ହ୍ଵାଟସ୍ ଆପର ଦମଦାର ପ୍ରାଇଭେସୀ ଫିଚର, ବ୍ଲକ୍‌ ନକରି ମଧ୍ୟ ଲୁଚାଇ ପାରିବେ DP

ହ୍ଵାଟସ୍ ଆପ୍ ଲଗାତାର ଭାବରେ ନିଜ ୟୁଜରମାନଙ୍କ ପାଇଁ ନୂଆ ଫିଚର ଆଣୁଛି । ମେଟାର ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମର ଅନେକ ଫିଚର ଅଛି ଯାହାକୁ ଅନେକ ୟୁଜର ବ୍ୟବହାର କରନ୍ତି ନାହିଁ । ଏହି ଫିଚରଗୁଡିକ ଅତ୍ୟନ୍ତ ଉପଯୋଗୀ ଏବଂ ଆପଣଙ୍କର ଅନେକ କାର୍ଯ୍ୟକୁ ସହଜ କରିଥାଏ । ସେହିପରି ହ୍ଵାଟସ ଆପରେ ଏକ ଫିଚର ଅଛି, ଯାହାକୁ ବ୍ୟବହାର କରି ଆପଣ ନିଜ ପ୍ରୋଫାଇଲ୍ ଫଟୋକୁ ଅନ୍ୟମାନଙ୍କୁ ବ୍ଲକ୍‌ ନକରି ମଧ୍ୟ ହାଇଡ୍‌ କରିପାରିବେ ।

ସାଧାରଣତଃ ଯଦି ଆପଣ ନିଜ ପ୍ରୋଫାଇଲ୍ ଫଟୋକୁ ନିର୍ଦ୍ଦିଷ୍ଟ କଣ୍ଟାକ୍ଟକୁ ଦେଖାଇବାକୁ ଚାହୁଁନାହାଁନ୍ତି ତେବେ ଆପଣଙ୍କୁ ସେହି କଣ୍ଟାକ୍ଟକୁ ବ୍ଲକ୍‌ କରିବାକୁ ହୋଇଥାଏ । କିନ୍ତୁ ଏବେ ଆପଣ କଣ୍ଟାକ୍ଟ ବ୍ଲକ୍‌ ନକରି ମଧ୍ୟ ନିଜ ପ୍ରୋଫାଇଲ୍ ଫଟୋ କିମ୍ବା DPକୁ ଲୁଚାଇ ପାରିବେ । ଏହା କରିବା ଅତି ସହଜ । ଏହି ଆଶ୍ଚର୍ଯ୍ୟଜନକ ଫିଚର ବିଷୟରେ ଆସନ୍ତୁ ଜାଣିବା ।

କେମିତି ଲୁଚାଇବେ DP :

୧.ସର୍ବପ୍ରଥମେ ଆପଣ ନିଜ ସ୍ମାର୍ଟଫୋନରେ ହ୍ଵାଟସ୍ ଆପ୍ ଖୋଲନ୍ତୁ ।
୨. ଆପ୍ ଖୋଲିବା ପରେ ଆପଣ ଉପରେ ଥିବା ତିନୋଟି ବିନ୍ଦୁ ଉପରେ ଟ୍ୟାପ୍ କରନ୍ତୁ କିମ୍ବା ଏହାକୁ କ୍ଲିକ୍ କରନ୍ତୁ ।
୩. ପରେ ଆପଣଙ୍କୁ ଦିଆଯାଇଥିବା ଅପ୍ସନଗୁଡ଼ିକରୁ ସେଟିଂ ଉପରେ ଟ୍ୟାପ୍ କରନ୍ତୁ ।
୪. ପରବର୍ତ୍ତୀ ପେଜରେ ଆପଣଙ୍କୁ ପ୍ରାଇଭେସୀର ଅପ୍ସନ ମିଳିବ ।
୫. ଏଠାରେ ଆପଣ ପ୍ରୋଫାଇଲ୍ ଫଟୋ ଉପରେ ଟ୍ୟାପ୍ କରନ୍ତୁ ।
୬. ଏହା ପରେ ଆପଣ ଚାରୋଟି ଅପ୍ସନ ପାଇବେ । ମନପସନ୍ଦର ଅପ୍ସନ ବାଛିବା ଦ୍ୱାରା ଆପଣ ନିଜ ପ୍ରୋଫାଇଲ ଫଟୋକୁ ଲୁଚାଇପାରିବେ ।
ଏହି ଉପାୟରେ ଆପଣ କାହାକୁ ବ୍ଲକ୍‌ ନକରି ଆପଣଙ୍କର DPକୁ ଲୁଚାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.