ଖୁବ ଶୀଘ୍ର ହ୍ୱାଟ୍ସଆପ୍ ଡ୍ରାଇଭ୍ ବ୍ୟାକଅପ୍ ବିନା ନୂଆ ଫୋନକୁ ଚାଟ୍ ଟ୍ରାନ୍ସଫର କରିବ, ଜାଣନ୍ତୁ କେମିତି

ନୂଆ ଫୋନରେ ହ୍ୱାଟ୍ସଆପ୍ ଚାଟ୍ ଟ୍ରାନ୍ସଫର କରିବା ପ୍ରୋସେସ ଖୁବ ସହଜ କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରଥମେ କ୍ଲାଉଡ୍ ରେ ବ୍ୟାକଅପ୍ କରିବା ଏବଂ ପରେ ନୂଆ ଡିଭାଇସରେ ରିଷ୍ଟୋର କରିବାକୁ ପଡିଥାଏ । ବର୍ତ୍ତମାନ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ସେହି ସିଷ୍ଟମକୁ ପରିବର୍ତ୍ତନ କରିବାକୁ ଯାଉଛି ଏବଂ ପୁରୁଣା ଫୋନରୁ ନୂଆ ଫୋନ ଵ୍ୟାକଅପ ପ୍ରୋସେସକୁ ସହଜ କରିବାକୁ ଚାହୁଁଛି ।

ନୂଆ ଅପଡେଟଗୁଡିକ ସୂଚିତ କରେ ଯେ ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର QR କୋଡ୍ ବ୍ୟବହାର କରିବ ଯାହା ଆପଣଙ୍କୁ ଚାଟ୍ ଏବଂ ଅନ୍ୟାନ୍ୟ କଣ୍ଟେଣ୍ଟକୁ ଏକ ନୂଆ ଡିଭାଇସକୁ ଟ୍ରାନ୍ସଫର କରିବାରେ ସାହାଯ୍ୟ କରିବ ଯାହାର ଅର୍ଥ ହେଉଛି ଆପଣ ଡ୍ରାଇଭ୍ ଆକାଉଣ୍ଟରେ ଚାଟ୍ ଗୁଡ଼ିକୁ storing / savings କରିବାକୁ ସକ୍ଷମ ହେବେ ।

ତେବେ ଆସନ୍ତୁ ଜାଣିବା, ଡିଭାଇସ୍ ମଧ୍ୟରେ ଚାଟ୍ ଟ୍ରାନ୍ସଫର କରିବାରେ ସାହାଯ୍ୟ କରିବାକୁ ହ୍ୱାଟ୍ସଆପ୍ QR କୋଡ୍ କିପରି ବ୍ୟବହାର କରିବାକୁ ଯାଉଛି । WaBetaInfo ଦ୍ୱାରା ସେୟାର ହୋଇଥିବା ଡିଟେଲ୍ସଗୁଡିକ ଦାବି କରେ ଯେ ଯେତେବେଳେ ଆପଣ ଏକ ନୂତନ ଫୋନ୍ କୁ ଯାଇ ହ୍ୱାଟ୍ସଆପ୍ ଡାଉନଲୋଡ୍ କରନ୍ତି, ମେସେଜିଂ ଆପ୍ ହ୍ଵାଟ୍ସଆପ ସେହି ଡିଭାଇସ୍ ପାଇଁ ଏକ ନୂତନ QR କୋଡ୍ ସୃଷ୍ଟି କରିବ ଯାହାକି ଆପଣଙ୍କର ଚାଟ୍ ଏବଂ ଡାଟା history କୁ ନେଇ ଗଠିତ ।

ଚାଟ୍ ଟ୍ରାନ୍ସଫର ଆରମ୍ଭ କରିବାକୁ ଜଣେ ଏହି QR କୋଡ୍ ଉପରେ ହ୍ୱାଟ୍ସଆପ୍ କୁ ସୂଚାଇବାକୁ ପଡିବ । ଆଣ୍ଡ୍ରଏଡ୍ ବିଟା ଭର୍ସନ 2.24.9.19 ସହିତ ବିକାଶ ପର୍ଯ୍ୟାୟରେ ଏହି ଫିଚର ଦେଖିବାକୁ ମିଳିଛି ଯାହା ଶୀଘ୍ର ବିଟା ଟେଷ୍ଟର୍ସଙ୍କ ପାଇଁ ଉପଲବ୍ଧ ହେବ । ଏହି ନୂଆ ପ୍ରୋସେସ ନିଶ୍ଚିତ ଭାବରେ ଲୋକଙ୍କୁ ସାହାଯ୍ୟ କରିବ ଯେଉଁମାନେ ଗୁଗୁଲ୍ ଡ୍ରାଇଭ୍ ପାଇଁ ପେମେଣ୍ଟ ଦେବାକୁ ଚାହୁଁନାହାଁନ୍ତି ।

ଯେହେତୁ ଆଜିକାଲି ହ୍ୱାଟ୍ସଆପ୍ ବ୍ୟାକଅପ୍ ଷ୍ଟୋରେଜ୍ ସେମାନଙ୍କ କ୍ଲାଉଡ୍ ସ୍ପେସ୍ ସହିତ କାଉଣ୍ଟ ହେଉଛି । QR କୋଡ୍ ମାଧ୍ୟମରେ ଚାଟ୍ କିପରି କାର୍ଯ୍ୟ କରିବ ତାହା ଏପର୍ଯ୍ୟନ୍ତ ସଠିକ ଭାବେ ଜଣାପଡ଼ିନାହିଁ । କିନ୍ତୁ ଏହା ନିଶ୍ଚିତ ଯେ ଉଭୟ ଡିଭାଇସ୍ କନେକ୍ଟ ହେବା ସମାନ ୱାଇ-ଫାଇ ନେଟୱାର୍କ ଆବଶ୍ୟକ, କିନ୍ତୁ ସେଗୁଡିକ ମଧ୍ୟ ପ୍ଲଗ୍ ଇନ୍ ହେବା ଆବଶ୍ୟକ ଏବଂ ଏହି ନୂଆ ପ୍ରୋସେସ ସହିତ ଚାଟ୍ ଟ୍ରାନ୍ସଫର ମଧ୍ୟ ଶୀଘ୍ର ହେବ ।

You might also like