି ଆପଣଙ୍କର ଫୋନ୍ ହଜିଯାଏ, ଭାଙ୍ଗିଯାଏ କିମ୍ବା ଆପଣଙ୍କର ମେସେଜ ଡିଲିଟ୍ ହୋଇଯାଇଥିବ ତେବେ ଆପଣ Whatsapp ବ୍ୟାକଅପ୍ ମାଧ୍ୟମରେ ଏହା କରିପାରିବେ ।

ଯଦି ଆପଣ ଚାଟ୍ ବ୍ୟାକଅପ୍ ସେବା ବ୍ୟବହାର କରନ୍ତି ନାହିଁ ଏବଂ ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଅଟନ୍ତି, ତେବେ ଆପଣ ଆପଣଙ୍କର ସ୍ମାର୍ଟଫୋନର ଲୋକାଲ୍ ବ୍ୟାକଅପ୍ ରୁ ଚାଟ୍ ଏବଂ ମେସେଜ ମଧ୍ୟ ରିକଭର କରିପାରିବେ। ଏହା କରିବା ପାଇଁ ଆପଣଙ୍କୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ଫାଇଲ୍ ମ୍ୟାନେଜର୍ କୁ ଯିବାକୁ ପଡିବ,ଏହା ପରେ ଆଣ୍ଡ୍ରଏଡ୍ ଫୋଲ୍ଡର ଖୋଲନ୍ତୁ ଏଥିରେ Whatsapp ଫୋଲ୍ଡର ଚୟନ କରି ସିଲେକ୍ଟ କରନ୍ତୁ ଏବଂ ସେଥିରେ ଥିବା ଡାଟାବେସ୍ ଫୋଲ୍ଡରକୁ ଯାଆନ୍ତୁ । ଏହା ପରେ ଏଠାରେ ଆପଣଙ୍କୁ ପୁରୁଣା ବ୍ୟାକଅପ୍ ଫୋଲ୍ଡରର ନାମ ପରିବର୍ତ୍ତନ କରିବାକୁ ପଡିବ, ଯଥା, ‘msgstore-YYYY-MM-DD.1.db.crypt12’ ରୁ ‘msgstore.db.crypt12’ କୁ ।ଏହିପରି, ଆପଣଙ୍କର ଶେଷ ବ୍ୟାକଅପ୍ ପର୍ଯ୍ୟନ୍ତ ମେସଜ ଗୁଡିକ Whatsappରେ ରିଷ୍ଟୋର ହୋଇଯିବ ।

ଏହିପରି ଦୁଇଟି ଉପାୟରେ, ଆପଣ Whatsapp ମେସେଜକୁ ରିକଭର କରିପାରିବେ । ମନେରଖନ୍ତୁ ଯେ ଆପଣ ଯେଉଁ ଦିନର ମେସେଜ୍ କିମ୍ବା ଚାଟ୍ କୁ ରିକଭର କରନ୍ତି ସେହି ଦିନ ପର୍ଯ୍ୟନ୍ତ ମେସେଜ୍ Whatsappରେ ଆସିବ ଏବଂ ଏହା ପରେ ମେସେଜ୍ ଡିଲିଟ୍ ହୋଇଯିବ।

 

ଆହୁରି ପଢନ୍ତୁ : ରୁଷରେ ଆଉ ପ୍ରଡକ୍ଟ ବିକ୍ରି କରିବନି Microsoft, ବାରମ୍ବାର ଆକ୍ରମଣ ପରେ ଲଗାଇଲା ବ୍ୟାନ

Barsha

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

3 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

18 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

28 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

39 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago