ଏବେ Whatsappରେ କହିକି ପଠାନ୍ତୁ Text Message, ଜାଣନ୍ତୁ ଫୋନରେ ଥିବା ଏହି ସିକ୍ରେଟ ସେଟିଙ୍ଗସ୍
ହ୍ଵାଟସଆପ୍ ରେ ଭଏସ୍ ମେସେଜକୁ ଟେକ୍ସଟ ମେସେଜରେ ପଠାଇବା ପାଇଁ ସ୍ପେସ ବଟନକୁ ପ୍ରେସ କରି ରଖନ୍ତୁ। ଏହାପରେ ଭଏସ୍ ଟାଇପିଂ ସିଲେକ୍ଟ କରି ନିଜ ମେସେଜକୁ ପଠାନ୍ତୁ। ଏହିସମୟରେ କହିବାର ସ୍ପିଡକୁ ସ୍ଲୋ ରଖନ୍ତୁ। ଆଉ ଏହା ସହିତ ସବୁ ଶବ୍ଦକୁ ସଫା ସଫା ଉଚ୍ଚାରଣ କରନ୍ତୁ।
ହ୍ଵାଟସଆପ୍ ରେ ଟାଇପିଂ କରି ଥକି ଗଲେଣି କି? ତେବେ ଆଜି ଆମେ ଆପଣଙ୍କୁ କିଭଳି ହ୍ଵାଟସଆପ୍ ରେ ଭଏସ୍ ସାହାଯ୍ୟରେ ଟେକ୍ସଟ ମେସେଜ ପଠାଇବେ ତାହା ସମ୍ପର୍କରେ କହିବୁ। ଗୁଗଲ ରେ ଯେମିତି ଭଏସ୍ ରେକର୍ଡ କଲେ ଅଟୋମେଟିକ ଟାଇପ ହୋଇଯାଏ ସେଭଳି ହ୍ଵାଟସଆପ୍ ରେ ମଧ୍ୟ ହୋଇପାରିବ। ଏଥିପାଇଁ ଆପଣଙ୍କୁ କୌଣସି ଥାର୍ଡ ପାର୍ଟି ସାହାଯ୍ୟର ଆବଶ୍ୟକତା ପଡ଼ିବ ନାହିଁ।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ହ୍ଵାଟସଆପ୍ ରେ ଏହି ଫିଚର ଆଗରୁ ହିଁ ରହିଛି। ଅନେକ ହୁଏତ ଏହା ସମ୍ପର୍କରେ ଜାଣିନଥିବେ। ଆସନ୍ତୁ ଜାଣିବା ଆପଣ ଏହି ଫିଚରକୁ ଆକ୍ଟିଭ କରିବେ..
ଭଏସ୍ ଟାଇପିଂ ଫିଚରର ବ୍ୟବହାର କରିବା ପାଇଁ ପ୍ରଥମେ ଯାଞ୍ଚ କରନ୍ତୁ ଏହି ଫିଚର ଆପଣଙ୍କ ଫୋନରେ ଅଛି କି ନାହିଁ। ପ୍ରକୃତରେ ଏହା ହେଉଛି ଗୁଗଲ କିବୋର୍ଡର ଏକ ଫିଚର। ଯାହାକି ପ୍ରଥମରୁ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଅନ୍ ହୋଇକି ଥାଏ। ଏଥିପାଇଁ ହ୍ଵାଟସଆପ୍ କୁ ଯାଇ ଯେକୌଣସି ଚାର୍ଟ ବକ୍ସକୁ ଖୋଲି ପାରିବେ। ଏହାପରେ କିବୋର୍ଡ ରେ ଦିଆଯାଇଥିବା ସ୍ପେସ ବଟନ କୁ ପ୍ରେସ କରି ରଖନ୍ତୁ। ଏହାପରେ ସ୍କ୍ରିନରେ ଚେଞ୍ଜ କିବୋର୍ଡ ଟାଇପ ର ଅପସନ ମିଳିବ। ଏଥିରେ ଗୁଗଲ ଭଏସ୍ ଟାଇପିଂ ର ବିକଳ୍ପ ରହିଛି। ଯଦି ତାହା ସିନ୍ ହେଉନାହିଁ ତେବେ ସେଟିଙ୍ଗକୁ ଯାଇ ଅନ୍ କରିବାକୁ ପଡ଼ିବ।
ଭଏସ ଟାଇପିଂ ଫିଚର ଆକ୍ଟିଭେଟ ନଥିଲେ ସେଥିପାଇଁ ଆପଣଙ୍କୁ ପ୍ରଥମେ ସେଟିଂକୁ ଯିବାକୁ ହେବ। ଏହାପରେ ଲାଙ୍ଗୁଏଜ୍ ଆଣ୍ଡ କିବୋର୍ଡ ଅପସନକୁ ଚୁଜ କରିବାକୁ ପଡ଼ିବ। ଏହାପରେ ଭର୍ଚୁଆଲ କିବୋର୍ଡ କୁ ସିଲେକ୍ଟ କରନ୍ତୁ। ଏହାପରେ ମ୍ୟାନେଜ କିବୋର୍ଡ କୁ ଚୁଜ କରନ୍ତୁ। ଏଥିରେ ଆପଣଙ୍କୁ ଭଏସ୍ ଟାଇପିଂର ବିକଳ୍ପ ମିଳିବ। ଏହାପରେ ଟିକ୍ କରନ୍ତୁ।
ହ୍ଵାଟସଆପ୍ ରେ ଭଏସ୍ ମେସେଜକୁ ଟେକ୍ସଟ ମେସେଜରେ ପଠାଇବା ପାଇଁ ସ୍ପେସ ବଟନକୁ ପ୍ରେସ କରି ରଖନ୍ତୁ। ଏହାପରେ ଭଏସ୍ ଟାଇପିଂ ର ସିଲେକ୍ଟ କରି ନିଜ ମେସେଜକୁ ପଠାନ୍ତୁ। ଏହିସମୟରେ କହିବାର ସ୍ପିଡକୁ ସ୍ଲୋ ରଖନ୍ତୁ। ଆଉ ଏହା ସହିତ ସବୁ ଶବ୍ଦକୁ ସଫା ସଫା ଉଚ୍ଚାରଣ କରନ୍ତୁ। ଯଦି ଆପଣ ଚାହୁଁଛନ୍ତି ଭଏସ୍ ଟେକ୍ସଟ ମେସେଜ ହିନ୍ଦୀରେ ଟାଇପ କରିବାକୁ ତେବେ କିବୋର୍ଡ ପାଖରେ ଯେଉଁ ମାଇକ ଆଇକନ ଅଛି ସେଥିରେ ଥିବା ସେଟିଙ୍ଗସ୍ ଆଇକନକୁ କ୍ଲିକ କରି ଭାଷାକୁ ଚୁଜ କରିପାରିବେ। ଏହାପରେ ବ୍ୟାକ କରନ୍ତୁ। ଆଉ ଭଏସ୍ ରେ କହିବା ପରେ ତାହା ହିନ୍ଦୀରେ ଟ୍ରାନ୍ସଲେଟ ହୋଇଯିବ।