ସ୍ମାର୍ଟଫୋନ ୟୁଜରଙ୍କ ପାଇଁ ଖୁସି ଖବର, ହ୍ଵାଟସ୍ ଆପ୍‌ରେ ଲଞ୍ଚ ହେବ ନୂଆ ଡିଫଲ୍ଟ ଥିମ୍ ଫିଚର

ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଇଁ ହ୍ଵାଟସ୍‌ ଆପ ସବୁ ଠାରୁ ଅଧିକ ବ୍ୟବହାର କରାଯାଉଥିବା ଆପ୍‌ । ବିଶ୍ୱର ୨ ବିଲିୟନରୁ ଅଧିକ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ହ୍ଵାଟସ୍ ଆପ୍ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଲଞ୍ଚ କରୁଛି । ଏବେ ଏମିତି ଏକ ନୂଆ ଫିଚର ଲଞ୍ଚ କରାଯାଇଛି, ଯାହା ଆପଣଙ୍କ ପାଇଁ ବେଷ୍ଟ ହେବ । ତେବେ ପୂର୍ବରୁ ମଧ୍ୟ ହ୍ଵାଟସ୍‌ ଆପ ବିଭିନ୍ନ ପ୍ରକାରର ଫିଚର ଲଞ୍ଚ କରିଛି । କିନ୍ତୁ ଏବେ ଏହି ଫିଚରଟି ଲୋକଙ୍କ ପାଇଁ ବହୁତ ଭଲ ଉପଯୋଗୀ ହେବ । ତାହେଲେ ଆସନ୍ତୁ ସେହି ନୂଆ ଆପ୍‌ ବିଷୟରେ ଜାଣିବା ।

କମ୍ପାନୀ କିଛି ସମୟ ପୂର୍ବରୁ ଆପରେ କ୍ରସ୍ ମ୍ୟାସେଜିଂ ଫିଚର ଯୋଡିଛି । ବର୍ତ୍ତମାନ କମ୍ପାନୀ ଅନ୍ୟ ଏକ ଫିଚର ଉପରେ କାମ କରୁଛି, ଯାହାକୁ ୟୁଜରମାନେ ବହୁତ ସମୟ ହେବ ଅପେକ୍ଷା କରିଥିଲେ । ତେବେ ଡିଫଲ୍ଟ ଚାଟ୍ ଥିମ୍ ଫିଚରରେ କମ୍ପାନୀ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଏହି ନୂଆ ଫିଚର ଆସିବା ପରେ, ୟୁଜର ଏହାର ଥିମ୍ ପରିବର୍ତ୍ତନ କରିବାକୁ ସକ୍ଷମ ହେବେ ।

ଏହା ବ୍ୟତୀତ ହ୍ଵାଟସ୍‌ ଆପ ଚାଟ୍ ମ୍ୟାସେଜ୍ ବବଲ୍ ସହିତ ଜଡିତ ଅନ୍ୟ ଏକ ଫିଚର ଉପରେ କାମ କରୁଛି । ହ୍ଵାଟସ୍‌ ଆପର ଏହି ଫିଚରରେ ବେଷ୍ଟ ଜିନିଷ ଦେଖିବାକୁ ମିଳିବ । ଆଣ୍ଡ୍ରଏଡ୍ ୟୁଜରମାନେ ହ୍ଵାଟସ୍‌ ଆପରେ ଏହି ନୂଆ ଫିଚର ଶୀଘ୍ର ପାଇବାର ସମ୍ଭାବନା ଅଛି । WABetaInfo ର ନୂଆ ରିପୋର୍ଟ ଅନୁଯାୟୀ, ଏହି ଚାଟ୍ ଡିଫଲ୍ଟ ଥିମ୍ ଫିଚର ଆଣ୍ଡ୍ରଏଡ୍ର ବେଷ୍ଟ ବିଟା ବର୍ଜନ ୨,୨୪,୧୭,୧୯ ରେ ଦେଖିବାକୁ ମିଳିବ । କିଛି ସମୟ ପୂର୍ବରୁ, ହ୍ଵାଟସ୍‌ ଆପରେ ଏହି ଫିଚର ଆଇଓଏସର ବିଟା ବର୍ଜନକୁ ମଧ୍ୟ ଅଣାଯାଇଥିଲା ।

WABetaInfo ଦ୍ୱାରା ସେୟାର ହୋଇଥିବା ସ୍କ୍ରିନସଟ୍ ଅନୁଯାୟୀ, ୟୁଜରମାନେ ବର୍ତ୍ତମାନ ଆପରେ ଚାଟ୍ ଥିମ୍ ସେଟିଂରେ ଏକ ନୂଆ ଫିଚର ପାଇବାକୁ ଯାଉଛନ୍ତି । ଯେଉଁଥିରେ ୟୁଜରମାନଙ୍କୁ ଦିଆଯାଇଥିବା କଲର ମଧ୍ୟରୁ ଗୋଟିଏ ବାଛିବା ପାଇଁ ଅପ୍‌ସନ୍‌ ରହିବ । ଏହା ପରେ, ୟୁଜରମାନଙ୍କ ମ୍ୟାସେଜ୍ ବବଲର କଲର ସହିତ, ଆପର ଡିଫଲ୍ଟ ଥିମ୍ ମଧ୍ୟ ପରିବର୍ତ୍ତନ ହୋଇପାରିବ । କିନ୍ତୁ ସ୍କ୍ରିନ୍ ସଟ୍‌ରେ ଆପର କୌଣସି କଲର ଦେଖିବାକୁ ମିଳିନାହିଁ ।

ହ୍ଵାଟସ୍‌ ଆପରେ ଏହି ନୂଆ ଫିଚର ଆଣିବା ପାଇଁ ଅର୍ଥାତ୍ ପରବର୍ତ୍ତୀ ସମୟରେ ଏହା ପରୀକ୍ଷା ପାଇଁ ଅଧିକ ବିଟା ୟୁଜରଙ୍କୁ ଦିଆଯିବ । ଏହି ଫିଚର ଆପ୍ ସହିତ ମ୍ୟାସେଜ୍ ବବଲର କଲର ପରିବର୍ତ୍ତନ କରିବ । ହ୍ଵାଟସ୍‌ ଆପରେ ଏହି ଡିଫଲ୍ଟ ଥିମ୍ ଫିଚର ମେଟାର ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମ୍ୟାସେଞ୍ଜର ଏବଂ ଇନଷ୍ଟାଗ୍ରାମ ପରି କାମ କରିବ । ଯେଉଁଥିରେ ୟୁଜରମାନେ ପ୍ରତ୍ୟେକ ଚାଟ୍‌ ପାଇଁ ଡିଫଲ୍ଟ ଥିମ୍ ଏବଂ ମ୍ୟାସେଜ୍ ବବଲ୍ ଅପ୍‌ସନ୍‌ ପାଇପାରିବେ । ତେବେ, ବର୍ତ୍ତମାନ ସମୟରେ ହ୍ଵାଟସ୍‌ ଆପରେ ଏହି ନୂଆ ଫିଚର ବିଷୟରେ ଅଧିକ କିଛି କୁହାଯାଇପାରିବ ନାହିଁ । ଏହା ବିଷୟରେ ଅଧିକ ସୂଚନା ଏହାର ରୋଲ ଆଉଟ୍ ପରେ ହିଁ ଉପଲବ୍ଧ ହେବ ।