ହ୍ଵାଟସଆପ୍‌ ଆଣୁଛି ନୂଆ ଫିଚର, ଏଣିକି ବଦଳିବ ଅଡ଼ିଓ ମେସେଜ ପଠାଇବାର ଅନ୍ଦାଜ

ହ୍ଵାଟସଆପ୍‌ ଏହାର ଉପଭୋକ୍ତାମାନଙ୍କ ଚାଟିଂ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନୂଆ ନୂଆ ଫିଚର ଆଣିଥାଏ । ଏହା ସହିତ, କମ୍ପାନୀ ରୋଲ ଆଉଟ୍ ହେବାକୁ ଥିବା ଫିଚର ଗୁଡିକର ଉନ୍ନତି ଆଣିବା ପାଇଁ ସମୟ ସମୟରେ ଅପଡେଟ୍ ମଧ୍ୟ କରିଥାଏ । ଏହି ପର୍ଯ୍ୟାୟରେ କମ୍ପାନୀ ଭଏସ୍ ନୋଟର ପ୍ଲେକ୍ ସ୍ପିଡ୍ ସେଟ୍ ଫିଚର ଗୁଡିକୁ ଆହୁରି ଉନ୍ନତ କରିବାକୁ ପ୍ରସ୍ତୁତ ହେଉଛି । ହ୍ଵାଟସଆପ୍‌ ର ଏହି ଫିଚର୍ ଆଣ୍ଡ୍ରଏଡ୍ ବିଟା 2.21.9.10 ଏବଂ ଆଇଓଏସ୍ ବିଟା 2.21.90.11 ପାଇଁ ରୋଳଆଉଟ କରାଯାଉଛି ।

କମ୍ପାନୀ ବର୍ତ୍ତମାନ ଏହି ଫିଚରର ଭର୍ସନକୁ ବିକାଶ କରୁଛି । WABetaInfo ର ରିପୋର୍ଟ ଅନୁଯାୟୀ, ଏହି ଫିଚର ଆସିବା ପରେ ଉପଭୋକ୍ତାମାନେ ମଧ୍ୟ ଫରୱାର୍ଡ ହେବାକୁ ଥିବା ଅଡିଓ ମେସେଜ୍ ର ପ୍ଲେବ୍ୟାକ୍ ସ୍ପିଡ୍ ସେଟ୍ କରିବାକୁ ସକ୍ଷମ ହେବେ । ପ୍ଲେବ୍ୟାକ୍ ସ୍ପିଡ୍ ସେଟ୍ କରିବା ପାଇଁ ଏକ ବଟନ୍ ମଧ୍ୟ ରହିବ । ଏହି ଫିଚରନିକଟରେ iOS ପାଇଁ ଏକ ବିଟା ଅପଡେଟ୍ ରେ ଦେଖିବାକୁ ମିଳିଥିଲା ​​। ଏହା ବର୍ତ୍ତମାନ ବିକାଶମୂଳକ ପର୍ଯ୍ୟାୟରେ ଅଛି । ବିଶ୍ୱାସ କରାଯାଏ ଯେ କମ୍ପାନୀ ଖୁବ ଶୀଘ୍ର ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ମଧ୍ୟ ଏହି ବ ଫିଚର ବାହାର କରିବ ।

ହ୍ଵାଟସଆପ୍‌ ବର୍ତ୍ତମାନ ଅନେକ ନୂତନ ଫିଚର ପରୀକ୍ଷା କରୁଛି, ଯାହା ଶୀଘ୍ର ବ୍ୟବହାର ପାଇଁ ଉପଯୁକ୍ତ ହେବ । ଏଥି ମଧ୍ୟରୁ ଗୋଟିଏ ହେଉଛି ଏକ୍ସପିରିୟନ୍ସ ନୋଟିଫିକେଶନ । ଏହି ଫିଚର୍ ବର୍ତ୍ତମାନ ଆଣ୍ଡ୍ରଏଡ୍ ବିଟା ଭର୍ସନରେ ପରୀକ୍ଷା କରାଯାଉଛି ।iOS ରେ ପୂର୍ବରୁ ଏକ୍ସପିରିୟନ୍ସ ନୋଟିଫିକେଶନ ପରିଚାଳନା କରିବା ଫିଚର ପୂର୍ବରୁ ଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏହାକୁ ଆଣ୍ଡ୍ରଏଡ୍ ପାଇଁ ମଧ୍ୟ ରୋଲ୍ ଆଉଟ କରୁଛି ।

ଏହି ଫିଚର୍ ସହିତ ଜଡିତ ଏକ ସ୍କ୍ରିନସଟ୍ ଅନୁଯାୟୀ, କମ୍ପାନୀ ଏହାକୁ ଅପଡେଟ୍ ରେ ଆଣ୍ଡ୍ରଏଡ୍ ଡିଭାଇସ୍ ସହିତ ରିଲିଜ କରିଦେବା । ଏହି ଫିଚର ଆସିବା ପରେ , ଉପଭୋକ୍ତାମାନେ ବ୍ୟକ୍ତିଗତ ତଥା ଗ୍ରୁପ ମେସେଜ ପାଇଁ ଏକ୍ସପିରିୟନ୍ସ ନୋଟିଫିକେଶନ ପରିଚାଳନା କରିବାରେ ସକ୍ଷମ ହେବେ । ଏହି ଫିଚର୍ କେବେ ରୋଲ ଆଉଟ୍ ହେବ ସେନେଇ କମ୍ପାନୀ ପକ୍ଷରୁ କୌଣସି ଅଫିସିଆଲ୍ ସୂଚନା ଦିଆଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.