ଖୁସି ଖବର, ଡେସ୍କଟପ୍‌ ୟୁଜର୍ସଙ୍କ ପାଇଁ ଟୁ-ଷ୍ଟେପ ଭେରିଫିକେସନ୍‌ ଯୋଡିବ ହ୍ଵାଟସଆପ୍‌

ହ୍ଵାଟସଆପ୍‌ ଏକ ବହୁତ ବଡ ଅପଡେଟ କରିବାକୁ ଯାଉଛି ଯେଉଁଥିରେ ଡେସ୍କଟପ୍‌ ୟୁଜର୍ସଙ୍କ ପାଇଁ ଟୁ-ଷ୍ଟେପ ଭେରିଫିକେସନ ଆରମ୍ଭ କରିବାକୁ ଯୋଜନା କରୁଛି କମ୍ପାନୀ। ଏହି ଅପଡେଟ ଦ୍ୱାରା ଏହା ଅନଧିକୃତ ଲଗଇନ୍‌ ଠାରୁ ରକ୍ଷା କରିପାରିବ। ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ପ୍ଲାଟଫର୍ମ ଆପଣଙ୍କୁ ଏହା ଉପରେ ଅଧିକ ନିୟନ୍ତ୍ରଣ ପ୍ରଦାନ କରିବ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅପଡେଟ୍‌ ବର୍ତ୍ତମାନ ସୁଦ୍ଧା ଲଞ୍ଚ୍‌ ହୋଇନି। କିନ୍ତୁ ଯେବେ ବି ଏହା ରୋଲଆଉଟ ହେବ ଏହା ଡେସ୍କଟପ୍‌ କିମ୍ବା େଓ୍ଵବ ହ୍ଵାଟସଆପ୍‌ ୟୁଜର୍ସଙ୍କୁ ଆହୁରି ଅଧିକ ସୁରକ୍ଷା ଦେବ।

ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ ମାଧ୍ୟମରେ ହ୍ଵାଟସଆପରେ ଲଗଇନ କରୁଛନ୍ତି, ତାହେଲେ ଏହା ଏକ ଅଟୋ ଜେନେରେଟ ଛଅ ଅଙ୍କର କୋଡ ମାଗିବ ଯାହା ଆପ୍‌ ସହିତ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ପଠାଯାଇଥାଏ। ଡେସ୍କଟପ୍‌ ଲଗଇନ୍‌ ପାଇଁ ୟୁଜର୍ସଙ୍କୁ କେବଳ ହ୍ଵାଟସଆପ୍‌ େଓ୍ଵବ ଖୋଲିବାକୁ ହେବ। ଏହା ଆପଣଙ୍କ ଚାଟ, ଫଟୋ, ଭିଡିଓ ଏବଂ ବ୍ରାଉଜରରେ ସିଙ୍କ୍‌ କରିବ।

ଡେସ୍କଟପ୍‌ ହ୍ଵାଟସଆପ୍‌ ଚାଟରେ ଆକ୍ସସେସ୍‌ ବଢ଼ିବା ଏବଂ ରେଜିଷ୍ଟର କରିବା ପାଇଁ ଆକାଉଣ୍ଟରେ ଲଗଇନ୍‌ କରିବା ପାଇଁ ଏକ ବ୍ୟକ୍ତିଗତ ପିନର ଆବଶ୍ୟକତା ହେବ। ହ୍ଵାଟସଆପ୍‌ ଟୁ ଷ୍ଟେପ ଭେରିପିକେସନକୁ ସହଜ କରିବା ପାଇଁ ଆଗାମୀ ଅପଡେଟରେ େଓ୍ଵବ/ଡେସ୍କଟପ କ୍ଲାଇଣ୍ଟ ଉପରେ ସୁବିଧା ଆରମ୍ଭ କରିବା ଉପରେ କାମ କରୁଛି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟୁ-ଷ୍ଟେପ ଭେରିଫିକେସନ ଏନାବଲ କିମ୍ବା ଡିସେବଲ କରିବା ସମ୍ଭବ ହେବ। ଏହାକୁ ଧ୍ୟାନରେ ରଖିବାକୁ ହେବ ଯେ ଯେତେବେଳେ ଆପଣ ଫୋନ ହଜାଇ ଦେଉଛନ୍ତି କିମ୍ବା ପିନ୍‌ ମନେ ନାହିଁ ତାହେଲେ ଆପଣ ରିସେଟ ଲିଙ୍କର ଅନୁରୋଧ କରି ପୁଣି ପିନ୍‌ ସେଟ୍‌ କରିପାରିବେ। ହ୍ଵାଟସଆପର ଏହି ଅପଡେଟ ବର୍ତ୍ତମାନ ସୁଦ୍ଧା ରୋଲଆଉଟ ହୋଇନାହିଁ କିନ୍ତୁ ବହୁତ ଜଲଦି ଏହି ସୁବିଧା ୟୁଜର୍ସ ପାଇପାରିବେ ଏବଂ ଲାଭବାନ ହୋଇପାରିବେ।