ବହୁତ ଶୀଘ୍ର ଲଞ୍ଚ ହେବ WhatsApp ର ନୂଆ ଫିଚର, ବିନା ସେଭ୍ ନମ୍ବରରେ କରିପାରିବେ କଲ୍
WhatsApp ରେ କଲ୍ କରିବା ଏକ ସାଧାରଣ କଥା ହୋଇଗଲାଣି । ଅନେକ ଲୋକ ବର୍ତ୍ତମାନ ମୋବାଇଲ୍ ନେଟୱେର୍କ ମାଧ୍ୟମରେ କଲ୍ କରିବା ବଳଦରେ WhatsApp ରେ କଲ୍ କରିବାକୁ ପସନ୍ଦ କରନ୍ତି । WhatsApp ମାଧ୍ୟମରେ କଲ୍ କରିବାକୁ ଲୋକମାନେ କେବଳ ଭଲ ଇଣ୍ଟରନେଟ୍ କନେକ୍ସନ୍ ଆବଶ୍ୟକ କରନ୍ତି । କମ୍ପାନୀ ଏକ ବଡ଼ ଅପଡେଟ୍ ଆଣିବାକୁ ପ୍ଲାନ୍ କରୁଛି, ଯାହା କଲିଂକୁ ଆହୁରି ସହଜ କରିବ । ଏହି ଅପଡେଟ୍ iOS ୟୁଜର୍ସଙ୍କ ପାଇଁ ହେବ । iOS ୟୁଜର୍ସଙ୍କ ପାଇଁ WhatsApp ବହୁତ ଶୀଘ୍ର ଏକ ଭିନ୍ନ କଲ ଡାଏଲର୍ ଆଣିପାରେ, ଯାହା iPhone ର ଡିଫଲ୍ଟ ଡାଏଲର୍ ପରି ଦେଖାଯିବ ଏବଂ କାମ ମଧ୍ୟ କରିବ ।
ଏକ ରିପୋର୍ଟ ଅନୁଯାୟୀ, iOS ପାଇଁ WhatsApp ର ଲାଯେଷ୍ଟ ବିଟା ବିଲ୍ଡରେ ଏକ କଲ ଡାଏଲର ତିଆରି କରାଯାଇଛି । ଯାହା ୟୁଜର୍ସଙ୍କୁ ସେଭ୍ କରି ନଥିବା ନଭମ୍ବରରେ କଲ କରିବା ପାଇଁ ସୁବିଧା ଦେବ । ଏହାର ଅର୍ଥ ହେଉଛି ଯେ ଏହି ଫିଚର ସାହାଯ୍ୟରେ iPhone ୟୁଜର୍ସମାନେ ସେହି ଲୋକଙ୍କୁ କଲ୍ କରିପାରିବେ । ଯାହାର ନମ୍ବର ସେମାନଙ୍କର କଣ୍ଟାକ୍ଟ ଲିଷ୍ଟରେ ସେଭ୍ ହୋଇ ନାହିଁ । ଏହା ସହିତ ସେମାନଙ୍କ ନମ୍ବର ସେଭ୍ କରିବାକୁ ପଡିବ ନାହିଁ ।
ୟୁଜର୍ସଙ୍କ ପାଇଁ ଏହି ଫିଚର ବହୁତ ୟୁଜଫୁଲ୍ ପ୍ରମାଣିତ ହୋଇପାରେ । କମ୍ପାନୀ ଏହି ଫିଚରକୁ iOS ପାଇଁ WhatsApp ବିଟା ଭର୍ସନରେ ଅଫର କରିଥାଏ । ଆଶା କରାଯାଏ ଯେ ଖୁବ୍ ଶୀଘ୍ର ଏହି ଫିଚରକୁ ରୋଟେବଲ ଭର୍ସନରେ ରୋଲାଆଉଟ୍ କରାଯିବ । ଏହି ଫିଚର iOS ଆପରେ କଲ ଟ୍ୟାବରେ ଏକ ନୂଆ “+” ବଟନ୍ ମାଧ୍ୟମରେ ଉପଲବ୍ଧ ହୋଇପାରେ ।
ଏହି ଫିଚର ସେହି ୟୁଜର୍ସଙ୍କ ପାଇଁ ଭଲ ହେବ ଯେଉଁମାନେ ମୋବାଇଲ୍ ନେଟୱେର୍କ ପରିବର୍ତ୍ତେ WhatsApp କଲ୍ କରିବାକୁ ପସନ୍ଦ କରନ୍ତି । ଏହା ସହ ଏହି ଫିଚର ସେତେବେଳେ କାମ କରିବ ଯେତେବେଳେ ଡିଭାଇସ୍ ଇଣ୍ଟରନେଟରେ କନ୍ନେକ୍ଟ ହେବ । ତେଣୁ ଏହା ସେଲୁଲାର୍ କଲିଂକୁ ସଂପୂର୍ଣ୍ଣ ଭାବରେ ରିପ୍ଲେସ କରିପାରିବ ନାହିଁ ।