ହ୍ଵାଟ୍ସଆପରେ ଆସିଲା କମାଲ ଫିଚର୍ସ, ଏଣିକି ଫୋନ୍‌ ବନ୍ଦ ଥିଲେ ବି କରିପାରିବେ ମେସେଜ୍‌

ହ୍ଵାଟ୍ସଆପ୍‌ ଆଣିଲା ବଢ଼ିଆ ଫିଚର। ହଁ ନିଜର ୟୁଜର୍ସଙ୍କୁ ଖାସ୍‌ ଅନୁଭବ କରିବା ପାଇଁ ହ୍ଵାଟ୍ସଆପ୍‌ ଆଣିଲା ନୂଆ ଫିଚର। ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ଆପ୍‌ ହ୍ଵାଟ୍ସଆପ୍‌ ଲଗାତର ନିଜର ୟୁଜର୍ସଙ୍କୁ ନୂଆ ନୂଆ ସୁବିଧା ଦେଉଛି। ଏବେ ହ୍ଵାଟ୍ସଆପ୍‌ ଏକ ନୂଆ ସୁବିଧା ଘୋଷଣା କରି ନିଜର ନୂଆ WhatsApp Windows Native Appକୁ ଲଞ୍ଚ୍‌ କରିଛି। ବର୍ତ୍ତମାନ ଆପଣ କେବଳ ହ୍ଵାଟ୍ସଆପ୍‌ ୱେବ ସାହାଯ୍ୟରେ ଲାପଟପରେ ହ୍ଵାଟ୍ସଆପ୍‌ ୟୁଜ୍‌ କରିପାରୁଥିଲେ। କିନ୍ତୁ ଏବେ ଆପଣ ଏହି ଆପ୍‌ ସାହାଯ୍ୟରେ ଲାପଟପରେ ହ୍ଵାଟ୍ସଆପର ବ୍ୟବହାର କରିପାରିବେ।

Windows Native Appର ଅଫିସିଆଲ ଭାବେ ଘୋଷଣା କରି, ହ୍ଵାଟ୍ସଆପ୍‌ ଜଣାଇଛି ଯେ ଏହି ଆପରେ ବିଶ୍ୱସନୀୟତା ଏବଂ ସ୍ପିଡ ଉଭୟକୁ ବୃଦ୍ଧି କରାଯିବ। ୟୁଜର୍ସ ନିଜ ଫୋନ୍‌ ଅଫଲାଇନ୍‌ ହେବା ପରେ ମଧ୍ୟ ଓ୍ଵିଣ୍ଡୋଜ୍‌ ଏବଂ ମ୍ୟାକ ଲାପଟପରେ ହ୍ଵାଟ୍ସଆପ ନୋଟିଫିକେସନ ଏବଂ ମେସେଜର ବ୍ୟବହାର କରିପାରିବେ। କମ୍ପାନୀ କହିଛି ଯେ ଏହି ଆପକୁ ୟୁଜର୍ସଙ୍କ ଫୋନକୁ କ୍ୟୁଆର କୋଡରୁ ସ୍କାନ କରି ଲଗ-ଇନ୍‌ କରାଯାଇପାରିବ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ପର୍ଯ୍ୟନ୍ତ ହ୍ଵାଟ୍ସଆପର ଏହି Windows Native App ମ୍ୟାକ୍‌ ପାଇଁ ହିଁ ଡେଭଲପମେଣ୍ଟ ଫେଜରେ ରହିଛି। ଏହାର ବିଟା ଭର୍ସନକୁ ହିଁ ଉପଲବ୍ଧ କରାଯାଇଛି। ଯଦିଓ ଏହି ଆପକୁ ଓ୍ଵିଣ୍ଡୋଜ୍‌ ପାଇଁ ଉପଲବ୍ଧ କରିଦିଆଯାଇଛି। କୁ ମାଇକ୍ରୋସଫ୍ଟ ଆପ୍‌ ଷ୍ଟୋରରୁ ଆପଣ ଡାଉନଲୋଡ୍‌ କରିପାରିବେ।

ଏପରି ହେବ କନେକ୍ଟ

ଓ୍ଵିଣ୍ଡୋଜ୍‌ ଏବଂ ମ୍ୟାକ୍‌ ଲାପଟପରେ ହ୍ଵାଟ୍ସଆପ ନେଟିଭ୍‌ ଆପ ଲଗଇନ୍‌ କରି ଆପଣଙ୍କୁ ନିଜ ଫୋନର ହ୍ଵାଟ୍ସଆପକୁ ଓପନ କରିବାକୁ ହେବ, ଏହାପରେ ଆଇ ବଟନ ଉପରେ ଟ୍ୟାପ୍‌ କରି ଲିଙ୍କଡ ଡିଭାଇସ ଅପ୍ସନକୁ ଯିବାକୁ ହେବ। ଏହାପରେ ଏଠାରୁ ଓ୍ଵିଣ୍ଡୋଜ୍‌ ଏବଂ ମ୍ୟାକ୍‌ ଲାପଟପର ହ୍ଵାଟ୍ସଆପ୍‌ ନେଟିଭ୍‌ ଆପର କ୍ୟୁଆର କୋଡକୁ ଫୋନରେ ସ୍କାନ୍‌ କରିବାର ଅପ୍ସନ୍‌ ଆସିଥାଏ। ସ୍କାନ୍‌ ହେବା ପରେ ହିଁ ଆପଣ ଓ୍ଵିଣ୍ଡୋଜ୍‌ ଏବଂ ମ୍ୟାକ୍‌ ଲାପଟପର ହ୍ଵାଟ୍ସଆପ୍‌ ନୋଟିଫିକେସନ ଏବଂ ମେସେଜର ବ୍ୟବହାର କରିପାରିବେ। ଏହାପରେ ଆପଣଙ୍କ ଫୋନ୍‌ ଅଫଲାଇନ୍‌ ହେଲେ ମଧ୍ୟ ଆପଣ ଲାପଟପରେ ହ୍ଵାଟ୍ସଆପର ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.