ଟେକ୍

ହ୍ଵାଟସଅପ୍‌ ୟୁଜର୍ସଙ୍କ ପାଇଁ ବଡ ଖବର, ବହୁତ ଜଲଦି ଡିଲିଟ୍‌ ହୋଇଯାଇପାରେ ଆପଣଙ୍କ ଆକାଉଣ୍ଟ

ହ୍ଵାଟସଅପ୍‌ ୟୁଜର୍ସଙ୍କ ପାଇଁ ବଡ ଖବର। ବହୁତ ଜଲଦି ଡିଲିଟ୍‌ ହୋଇଯାଇପାରେ ଆପଣଙ୍କ ଆକାଉଣ୍ଟ। ହଁ ଆପଣ ଯାହା ଶୁଣୁଛନ୍ତି ଏକଦମ୍‌ ଠିକ୍‌ ଶୁଣୁଛନ୍ତି। ହ୍ଵାଟସଅପର ନୂଆ ଅପଡେଟ ପଲିସିକୁ ଯଦି ଗ୍ରହଣ ନକରୁଛନ୍ତି ତାହେଲେ ଆପଣଙ୍କ ହ୍ଵାଟସଅପ୍‌ ଆକାଉଣ୍ଟ ହୋଇପାରେ ଡିଲିଟ୍‌।

ଆପଣ ଏବେ ନୋଟିସ୍‌ କରିପାରୁଥିବେ ଯେ ଆପଣ ଯେତେବେଳେ ହ୍ଵାଟସଅପ୍‌ ଓପନ କରୁଛନ୍ତି ଆପଣଙ୍କ ଫୋନର ସ୍କ୍ରିନରେ ଏକ ନୋଟିଫିକେସନରେ ଆସୁଛି। ଯେଉଁଥିରେ ହ୍ଵାଟସଅପର କିଛି ସର୍ତ୍ତାବଳୀ ଲେଖା ହୋଇଛି। ଆଉ ତଳେ ‘ଏଗ୍ରି’ ଏବଂ ‘ନଟନାଓ’ ଅପସନ୍‌ ଆସୁଛି। ଯଦି ଆପଣ ଏଗ୍ରି ନ କରି ନଟନାଓ ଅପସନକୁ କ୍ଲିକ କରି ଏହାକୁ ଅଣଦେଖା କରୁଛନ୍ତି ତାହେଲେ ଆପଣଙ୍କ ହ୍ଵାଟସଅପ୍‌ ଆକାଉଣ୍ଟ ଫେବୃଆରୀ ୮ ପରେ ଡିଲିଟ୍‌ ହୋଇଯିବ।

କାହିଁକିନା ହ୍ଵାଟସଅପ୍‌ ନିଜର ନୂଆ ପ୍ରାଇଭେସି ପଲିସି ଅପଡେଟ୍‌ କରୁଛି। ଆଉ କମ୍ପାନୀ ଏହାର ସୂଚନା ୟୁଜର୍ସଙ୍କୁ ହ୍ଵାଟସଆପ୍‌ ଆପ୍‌ ମାଧ୍ୟମରେ ହିଁ ଦେଉଛି। ଏଣିକି ୟୁଜର୍ସଙ୍କୁ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡିବ । ଫେବ୍ରୁଆରୀ ୮ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାର ଅର୍ଥ ଫେବୃଆରୀ ୮ ପର୍ଯ୍ୟନ୍ତ ନୂଆ ପଲିସିକୁ ଆକସେପ୍ଟ କରିବା ପାଇଁ ସମୟ ଦିଆଯାଇଛି। ତେଣୁ ଯଦି ଆପଣ ଫେବୃଆରୀ ୮ ସୁଦ୍ଧା ନୂଆ ପଲିସିକୁ ଆକସେପ୍ଟ କରୁନାହାଁନ୍ତି ତାହେଲେ ଆପଣଙ୍କ ଆକାଉଣ୍ଟ ଡିଲିଟ୍‌ ହୋଇଯିବ। ଏହି ପଲିସି ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପ୍ଲାଟଫର୍ମ ପାଇଁ ଅପଡେଟ୍‌ କରାଯାଉଛି।

ଆସନ୍ତୁ ନଜର ପକାଇବା ନୂଆ ପ୍ରାଇଭେସି ପଲିସିରେ କଣ ମାଗୁଛି ହ୍ଵାଟସ୍ ଆପ୍

  • – ଡିଭାଇସ ଆଇଡି
  • -ୟୁଜର୍ସ ଆଇଡି
  • -ଆଡର୍ଭଟାଇଜିଂ ଡାଟା
  • -ପର୍ଚେଜ ହିଷ୍ଟ୍ରି
  • -ଫୋନ ନମ୍ବର
  • -ଇମେଲ ଆଡ୍ରେସ
  • -କଣ୍ଟାକ୍ଟସ୍
  • -ପେମେଣ୍ଟ ଇନଫରମେସନ
  • -କଷ୍ଟମର ସପୋର୍ଟ

ତେବେ ଅନେକ ୟୁଜର୍ସ କମ୍ପାନୀର ଏହି ନୂଆ ପଲିସିକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ତେବେ ଏହାମଧ୍ୟ ଅନୁମାନ କରାଯାଉଛି ଯେ ଏବେ ୟୁଜର୍ସ ସିଗନାଲ୍ ଓ ଟେଲିଗ୍ରାମ ଭଳି ଅଲଟରନେଟିଭକୁ ଆପ୍ କୁ ମଧ୍ୟ ବ୍ୟବହାର କରିପାରନ୍ତି। କାରଣ ଏହି ଆପରେ କମ୍ପାନୀକୁ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡିବନାହିଁ । କିନ୍ତୁ ଯେହେତୁ ସାରା ବିଶ୍ୱରେ ୩୪ କୋଟି ଲୋକ ହ୍ଵାଟସ ଆପ୍ ବ୍ୟବହାର କରୁଛନ୍ତି ଆଉ କେବଳ ୪ କୋଟି ୟୁଜର୍ସ ଭାରତରେ ଅଛନ୍ତି, ତେଣୁ ଆପଣ ଅଥବା କମ୍ପାନୀର ଏହି ନୂଆ ପଲିସିକୁ ଗ୍ରହଣ କରନ୍ତୁ ନଚେତ ଆକାଉଣ୍ଟ ଡିଲିଟ୍‌ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ।

Pritiparna

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

16 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

24 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

30 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

38 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

41 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

48 mins ago