ହ୍ୱାଟ୍ସଆପ୍ ଲଞ୍ଚ୍ କଲା ମଜାଦାର୍ ଫିଚର: ଏଣିକି ୟୁଜର ନିଜେ ଷ୍ଟିକର ପ୍ରସ୍ତୁତ କରି କାହାକୁ ବି ପଠାଇ ପାରିବେ

ହ୍ୱାଟ୍ସଆପ ଏହାର ୟୁଜର୍ସ ମାନଙ୍କ ପାଇଁ କ୍ରମାଗତ ଭାବରେ ନୂଆ ନୂଆ ଅପଡ଼େଟ ନେଇ ଆସିଥାଏ। ବର୍ତ୍ତମାନ ପୁଣି ଥରେ ହ୍ୱାଟ୍ସଆପ ଅନ୍ୟ ଏକ ଫିଚର୍ ଆଣିଛି, ଯାହା ସାହାଯ୍ୟରେ ଆପଣ ନିଜେ ତିଆରି କରିଥିବା ଷ୍ଟିକରକୁ କାହାକୁ ବି ପଠାଇ ପାରିବେ। କମ୍ପାନୀ ଏଥିପାଇଁ ନୂଆ ଟୁଲ୍ ରିଲିଜ କରିଦେଇଛି । ୟୁଜର୍ସ ଏହି ଟୁଲକୁ ୱେବ ହ୍ୱାଟ୍ସଆପରେ ବ୍ୟବହାର କରିପାରିବେ ।

ବାସ୍ତବରେ, ହ୍ୱାଟ୍ସଆପ ଆପଣଙ୍କୁ ଏହି ଟୁଲରେ ବ୍ୟବହୃତ ଫଟୋକୁ କ୍ରପ୍ କରିବା ସହିତ ଏଡିଟ୍ କରିବା ପାଇଁ ଅନେକ ବିକଳ୍ପ ଦେବ। ଏହାର ସାହାଯ୍ୟରେ ଏବେ ଆପଣ ନିଜେ ପ୍ରସ୍ତୁତ କରିଥିବା ଷ୍ଟିକରକୁ ଲୋକଙ୍କୁ ପଠାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ବ୍ୟବହାର କରିବେ ।

ହ୍ୱାଟ୍ସଆପ ଏହି ନୂତନ ଟୁଲର ସବୁଠାରୁ ବଡ ସୁବିଧା ହେଉଛି ଯେ ଷ୍ଟିକର୍ ତିଆରି କରିବା ପାଇଁ ଉପଭୋକ୍ତାଙ୍କୁ ଅନ୍ୟ କୌଣସି ଆପ୍ ଦରକାର ହେବ ନାହିଁ। ବାସ୍ତବରେ, ପୂର୍ବରୁ ଲୋକମାନେ ଅନେକ ଥର ଫଟୋ କ୍ରପ୍ ଆପ୍ ଆବଶ୍ୟକ କରୁଥିଲେ, କିନ୍ତୁ ବର୍ତ୍ତମାନ ଆପଣଙ୍କର ଉଭୟ କାର୍ଯ୍ୟ ଗୋଟିଏ ଆପ୍ ସହିତ ହୋଇଯିବ ।

ଷ୍ଟିକର ଟୁଲ୍ ବ୍ୟବହାର କରିବାର ପ୍ରୋସେସ୍

ଏହି ଆପ୍ ବ୍ୟବହାର କରିବାକୁ, ପ୍ରଥମେ web.whatsapp.com କୁ ଯାଇ ଆପଣଙ୍କର ହ୍ୱାଟ୍ସଆପକୁ ଲଗ୍ଇନ୍ କରିବାକୁ ପଡିବ ।

ଏବେ ଯେଉଁ କଣ୍ଟାକ୍ଟ ବା ଗ୍ରୁପରେ ଷ୍ଟିକର ପଠାଇବାକୁ ଚାହୁଁଛନ୍ତି ତାକୁ ଓପନ କରନ୍ତୁ ।

ଏହା ପରେ ଆପଣଙ୍କୁ ସ୍ମାଇଲ୍ ଆଇକନ୍ ଉପରେ କ୍ଲିକ୍ କରି ଷ୍ଟିକର୍ ଟୁଲ୍କୁ ଯିବାକୁ ପଡିବ ।

ଷ୍ଟିକର ଟୁଲରେ କ୍ଲିକ୍ କରି ଆପଣଙ୍କୁ କ୍ରିଏଟର ଅପ୍ସନ ମିଳିବ। Create ଉପରେ କ୍ଲିକ୍ କରି କୌଣସି ଏକ ଫଟୋକୁ ସିଲେକ୍ଟ କରିନିଅନ୍ତୁ ।

ଫଟୋ ସିଲେକ୍ଟ ହେବା ପରେ ଉପର ଆଡୁ ତାକୁ ଏଡିଟ୍ କରିବାରେ ଅନେକ ଅପ୍ସନ ମିଳିଯିବ ।

ଏହା ପରେ ଆପଣ ସେହି ଷ୍ଟିକର ଉପରେ ନୂଆ ଷ୍ଟିକର, ସ୍ମାଇଲି, ଟେକ୍ସଟ, ପେଣ୍ଟ, କ୍ରପ୍ ଭଳି ଅନେକ କାମ କରିପାରିବେ।

ଷ୍ଟିକର ଯେବେ ପ୍ରସ୍ତୁତ ହୋଇଯିବ ସେବେ ସେଣ୍ଡ ଉପରେ କ୍ଲିକ୍ କରିଦିଅନ୍ତୁ।

ଏହି ଷ୍ଟିକରର ଖାସ୍ କଥା ହେଉଛି କି ଏହାକୁ ଡାଉନଲୋଡ୍ କରିବାର ଆବଶ୍ୟକତା ନାହିଁ ।

ଏହାପୂର୍ବରୁ, ହ୍ୱାଟ୍ସଆପ My Contacts Except ମଧ୍ୟ ଯୋଡିଥିଲା। ଏଥିରେ ଆମେ ସେଟିଂକୁ ଯାଇ ସ୍ଥିର କରିପାରିବା ଯେ ଆମର last seen ଓ ପ୍ରୋଫାଇଲ୍ ଫଟୋ କୁ କିଏ ଦେଖିପାରିବ । ଏଥିରେ Everyone, My Contacts and Nobody ଫିଚର ପୂର୍ବରୁ ଉପଲବ୍ଧ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.