ଖୁବଶୀଘ୍ର ଆସିବ WhatsApp call ସର୍ଟକଟ୍‌, ଆପଣ ଶୀଘ୍ର ଓ ସୁବିଧାରେ କରିପାରିବେ କଲ

କେନ୍ୟୁଜ୍‌(ବ୍ୟୁରୋ): ପପୁଲାର ଇନଷ୍ଟାଣ୍ଡ ମେସେଜିଂ ଆପ ହ୍ଵାଟସଆପ ଏକ ନୂଆ ଫିଚର ଆଣିବାକୁ ଯାଉଛି । ମେଟା ଦ୍ୱାରା ଚାଲୁଥିବା ଏହି ଆପରେ ଆପଣଙ୍କୁ କଲିଂ ସର୍ଟକଟ୍‌ ଫିଚର ମିଳିବାକୁ ଯାଉଛି । ଫଳରେ ହ୍ଵାଟସଆପରେ କଲ କରିବା ଆଉଟିକେ ଶୀଘ୍ର ଓ ସହଜ ହୋଇ ପଡ଼ିବ । ଏସମ୍ପର୍କରେ WABetaInfo ପକ୍ଷରୁ ଏକ ସ୍କ୍ରିନସର୍ଟ ସେୟାର କରାଯାଇଛି ।

ଏଥିପାଇଁ ୟୁଜରଙ୍କୁ ହ୍ଵାଟସଆପରେ କଣ୍ଟାକ୍ଟ ଲିଷ୍ଟକୁ ଯିବାକୁ ପଡ଼ିବ । ଏହାପରେ କଣ୍ଟାକ୍ଟ ସେଲରେ ଟାପ କରିବାକୁ ହେବ । ଏହାପରେ କଲିଂ ସର୍ଟକଟ୍‌ କ୍ରିଏଟ କରିପାରିବେ । କ୍ରିଏଟ ହେଲାପରେ ଆପେଆପେ ଏହାର ସର୍ଟସଟ୍‌ ଆପଣଙ୍କ ସ୍ମାର୍ଟଫୋନର ହୋମସ୍କ୍ରିନକୁ ଆସିଯିବ । ଏଠାରେ ଆପଣ ସିଧାସଳଖ ହ୍ଵାଟସଆପ କଲିଂର ସୁବିଧା ପାଇ ପାରିବେ । ଫଳରେ ହ୍ଵାଟସଆପ କଲିଂ ଶ୍ରୀଘ୍ର ହୋଇ ପାରିବ । କଲ କରିବା ପାଇଁ ଆପଣଙ୍କୁ ଆଉ ହ୍ଵାଟସଆପକୁ ଯିବାକୁ ପଡ଼ିବ ନାହିଁ ।

ଏହି ସୁବିଧାଟି ସେହି ମାନଙ୍କ ପାଇଁ ଲାଭ ଦାୟକ ହେବ, ଯେଉଁମାନେ ହ୍ଵାଟସଆପରେ ବାରମ୍ବାର ସମାନ ଲୋକକୁ କଲ କରିଥାନ୍ତି । ଆଗଭଳି ହ୍ଵାଟସଆପକୁ ଯାଇ, ତାପରେ କଲକୁ ଯାଇ ନା ଖୋଜିକି କଲ କରିବାକୁ ପଡ଼ିବ ନାହିଁ । ଯାହା ପୂର୍ବରୁ ଆପଣଙ୍କୁ ବିରକ୍ତି ଲାଗୁଥିଲା, ଏବେ ଆଉ ବିରକ୍ତି ଲାଗିବ ନାହିଁ । କାରଣ ଏବେ ଆପଣ ସର୍ଟକଟ୍‌ ମାଧ୍ୟମରେ ହ୍ଵାଟସଆପ କଲ ସୁବିଧାର ଫାଇଦା ଉଠାଇ ପାରିବେ ।

ଏହି ସର୍ଟକଟ୍‌ ଫିଚର ଏବେବି ତିଆରି ଚାଲିଛି । ଏହା ଖୁବଶୀଘ୍ର ହ୍ଵାଟସଆପର ଅପଡେଟରେ ଆସିଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.