Categories: ଟେକ୍

Whatsappର ନୂଆ ଫିଚର, ନୋଟିଫିକେସନ ବାରରୁ ମଧ୍ୟ ଶୁଣିପାରିବେ ଭଏସ ମେସେଜ

ସୋସିଆଲ୍ ମିଡିଆ ବାଦଶାହା ହ୍ବାଟ୍ସଅପ୍ । ଆଜିର ସମୟରେ ଏମିତି କେହି ନଥିବେ ଯିଏ ଏହି ମେସେଜିଙ୍ଗ ଆପକୁ ବ୍ଯବହାର କରୁନଥିବେ । ତେଣୁ ୟୁଜରଙ୍କ ଚାହିଦାକୁ ଆଖି ଆଗରେ ରଖି ଦିନକୁ ଦିନ ନୂଆ ଫିଚର ଆଣୁଛି ଏହି ଲୋକପ୍ରିୟ ଆପ୍ । ଏହାର ନୂଆ ଫିଚର ନା କେବଳ ଆପକୁ ପୁର୍ବାପେକ୍ଷା ଉନ୍ନତ କରୁଛି ବରଂ ୟୁଜରମାନଙ୍କ ଚାର୍ଟ ଅନୁଭୂତିକୁ ମଧ୍ୟ ସୁନ୍ଦର କରୁଛି । ଏବେ ନିଜର ୧୫୦କୋଟି ଗ୍ରାହକ ମାନଙ୍କ ପାଇଁ ପୁଣି ଅନେକ ଗୁଡିଏ ନୂଆ ଫିଚର ଆଣିବାକୁ ଯାଉଛି ହ୍ବାଟ୍ସଆପ୍ । ଆସନ୍ତୁ ଜାଣିବା ଏହି ଫିଚର୍ସ ଗୁଡିକ ବିଷୟରେ ।

ହ୍ବାଟ୍ସଆପର ନୂଆ ଫିଚର ମଧ୍ୟରେ ଗୋଟିଏ ଖାସ ଫିଚର ହେଲା ୟୁଜର୍ସ ମାନେ ରିସିଭ କରୁଥିବା ଭଏସ ମେସେଜକୁ ସେମାନେ ନୋଟିଫିକେସନ ବାରରୁ ମଧ୍ୟ ଶୁଣିପାରିବେ। ବର୍ତ୍ତମାନ ୟୁଜର୍ସ ମାନେ ନୋଟିଫିକେସନ ବାରରୁ କେବଳ ଫଟୋ ଏବଂ ଭିଡ଼ିଓ ପ୍ରିଭିଉ କରିପାରୁଛନ୍ତି କିନ୍ତୁ ଅତିଶୀଘ୍ର ନୂଆ ଫିଚର ଦ୍ୱାରା ବ୍ୟବହାରକାରୀ ମାନେ ଚାଟ ଓପନ ନକରି ମଧ୍ୟ ଭଏସ ମେସେଜ ଶୁଣିପାରିବେ। WABetainfoର ଏକ ରିପୋର୍ଟ ଅନୁଯାୟୀ ହ୍ବାଟ୍ସଆପ ଏହି ନୂଆ ଫିଚରକୁ ପ୍ରଥମେ IOSରେ ଉପଲବ୍ଧ କରାଇବ।

