ଆପଣଙ୍କ ଆଧାର କାର୍ଡ କେଉଁ କେଉଁ ଜାଗାରେ ହୋଇଛି ବ୍ୟବହାର, ତୁରନ୍ତ ଏପରି କରନ୍ତୁ ପତ୍ତା

ଆଧାର କାର୍ଡକୁ ଏବେ ସମସ୍ତ କାମ ପାଇଁ ବାଧ୍ୟତାମୂୂଳକ କରିଦିଆଯାଇଛି। ଏହି କାର୍ଡ ଏବେ ଏତେ ଜରୁରୀ ହୋଇଗଲାଣି ଯେ ଏହା ବିନ ଏବେ ସବୁ ଗୁରୁତ୍ୱପୂର୍ଣ୍ଣ କାମ ଅସମ୍ଭବ। ଆଧାର କାର୍ଡ ହେବା ଠାରୁ ଏହାର ଅପଡେଟକୁ ନେଇ ଅନେକ ସମସ୍ୟା ଦେଖାଯାଉଥିଲା। ଆଧାରରେ ୧୨ ଅଙ୍କର ଏକ ୟୁନିକ ନମ୍ବର ଦିଆଯାଇଥାଏ। ଆଧାରର ଅପବ୍ୟବହାର ନହେଉ ଏଥିପାଇଁ ମଝିରେ ମଝିରେ ଅନେକ ପ୍ରକାର ପରିବର୍ତ୍ତନ ମଧ୍ୟ ହୋଇଥାଏ। ଅନେକ ଥର ଆଧାରର ବ୍ୟବହାରକୁ ନେଇ ମିଡିଆରେ ମଧ୍ୟ ଖବର ଆସିଥାଏ। ଯାହାପରେ ଲୋକଙ୍କ ମନରେ ଏହାକୁ ନେଇ ସବୁବେଳେ ଭୟ ରହିଥାଏ।ଏହା ଅତି ଆବଶ୍ୟକ ହୋଇଥିବା କାରଣରୁ ଏହାର ଅପବ୍ୟବହାରକୁ ନେଇ ଏବେ ଭୟ ଅଧିକ ରହିଛି। ତେଣୁ ଆଧାର ନମ୍ବର ଜାରି କରୁଥିବା ସଂସ୍ଥା ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟୀ ବା ୟୁଅଇଡିଏଆଇ ନାଗରିକଙ୍କ ପାଇଁ ଏକ ଖାସ୍‌ ସୁବିଧା ଜାରି କରିଛି। ଏହି ସୁବିଧା ଜରିଆରେ କୌଣସି ବି ବ୍ୟକ୍ତି ନିଜର ଆଧାରର ଷ୍ଟାଟସ ବା ହିଷ୍ଟ୍ରୀ ଜାଣିପାରିବେ। ଅର୍ଥାତ୍‌ ଆପଣ ଏହା ଜାଣିପାରିବେ ଯେ ଆପଣଙ୍କ କାର୍ଡ କେଉଁଠି କେଉଁଠି ସବୁ ବ୍ୟବହାର କରାଯାଇଛି। ଏହା ଜାଣିବା ଦ୍ୱାରା ଆପଣ ଅପବ୍ୟବହାରରୁ ରକ୍ଷା ପାଇପାରିବେ।

ଏପରି ଚେକ୍‌ କରନ୍ତୁ ଆଧାର କାର୍ଡ କେଉଁ କେଉଁ ସ୍ଥାନରେ ହୋଇଛି ବ୍ୟବହାର

  • ସର୍ବପ୍ରଥମେ ୟୁଆଇଡିଏଆଇର ଅଫିସିଆଲ େଓ୍ଵବସାଇଟ https://resident.uidai.gov.inକୁ ଯାଆନ୍ତୁ।
  • ହୋମପେଜରେ ଆଧାର ଅଥେଣ୍ଟିକେସନ ହିଷ୍ଟ୍ରୀ ପେଜ୍‌ ପାଇଁ ଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆପଣ ନିଜର ଆଧାର ନମ୍ବର ଏବଂ ସିକ୍ୟୁରିଟୀ କୋଡ ଏଣ୍ଟର କରନ୍ତୁ।
  • ଏବେ ‘Generate OTP’ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଓଟିପି ଏଣ୍ଟର କରନ୍ତୁ ଏବଂ ଟ୍ରାଜାଂକସନ୍‌ ସଂଖ୍ୟା ଏଣ୍ଟର କରନ୍ତୁ।
  • ଏବେ ତାରିଖ, ସମୟ ଏବଂ ଆଧାରର ସମସ୍ତ ପ୍ରମାଣୀକରଣର ସମ୍ପୂର୍ଣ୍ଣ ବିବରଣୀ ହାସଲ କରିପାରିବେ।

ଆଧାର କାର୍ଡର ଅପବ୍ୟହାର ହେଲେ କେଉଁଠି ଅଭିଯୋଗ କରିବେ ଜାଣନ୍ତୁ

ଯଦି ଆପଣଙ୍କୁ ଲାଗିଲା ଯେ ଆପଣଙ୍କ କାର୍ଡର ଦୂରୁଯୋଗ ହୋଇଛି କିମ୍ବା ଅପବ୍ୟହାର ହୋଇଛି ତାହେଲେ ଆପଣଙ୍କୁ ସାବଧାନ୍‌ ରହିବା ବହୁତ ଜରୁରୀ। ଆଧାର କାର୍ଡର ଅପବ୍ୟବହାର ହୋଇଥିଲେ ଆପଣ ତୁରନ୍ତ ୟୁଆଇଡିଏଆଇର ଟ୍ରୋଲ ଫ୍ରି ନମ୍ବର ୧୯୪୭ରେ ସମ୍ପର୍କ କରିପାରିବେ। ଏହାବ୍ୟତୀତ ଇମେଲ [email protected] ମାଧ୍ୟମରେ ବି ସମ୍ପର୍କ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.