ସ୍ମାର୍ଟଫୋନ ୟୁଜରଙ୍କ ପାଇଁ ଖୁସି ଖବର, ହ୍ଵାଟସ୍ ଆପ୍ରେ ଲଞ୍ଚ ହେବ ନୂଆ ଟ୍ରାନ୍ସଲେଟର ଫିଚର

ବର୍ତ୍ତମାନ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ସ୍ମାର୍ଟଫୋନ୍ରେ ଲୋକମାନେ ବିଭିନ୍ନ ପ୍ରକାରର ଆପ୍ ବ୍ୟବହାର କରୁଛନ୍ତି । ତାମଧ୍ୟରେ ହ୍ଵାଟସ୍ ଆପ ଅଧିକ ବ୍ୟବହାର କରାଯାଉଥିବା ଏକ ଆପ୍ । ବିଶ୍ୱର ପ୍ରାୟ ୨.୪ ବିଲିୟନ ଲୋକ ନିଜ ଫୋନରେ ହ୍ଵାଟସ୍ ଆପ ବ୍ୟବହାର କରନ୍ତି । ଏଥିରୁ ଆମେ ଆମ ଆବଶ୍ୟକତା ପୂରଣ କରିଥାଉ । ହ୍ଵାଟସ୍ ଆପ୍ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଲଞ୍ଚ କରୁଛି । ଏବେ ଏମିତି ଏକ ନୂଆ ଫିଚର ଲଞ୍ଚ କରାଯାଇଛି, ଯାହା ଆପଣଙ୍କ ପାଇଁ ବେଷ୍ଟ ହେବ । କମ୍ପାନୀ ହ୍ଵାଟସ୍ ଆପ୍ ୟୁଜରଙ୍କ ପାଇଁ ଏକ ବେଷ୍ଟ ଫିଚର ଲଞ୍ଚ କରିବାକୁ ଯାଉଛି । ହ୍ଵାଟସ୍ ଆପ୍ରେ ଟ୍ରାନ୍ସଲେଟର ନାମକ ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି । ଏହି ଫିଚରରେ ୟୁଜରମାନେ ଲାଇଭ୍ ଟ୍ରାନ୍ସଲେଟର ସୁବିଧା ପାଇପାରିବେ ।
ୱାବେଟାନଫୋ ଏକ ଲୋକପ୍ରିୟ ୱେବସାଇଟ୍ ଯାହା ହ୍ଵାଟସ୍ ଆପ୍ର ଅପଡେଟ୍ ଏବଂ ଅପ୍କମିଂ ଫିଚର ଉପରେ ସୂଚନା ଦିଏ । ତେବେ ୱେବସାଇଟ୍ ସୂଚନା ଅନୁଯାୟୀ, ଆଣ୍ଡ୍ରଏଡ୍ ୨, ୨୪, ୧୫, ୯ ଅପଡେଟ୍ ପାଇଁ ହ୍ଵାଟସ୍ ଆପ୍ରେ ଏହି ଫିଚର ଦେଖିବାକୁ ମିଳିବ । ଏପରି ଭାବେ ହ୍ଵାଟସ୍ ଆପ୍ରେ ଆସୁଥିବା ସମସ୍ତ ମ୍ୟାସେଜକୁ ଆପଣ ଟ୍ରାନ୍ସଲେଟ୍ କରିପାରିବେ । ଅପ୍ମକିଂ ଫିଚର ସମ୍ବନ୍ଧରେ ୱାବେଟାନଫୋ ଦ୍ୱାରା ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରାଯାଇଛି । ଏଥିରେ ଦେଖାଯାଇଛି ଯେ କିପରି ଆପଣ ହ୍ଵାଟସ୍ ଆପ୍ରେ ଟ୍ରାନ୍ସଲେଟ୍ କରିପାରିବେ । ଏହା ବ୍ୟତୀତ ଏଥିରେ ଏକ ଟୋଗଲ୍ ଦିଆଯିବ, ଯାହା ସାହାଯ୍ୟରେ ଆପଣ ହ୍ଵାଟସ୍ ଆପ୍ର ଚାଟିଂ ଟ୍ରାନ୍ସଲେଟ୍ କରିପାରିବେ ।
ହ୍ଵାଟସ୍ ଆପ୍ରେ ଟ୍ରାନ୍ସଲେଟର ଫିଚରରେ କେବଳ ହିନ୍ଦୀରୁ ଇଂରାଜୀ କିମ୍ବା ଇଂରାଜୀରୁ ହିନ୍ଦୀକୁ ନୁହେଁ ବରଂ ଅନ୍ୟାନ୍ୟ ଭାଷାରେ ମଧ୍ୟ ଟ୍ରାନ୍ସଲେଟ୍ କରାଯାଇପାରିବ । ବର୍ତ୍ତମାନ ଏହି ଫିଚରରେ ଆରବୀ, ସ୍ପାନିଶ୍, ପର୍ତ୍ତୁଗୀଜ୍, ହିନ୍ଦୀ, ରୁଷ ସହିତ ଅନେକ ଭାଷା ସାମିଲା ରହିଛି । ଭବିଷ୍ୟତରେ ଏହି ଫିଚରରେ କମ୍ପାନୀ ଅନ୍ୟାନ୍ୟ ଅନେକ ଭାଷା ମଧ୍ୟ ଯୋଡିପାରେ ।