ଏହିସବୁ iPhoneରେ ଚାଲିବନି WhatsApp, କମ୍ପାନୀ ଖୁବଶୀଘ୍ର ବନ୍ଦ କରିବ ସପୋର୍ଟ
ପୁରୁଣା iPhone ମଡେଲ୍ ୟୁଜର୍ସମାନଙ୍କ ପାଇଁ ଆସିଲା ବ୍ୟାଡ୍ ନୁଜ୍ । ନିକଟରେ WhatsApp ଆସନ୍ତା ବର୍ଷରୁ iPhone ୟୁଜର୍ସମାନଙ୍କ ପାଇଁ WhatsApp କୁ ସପୋର୍ଟ ଦେବା ବନ୍ଦ କରିଦେବ । କମ୍ପାନୀ ୧୫.୧ ରୁ ଅଧିକ ପୁରୁଣା iOS ଭର୍ସନ ପାଇଁ ସପୋର୍ଟ ବନ୍ଦ କରୁଛି । ଏହି ସ୍ଥିତିରେ ଅନେକ ପୁରୁଣା ଆଇଫୋନ୍ ମଡେଲ୍ ୟୁର୍ଜସମାନଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଆପଣଙ୍କୁ କହିବୁ ଯେ, କେଉଁ ୟୁଜର୍ସଙ୍କ ଆଇଫୋନରେ WhatsApp ଚାଲିବା ବନ୍ଦ ହେବ ।
ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ବର୍ଷଠାରୁ iPhone 5s, iPhone 6 ଏବଂ iPhone 6 Plus ୟୁଜର୍ସ WhatsApp ଚଲାଇପାରିବେ ନାହିଁ । ନୂଆ iPhone ୟୁଜର୍ସଙ୍କୁ WhatsApp ଚଲାଇବା ପାଇଁ ଆପକୁ ନୂଆ iOS ଭର୍ସନରେ ଅପଡେଟ୍ କରିବାକୁ ପଡିବ ।
ଏକ ରିପୋର୍ଟ ଅନୁଯାୟୀ, ମେ ୫, ୨୦୨୫ ରୁ WhatsApp iOS ୧୫.୧ ପୂର୍ବ ଭର୍ସନକୁ ସପୋର୍ଟ କରିବ ନାହିଁ । କମ୍ପାନୀର ଏହି ନିଷ୍ପତ୍ତି ଦ୍ବାରା WhatsApp ଏବଂ WhatsApp ବିଜିନେସ୍ ଉଭୟ ଆଫେକ୍ଟ ହେବ, ଏହି ଦୁଇଟି ଆପ୍ ସମାନ ଅଣ୍ଡରଲିଙ୍ଗ କୋର୍ଡ ଏବଂ ସିଷ୍ଟମ ରିକ୍ୟୁରମେଣ୍ଟନ୍ସ ସେୟାର କରନ୍ତି । ପୁରୁଣା iOS ଭର୍ସନ ୟୁଜର୍ସମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ନିଜର ଡିଭାଇସକୁ ଅପଟଡଟ୍ କରିବା କିମ୍ବା ଆପକୁ ବ୍ୟବହାର କରିବା ପାଇଁ WhatsApp କମ୍ପାଟିବ୍ଲି ଆଇଫୋନ ଉପରେ ସ୍ୟୁଚ୍ କରନ୍ତୁ ।
iPhone 5s, iPhone 6 ଏବଂ iPhone 6 Plus ମଡେଲଗୁଡିକରେ ଶେଷ iOS ଅପଡେଟ୍ ହେଉଛି iOS ୧୨.୫.୭ । ଏହି ଡିଭାଇସଗୁଡିକ ୧୦ ବର୍ଷ ପୂର୍ବରୁ ରିଲିଜ୍ କରାଯାଇଥିଲା । ଏଥିପାଇଁ ଏହି ମଡେଲଗୁଡିକରେ WhatsApp ଚଲାଉଥିବା ୟୁଜର୍ସଙ୍କ ସଂଖ୍ୟା ବହୁତ କମ୍ ହୋଇପାରେ ।
WhatsApp ର ଏହି ନିଷ୍ପତ୍ତି ଯୋଗୁ ୟୁଜର୍ସମାନେ ଅସୁବିଧାରେ ପଡିବେ ନାହିଁ, ଏଥିପାଇଁ କମ୍ପାନୀ ସେମାନଙ୍କୁ ୫ମାସର ନୋଟିସ୍ ପିରିୟଡ୍ ଦେଇଛି । ଏହା ସେମାନଙ୍କୁ ଅପଡେଟ୍ କରିବା ପାଇଁ ପର୍ଯ୍ୟପ୍ତ ସମୟ ମିଳିବ ।
ରିପୋର୍ଟ ଅନୁଯାୟୀ, ଏହି ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି iOS ର ନୂଆ ଭର୍ସନରେ ଅପଡେଟ୍ କରାଯାଇଥିବା API ଏବଂ ଉନ୍ନତ ଟେକ୍ନୋଲୋଜି ସାମିଲ ଅଛି । ଯାହା ଉପରେ WhatsApp ନୂଆ ଫିଚର୍ସ ଦେବା ପାଇଁ ଡିପେଣ୍ଡ କରିଥାଏ ।
ପୁରୁଣା ଭର୍ସନକୁ ସପୋର୍ଟ ନକରି WhatsApp କୁ ଅପ୍ଟିମାଇଜ୍ କରିପାରିବେ ଏବଂ ଫିଚର ଲଞ୍ଚ କରିପାରିବେ । ଯାହା ପୁରୁଣା ଅପରେଟିଙ୍ଗ ସିଷ୍ଟମ ସହିତ ସମ୍ଭବ ନୁହେଁ । ଧ୍ୟାନ ଦେବା ଜରୁରୀ ଯେ ଏହି ନିଷ୍ପତ୍ତି କେବଳ କିଛି iPhone ୟୁଜର୍ସଙ୍କୁ ଆଫେକ୍ଟ କରିବ ।