ହ୍ଵାଟ୍ସଆପରେ ଆସିଲା ବଡ ଅପଡେଟ, ପେନ୍‌ ଡ୍ରାଇଭରେ ମଧ୍ୟ ନେଇପାରିବେ ଚାଟର ବ୍ୟାକଅପ୍‌

ହ୍ଵାଟ୍ସଆପ୍‌ ଚାଟ ବ୍ୟାକଅପ୍‌ ଏବଂ ଷ୍ଟୋରେଜକୁ ନେଇ ଲମ୍ବା ସମୟ ଧରି ବିବାଦ ଚାଲୁଛି। କିଏ କ୍ଲାଉଡ ବ୍ୟାକଅପ୍‌ ସହିତ ଖୁସି ଅଛି ତ ଆଉ କିଏ ବିନା ବ୍ୟାକଅପରେ ମସ୍ତ୍‍। କିନ୍ତୁ ହ୍ଵାଟ୍ସଆପ, ଚାଟ୍‌ ବ୍ୟାକଅପକୁ ନେଇ ଲମ୍ବା ସମୟରୁ କାମ କରୁଛି। ପୂର୍ବରୁ ହ୍ଵାଟ୍ସଆପ୍‌ ଚାଟର ବ୍ୟାକଅପ୍‌ କେବଳ ହ୍ଵାଟ୍ସଆପର ସର୍ଭରରେ ଥିଲା, ଯାହାକୁ ପରେ ଗୁଗଲ ଡ୍ରାଇଭ ସହିତ ମଧ୍ୟ ଯୋଡା ଗଲା ଏବଂ ଏବେ ଖବର ଆସୁଛି ଯେ ହ୍ଵାଟ୍ସଆପ ଚାଟ୍‌ ବ୍ୟାକଅପ ପାଇଁ ଲୋକାଲ ଡ୍ରାଇଭର ମଧ୍ୟ ସୁବିଧା ଦେବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛି।

ରିପୋର୍ଟ ମୁତାବକ ହ୍ଵାଟ୍ସଆପ ୟୁଜର୍ସ ନିଜ ଚାଟକୁ ଗୁଗଲ ଡ୍ରାଇଭ ଠାରୁ ବ୍ୟାକଅପ୍‌ ନେଇ କୌଣସି ପେନଡ୍ରାଇଭ କିମ୍ବା ନିଜ ଲାପଟପରେ ସେଭ୍‌ କରିପାରିବେ। ହ୍ଵାଟ୍ସଆପର ଏହି ଆଗାମୀ ଫିଚର ବିଷୟରେWABetaInfo ସୂଚନା ଦେଇଛି। ଏହି ଲୋକାଲ ବ୍ୟାକଅପରେ ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଫାଇଲ ବ୍ୟତୀତ ଟେକ୍ସଟ ମେସେଜ ମଧ୍ୟ ରହିଥିବ।

ହ୍ଵାଟ୍ସଆପର ଏହି ନୂଆ ଫିଚର ଆଣ୍ଡ୍ରଏଡର ବିଟା ଭର୍ସନ 2.22.20.10ରେ ଦେଖାଯିବ। ଏହି ବିଟା ଭର୍ସନ ଗୁଗଲ ପ୍ଲେ-ଷ୍ଟୋରରେ ମଧ୍ୟ ଉପଲବ୍ଧ କରିଦିଆଯାଇଛି। ନୂଆ ଫିଚରର ଏକ ସ୍କ୍ରୀନସଟ ମଧ୍ୟ ସେୟାର କରାଯାଇଛି। ତେବେ ଆପଣଙ୍କଚ ଜଣାଇବାକୁ ଚାହିଁବୁ ଯେ ଏହି ଫିଚର ହାଇ-ସ୍ପିଡ ଇଣ୍ଟରନେଟ ସହିତ କାମ କରିବ। ଯଦିଓ ଚାଟର ଲୋକାଲ ବ୍ୟାକଅପ୍‌ ପାଇଁ କୌଣସି ସୁବିଧା ନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଉ ଏକ ନୂଆ ଅପଡେଟ ଉପରେ କାମ କରୁଛି ହ୍ଵାଟ୍ସଆପ୍‌। ଆଉ ବହୁତ ଜଲଦି ହିଁ ମେନ୍‌ ଆପର ଇଣ୍ଟରଫେସରେ କ୍ୟାମେରା ସର୍ଟକଟ ଦେବାର ପ୍ରସ୍ତୁତି କରୁଛି। ହ୍ଵାଟ୍ସଆପର ନୂଆ ଅପଡେଟ ପରେ ଆଣ୍ଡ୍ରଏଡ ଫୋନର କ୍ୟାମେରାର ସର୍ଟକଟର ଉପର ଆଡକୁ ଥିବା ସର୍ଚ୍ଚ ବାରରେ ମିଳିଯିବ। ଆଣ୍ଡ୍ରଏଡର ବିଟା ଭର୍ସନରେ ଏହାର ଟେଷ୍ଟିଙ୍ଗ ହେଉଛି। ଏମିତିରେ ଏହା କହିବା ବହୁତ ମୁସକିଲ ଯେ କେବେ ଏହାର ଫାଇନାଲ ଅପଡେଟ ଜାରି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.