WhatsAppରେ ଆଉ ଦେଖେଇବନି ଆପଣଙ୍କ ମୋବାଇଲ ନମ୍ବର, ଏବେ ଏହି ସୁବିଧା ପାଇବେ ୟୁଜର୍ସ

ଆପରେ ଏବେ ଫୋନ ନମ୍ବର ବଦଳରେ ୟୁଜରନେମ ଲେଖାଯିବାର କଥା କୁହାଯାଉଛି । ଏହି ଫିଚର ଆସିବା ପରେ ହିଁ କାହାର ବି ମୋବାଇଲ ନମ୍ବର ଶୋ ହେବା ବଦଳରେ ୟୁଜର ନେମ ଶୋ କରିବ ।

ହ୍ଵାଟ୍ସଆପରେ ଲଗାତର ସ୍କାମ୍ସ ବଢ଼ିବଢ଼ି ଚାଲିଛି । ଏହାଦ୍ୱାରା ଅନେକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଉଡିଯାଉଛି କିମ୍ବା ଲୋଭରେ ଆସି ନିଜ ଟଙ୍କା ହରାଉଛନ୍ତି । ଏବେ ଆପ ଏକ ନୂଆ ଅପଡେଟରେ କାମ କରୁଛି । ଯାହାଦ୍ୱାରା ୟୁଜର ନିଜ ଫୋନର ସୁରକ୍ଷା କରିପାରିବେ । ଆପରେ ଏବେ ଫୋନ ନମ୍ବର ବଦଳରେ ୟୁଜରନେମ ଲେଖାଯିବାର କଥା କୁହାଯାଉଛି । ଏହି ଫିଚର ଆସିବା ପରେ ହିଁ କାହାର ବି ମୋବାଇଲ ନମ୍ବର ଶୋ ହେବା ବଦଳରେ ୟୁଜର ନେମ ଶୋ କରିବ ।

ଓ୍ଵାବେଟାଇନଫୋ ବିଷୟରେ କଥାର ଖୁଲାସା କରିଛି ଏହି ସୁବିଧା ଏବେ ଡେଭଲପମେଣ୍ଟରେ ରହିଛି ଏବଂ ଆଗାମୀ କିଛି ମାସରେ ଲାଗିପାରେ । ଆପ୍‌ ମୁତାବକ ୟୁଜର ନେମ ସାହାଯ୍ୟରେ ଆରମ୍ଭ କରାଯାଇଥିବା ଚାଟିଙ୍ଗ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ଦ୍ୱାରା ସୁରକ୍ଷିତ ରହିବ ।

ବର୍ତ୍ତମାନ ହ୍ଵାଟ୍ସଆପ୍‌ ବିଟା ୟୁଜର୍ସ ମଧ୍ୟ ଏହାର ବ୍ୟବହାର କରିପାରିବେନାହିଁ । ଅନେକ ସୋସିଆଲ ମିଡିଆ ଆପ୍ସରେ ୟୁଜର ନେମର ବ୍ୟବହାର କରାଯାଉଛି । ଯେଉଁଠି ୟୁଜର ବିନା ମୋବାଇଲ ନମ୍ବର କହି କେବଳ ୟୁଜର ନେମ ଜରିଆରେ ଲଗଇନ କରିପାରିବେ । ହ୍ଵାଟ୍ସଆପ ମୋବାଇଲ ନମ୍ବର ବିକଳ୍ପ ସହିତ ଲଗଇନ ବ୍ୟତୀତ ସମାନ କାର୍ଯ୍ୟକ୍ଷମତା ପ୍ରଦାନ କରିପାରିବେ ।

ରିପୋର୍ଟରେ ଏକ ସ୍କ୍ରିନସଟ୍‌ ବି ସାମିଲ କରାଯାଇଛି ଯେ ହ୍ଵାଟ୍ସଆପରେ ୟୁଜରନେମ କେମିତି କାମ କରିପାରେ । ପ୍ରୋଫାଇଲ ସେକ୍ସନରେ ଏହାକୁ ଦେଖାଯାଇପାରେ । ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏହି ଅପଡେଟ ସ୍ପାମ୍‌ କଲ୍ସ କିମ୍ବା ମେସେଜ ଆସିବା ପରେ ଆସିଛି । ଭାରତରେ ୟୁଜର୍ସ ଇଣ୍ଟରନ୍ୟାସନାଲ ନମ୍ବର୍ସରୁ ମେସେଜ କିମ୍ବା କଲ୍ସ ପାଇଁ ବହୁତ ସମସ୍ୟାରେ ଅଛନ୍ତି । ମୋବାଇଲ ନମ୍ବର ପ୍ରଦାନ କରିବା ବଦଳରେ ଏକ ୟୁଜର ନେମ ବାଛିବା ସୁରକ୍ଷାର ଏକ ଭଲ ପଦକ୍ଷେପ ହୋଇପାରିବ ନିଶ୍ଚୟ ।

Leave A Reply

Your email address will not be published.