ଏହା ସହ ପଢନ୍ତୁ ଆପଣଙ୍କୁ କାହିଁକି ଦେଖାଯାଉନି କୌଣସି ଟୁଇଟ୍ ? ଏବେ କାରଣ ଜଣାଇବ ଟୁଇଟର

ଭଏସ ନୋଟ ଫିଚର ବ୍ୟତୀତ ହ୍ଵାଟ୍ସଆପ ଅନ୍ୟ ନୂଆ ଫିଚର ଗୁଡିକ ମଧ୍ୟ ଆଣିବାକୁ ଯାଉଛି ଯେଉଁଥିରେ ପ୍ରଥମେ ଆସୁଛି କୁଇକ ଏଡିଟ ଟୁଲ। ହ୍ବାଟ୍ସଆପର ଏହି ନୂଆ ଫିଚର ୟୁଜର୍ସ ମାନେ ରିସିଭ କରିଥିବା ମିଡ଼ିଆ ଫାଇଲକୁ ଚାଟ ଉଇଣ୍ଡୋରୁ ହିଁ ଏଡିଟ କରିବାର ଅପ୍ସନ ଦେବ। ହ୍ୱାଟ୍ସଅପର କହିବା ଅନୁଯାୟୀ ଏହି ଫିଚର ସାହାଯ୍ୟରେ ୟୁଜର୍ସ ମାନେ ସମୟ ମଧ୍ୟ ବଞ୍ଚାଇପାରିବେ ଏବଂ ଫଟୋ ଏଡିଟ କରିବା ପାଇଁ ଆଉ ଫଟୋ ସେଭ କରି ଗ୍ୟାଲେରୀକୁ ଯିବାକୁ ପଡିବ ନାହିଁ। ସିଧାସଳଖ ଚାଟ ଉଇଣ୍ଡୋରୁ ହିଁ ଏଡିଟ କରିପାରିବେ। କମ୍ପାନୀ ଏହି ଫିଚରର ବିଟା ଭର୍ସନ ଉପଲବ୍ଧ କରାଇସାରିଛି ଏବଂ ଅତିଶୀଘ୍ର ଏହାର ସ୍ଟେବଲ ଭର୍ସନମଧ୍ୟ ସବୁ ୟୁଜର୍ସ ମାନଙ୍କ ପାଖରେ ପହଂଚାଇବ।

କେବଳ ଏତିକି ନୁହେଁ ୟୁଜର୍ସ ମାନଙ୍କର ମେସେଜିଙ୍ଗ ଓ ଚାଟ ଅନୁଭୂତିକୁ ଉନ୍ନତ କରାଇବା ପାଇଁ ହ୍ଵାଟ୍ସଆପ ଚଳିତ ବର୍ଷ ଅନ୍ୟାନ୍ୟ ଫିଚର୍ସ ଗୁଡିକୁ ମଧ୍ୟ ରୋଲଆଉଟ କରିବାର ପ୍ରସ୍ତୁତିରେ ଲାଗି ପଡିଛି। ଏଥି ମଧ୍ୟରୁ ପ୍ରଥମେ ଆସୁଛି ଡାର୍କ ମୋଡ଼ କି । ଗତ ବର୍ଷଠାରୁ ହ୍ୱାଟ୍ସଅପର ଏହି ଫିଚର୍ସ କୁ ଅପେକ୍ଷା କରାଯାଇଛି ଓ ବର୍ତ୍ତମାନ ଏହାକୁ ଟେଷ୍ଟ କରାଯାଉଛି ଏବଂ ଅତିଶୀଘ୍ର ଏହା ଉପଲବ୍ଧ ହେବାକୁ ଯାଉଛି। ଏହି ଫିଚର ଆପର ବ୍ୟାକଗ୍ରାଉଣ୍ଡ ଡାର୍କ ଥିମରେ ରଖିବା ସହିତ ଫୋନର ବ୍ୟାଟେରୀ ମଧ୍ୟ ସେଭ କରିବ ଏବଂ ୟୁଜର୍ସ ମାନଙ୍କ ଆଖିକୁ ମଧ୍ୟ ଆରାମ୍ ମିଳିବ। ଏହାସହିତ ହ୍ଵାଟ୍ସଆପ QRCode ଫିଚର ମଧ୍ୟ ଆଣୁଅଛି ଯାହା ୟୁଜର୍ସ ମାନଙ୍କ ପାଇଁ ବହୁତ ସାହାଯ୍ୟକାରୀ ହେବ। ଏହି ଫିଚର ଲଞ୍ଚ ହେଵା ପରେ ୟୁଜର୍ସ ମାନେ QRCodeରେ କଣ୍ଟାକ୍ଟ ଆଡ଼ କରିବା ସହିତ ନିଜର କଣ୍ଟାକ୍ଟ ଡିଟେଲ କୁ ସେୟାର ମଧ୍ୟ କରିପାରିବେ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago