ହ୍ଵାଟସଆପ୍‌ ୟୁଜର୍ସଙ୍କ ପାଇଁ ବଡ ଘୋଷଣା, ନୂଆ ଫିଚର ପାଇଁ ଏବେ ଦେବାକୁ ହେବ ପଇସା

ହ୍ଵାଟସଆପ୍‌ ୟୁଜର୍ସଙ୍କ ପାଇଁ ପ୍ରତିଦିନ ନୂଆ ନୂଆ ଅପଟେଡ୍‌ କରିବାରେ ଲାଗିଛି। ନିକଟରେ ହ୍ଵାଟସଆପରେ ମଲ୍ଟି ଡିଭାଇସ ସପୋର୍ଟ ଫିଚର ଆସିଛି। ଆପ୍‌ ଏହି ଫିଚରକୁ ଏକ୍ସପେଣ୍ଡ କରିବା ପାଇଁ ପ୍ଲାନିଂ କରୁଛି। ଯାହା ପରେ ୟୁଜର୍ସ ୪ରୁ ଅଧିକ ଡିଭାଇସରେ ସିଙ୍ଗଲ ଆକାଉଣ୍ଟକୁ ବ୍ୟବହାର କରିପାରିବେ।

ଇନଷ୍ଟାଣ୍ଟ ମେସେଜେିଂ ଆପ୍‌ ଏକ ପେଡ ଫିଚର ଟେଷ୍ଟ କରୁଛି, ଯାହା ୟୁଜର୍ସ ସିଙ୍ଗଲ ଆକାଉଣ୍ଟକୁ ୪ରୁ ଅଧିକ ଡିଭାଇସରେ ବ୍ୟବହାର କରିବାର ସୁବିଧା ଦେବ। ୟୁଜର୍ସ ଟାବଲେଟ୍‌, କମ୍ପ୍ୟୁଟର/ଲାପଟପ୍‌ ଏବଂ ସ୍ମାର୍ଟଫୋନରେ ସିଙ୍ଗଲ ଆକାଉଣ୍ଟକୁ ଏକାସାଙ୍ଗରେ ବ୍ୟବହାର କରିପାରିବ। ବର୍ତ୍ତମାନ ଆପଣ ଦୁଇଟି ସ୍ମାର୍ଟଫୋନରେ ଗୋଟିଏ ଆକାଉଣ୍ଟକୁ ୟୁଜ କରିପାରିବେ ନାହିଁ।

ଅର୍ଥାତ୍‌ ଗୋଟେ ଆକାଉଣ୍ଟକୁ ଆପଣ ଗୋଟିଏ ସ୍ମାର୍ଟଫୋନରେ ବ୍ୟବହାର କରିପାରିବେ। WAbetainfo ରିପୋର୍ଟ ମୁତବାକ, ହ୍ଵାଟସଆପ୍‌ ସବସ୍କ୍ରିପସନ ବେସଡ ପ୍ଲାନରେ କାମ କରୁଛି। ଯାହା ହ୍ଵାଟସଆପ୍‌ ବିଜନେସ ୟୁଜର୍ସଙ୍କ ପାଇଁ ରହିଛି। ଆପ୍‌ ଡିଭାଇସକୁ ଲିଙ୍କ କରିବା ପାଇଁ ନୂଆ ଇଣ୍ଟରଫେସ୍‌ କ୍ରିଏଟ କରୁଛି।

ରିପୋର୍ଟ ମୁତାବକ, ହ୍ଵାଟସଆପ୍‌ ରିଭାମ୍ପଡେ ଇଣ୍ଟରଫେସରେ ମଲ୍ଟି ଡିଭାଇସ ସପୋର୍ଟ ପାଇଁ ବିଲକୁଲ ଅଲଗା ଡିସ୍‌କ୍ରିପସନ ବ୍ୟବହାର କରୁଛି। ଏହି ଡିସକ୍ରିପସନ ମୁତାବକ, ୟୁଜର୍ସ ମଲ୍ଟିପଲ ଡିଭାଇସେସ୍‌ରେ ଆକାଉଣ୍ଟକୁ ବ୍ୟବହାର କରିପାରିବେ। ଯାହା ସାହାଯ୍ୟରେ ଅଲଗା ଅଲଗା ବ୍ୟକ୍ତି ବିଜନେସ ଆକାଉଣ୍ଟ ଜରିଆରେ ଗ୍ରାହକଙ୍କ ସହିତ ଗୋଟେ ସମୟରେ କଥା ହୋଇପାରିବେ।

ବର୍ତ୍ତମାନ ୟୁଜର୍ସ ଚାରିଟି ଡିଭାଇସରେ ସିଙ୍ଗଲ ଆକାଉଣ୍ଟକୁ ବ୍ୟବହାର କରିପାରିବେ। କିନ୍ତୁ ସବସ୍କ୍ରିପସନ ପ୍ଲାନ ଆସିବା ପରେ ୟୁଜର୍ସ ୧୦ ଡିଭାଇସରେ ଗୋଟେ ଆକାଉଣ୍ଟ ୟୁଜ୍‌ କରିପାରିବେ।
କିନ୍ତୁ ଏହି ଫିଚର ମାଗଣାରେ ମିଳିବ ନାହିଁ। ୟୁଜର୍ସଙ୍କୁ ସବସ୍କ୍ରିପସନ କରିବା ଦ୍ୱାର ଅଲଗା ଅଲଗା ଫିଚର୍ସ ମଧ୍ୟ ମିଳିବ। କିନ୍ତୁ କେଉଁ ଫିଚର୍ସ ମିଳିବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଆପଣଙ୍କ ସବସ୍କ୍ରିପସନ ପ୍ଲାନ ମଧ୍ୟ ନେବା ଜରୁରୀ।

ସାଧାରଣ ୟୁଜର୍ସଙ୍କ ପାଇଁ ଆପ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ସମସ୍ତଙ୍କୁ ଫ୍ରିରେ ମିଳିବ। ସବସ୍କ୍ରିପସନ ପ୍ଲାନ୍‌ ସଂପୂର୍ଣ୍ଣ ଭାବେ ଅପସନାଲ ରହିବ। ଏହି ଫିଚର ଟୁଇଟର ବ୍ଲୁ ଭଳି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.