ଏବେ ଆପଣ ହ୍ଵାଟ୍ସଆପରେ ବି ଜାଣିପାରିବେ ଟ୍ରେନର ରିୟଲ ଟାଇମ୍‌ ଅପଡେଟ, ବାସ୍‌ ଗୋଟିଏ କ୍ଲିକରେ କରନ୍ତୁ ପତ୍ତା

ସ୍ମାର୍ଟଫୋନ୍‌ ଧରିଛନ୍ତି ମାନେ ହ୍ଵାଟ୍ସଆପ୍‌ ନିହାତି ଥିବ। ହ୍ଵାଟ୍ସଆପ୍‌ ଏକ ଏମିତି ଆପ୍‌ ଯାହାକୁ ପ୍ରାୟ ପ୍ରତ୍ୟେକ ସ୍ମାର୍ଟଫୋନ୍‌ ୟୁଜର୍ସ ବ୍ୟବହାର କରୁଛନ୍ତି। ଏହାକୁ ପର୍ସନାଲ ଚାଟିଙ୍ଗ୍‌ ଠାରୁ ନେଇ ଅଫିସ ଏବଂ ବିଜନେସ୍‌ ଓ୍ଵାର୍କ ପାଇଁ ପ୍ରାୟ ପ୍ରତ୍ୟେକ କାମରେ ବ୍ୟବହାର କରାଯାଏ। ଖାସ୍‌ କରି ଏହି କାରଣରୁ ଏହା ଏତିକି ପୁପଲାର। ଏବେ ଏଥିରେ ୟୁପିଆଇ ପେମେଣ୍ଟର ବି ଅପ୍ସନ ମିଳିଲାଣି, ଯାହା ପାଇଁ ଲୋକେ ଆହୁରି ପସନ୍ଦ କରିବସିଲେଣି ହ୍ଵାଟ୍ସଆପକୁ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଚାଟିଙ୍ଗ ଏବଂ ପେମେର୍ଟ ବ୍ୟତୀତ ଆହୁରି ଏକ ଖାସ୍‌ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ କାମ ବି ଆପଣ ଏଠାରେ କରିପାରିବେ। ହ୍ଵାର୍ଟ୍ସଆପରେ ଏଣିକି ଆପଣ ଟ୍ରେନର ରିୟଲ ଟାଇମ୍‌ ଅପଡେଟ୍‌ ପାଇପାରିବେ।

whatsappଆପଣାନ୍ତୁ ଏହି ତରିକା

ଯଦି ଆପଣ ହ୍ଵାଟ୍ସଆପରେ ରିୟଲ ଟାଇମ ଟ୍ରେନ୍‌ ଟାଇମ୍‌ ଅପଡେଟ ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହାର ତରିକା ବହୁତ ସହଜ। ଆପଣ କିଛି ଷ୍ଟେପ୍ସକୁ ଫଲୋ କରି ସମସ୍ତ ଟ୍ରେନ୍‌ ସହ ଜଡିତ ଡିଟେଲ୍ସ ହାସଲ କରିପାରିବେ। ହ୍ଵାଟ୍ସଆପରେ ଏହି ସୁବିଧା ଦେଇଛି ଷ୍ଟାର୍ଟଅପ୍‌ କମ୍ପାନୀ ।

  1. ଯଦି ଆପଣଙ୍କୁ ରିୟଲ ଟାଇମ୍‌ ଟ୍ରେନ୍‌ ଅପଡେଟ୍‌ ନେବାକୁ ଚାହୁଁଛନ୍ତି ତାହେଲେ ସର୍ବପ୍ରଥମେ ନିଜ ମୋବାଇଲରେ ୯୮୮୧୧୯୩୩୨୨ ନମ୍ବର ସେଭ୍‌ କରିନିଅନ୍ତୁ।
  2. ଏବେ ନମ୍ବର ସେଭ୍‌ କରିବା ପରେ ନିଜ ଫୋନରେ ହ୍ଵାଟ୍ସଆପକୁ ଓପନ କରନ୍ତୁ। ହ୍ଵାଟ୍ସଆପ ଓପନ କରିବା ପରେ ସେଭ୍‌ କରିଥିବା ସେହି ନମ୍ବରରେ ପିଏନଆର ଟାଇପ୍‌ କରି ସେଣ୍ଡ କରିଦିଅନ୍ତୁ।
  3. ପିଏନଆର ନମ୍ବର ପଠାଇବା ପରେ ହିଁ ଆପଣଙ୍କୁ ଟ୍ରେନର ଡିଟେଲ ହ୍ଵାଟ୍ସଆପରେ ହିଁ ମିଳିଯିବ।
  4. ଆପଣଙ୍କୁ କ୍ୟାଟୋଗରୀ ହିସାବରେ ଅପ୍ସନ ଦିଆଯିବ। ଆପଣ ଯାହାର ବିବରଣୀ ଜାଣିବାକୁ ଚାହୁଁଛନ୍ତି ସେହି ଅପ୍ସନକୁ ବାଛନ୍ତୁ।
  5. ଆପଣ ଚାହିଁବେ ତ ହ୍ଵାଟ୍ସଆପ ବ୍ୟତୀତ ସିଧା ଏହି ଆପରେ ମଧ୍ୟ ଟ୍ରେନ ସହ ଜଡିତ ସମସ୍ତ ବିବରଣୀ ହାସଲ କରିପାରିବେ।
  6. ଆପଣଙ୍କୁ ଏଥିପାଇଁ ସର୍ବପ୍ରଥମେ ପ୍ଲେ ଷ୍ଟୋରକୁ ଯିବାକୁ ହେବ।
  7. ପ୍ଲେ ଷ୍ଟୋରକୁ ଯାଇ ଆପଣ ଆପ୍‌ ଡାଉନଲୋଡ୍‌ କରିପାରିବେ।
  8. ଏହାପରେ ଆପଣଙ୍କୁ ନିଜର ଆକାଉଣ୍ଟ ବନାଇବାକୁୁ ହେବ। ଆକାଉଣ୍ଟ ବନାଇବା ପରେ ଆପରେ ଟ୍ରେନ୍‌ ସହ ଜଡିତ ପ୍ରତ୍ୟେକ ବିବରଣୀ ହାସଲ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.