ଟେକ୍

ଟେଲିକମ୍ କମ୍ପାନୀର ନିଷ୍ପତ୍ତି: ବନ୍ଦ ହେବ ଭାରତୀୟଙ୍କ ‘ଦ୍ୱିତୀୟ ସିମ୍’, ଜାଣନ୍ତୁ କ‘ଣ ରହିଛି କାରଣ

ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାମାନଙ୍କର ସିମ୍‌ ବନ୍ଦ ହୋଇଯାଇଛି। ବିଶେଷକରି ଏହି ସିମ୍‌ ଗୁଡିକ ହେଉଛି ଦ୍ବିତୀୟ ସିମ୍। ମିଳିଥିବା ସୂଚନା ମୁତାବକ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲର ‘ଦ୍ୱିତୀୟ ସିମ୍’କୁ ଟେଲିକମ୍‌ ଅପରେଟରମାନେ କୌଣସି କାରଣରୁ ବନ୍ଦ କରିଦେଇଛନ୍ତି। ମହଙ୍ଗା ଚାର୍ଜ ହେତୁ ଦ୍ୱିତୀୟ ସିମ୍ କାର୍ଡ ବନ୍ଦ କରିବାକୁ ଏହାର କାରଣ କୁହାଯାଉଛି। ଟେଲିକମ୍ ରେଗୁଲେଟୋରୀ ଏବଂ ଅଥରିଟି ଅଫ୍ ଇଣ୍ଡିଆ ଏପ୍ରିଲ୍ ପାଇଁ ଏହି ସଂଖ୍ୟା ପ୍ରକାଶ କଲାବେଳେ କହିଥିଲା ଯେ ନଭେମ୍ବର ୨୦୧୯ ରେ ଫୋନ୍ କମ୍ପାନୀଗୁଡିକର ଚାର୍ଜ ବୃଦ୍ଧି ହେତୁ ପ୍ରାୟ ୭ ନିୟୁତ ସିମ୍ ବନ୍ଦ ହୋଇଯାଇଥିଲା ଏବଂ ସ୍ମାର୍ଟଫୋନ୍ ମହଙ୍ଗା ପଡିଥିଲା। ଏହି ସମ୍ବନ୍ଧରେ କୁହାଯାଇଛି ଯେ ଲୋକମାନଙ୍କର ଖର୍ଚ୍ଚ କମାଇବା ପାଇଁ ଦ୍ୱିତୀୟ ସିମ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅପରପକ୍ଷେ ଉପଭୋକ୍ତାମାନେ ନିଜ ଆଡୁ ମୋବାଇଲ୍ ଫୋନ୍ ସିମ୍‌ ବନ୍ଦ କରିବା ସମ୍ଭବ ନୁହେଁ। ଅତ୍ୟଧିକ ଟାରିଫ୍‌ ଯୋଗୁ ଗ୍ରାହକ ସବୁ ସିମ୍‌ ଆକ୍ଟିଭ୍‌ କରିବାରେ ସକ୍ଷମତା ପ୍ରକାଶ କରୁଛନ୍ତି। ତେଣୁ ଦ୍ବିତୀୟ ସିମ୍‌ଟିକୁ ସବୁ ସମୟରେ ଆକ୍ଟିଭ୍‌ ରଖିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରିନାହିଁ। ଅତ୍ୟଧିକ ଟାରିଫ୍ ଯୋଗୁଁ ଗ୍ରାହକ ସବୁ ସିମ୍ ଆକ୍ଟିଭ କରିବାରେ କ୍ଷମତା ପ୍ରକାଶ କରୁଛନ୍ତି । ତେଣୁ ଦ୍ୱିତୀୟ ସିମଟିକୁ ସବୁ ସମୟରେ ଆକ୍ଟିଭ ରଖିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରେ ନାହିଁ । ହେଲେ ଆଗକୁ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବାରୁ ଟେଲିକମ୍ ଅପରେଟରଙ୍କ ନଜର ଏବେ ଦ୍ୱିତୀୟ ସିମ ଉପରେ ।

ତେଣୁ ସେମାନେ ମଧ୍ୟ ନିଜର ନେଟୱର୍କରେ ଏତେ ସଂଖ୍ୟାରେ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବାକୁ ଚାହୁଁ ନାହାନ୍ତି। ଯାହାର ଫଳ ହେଉଛି ୭୫ ଲକ୍ଷ ‘ଦ୍ୱିତୀୟ ସିମ୍’ ବନ୍ଦ କରାଯାଇଛି। ତେବେ ରିଚାର୍ଜ ନ କଲେ ସିମ୍‌ ବନ୍ଦ କରିଦେବା ନେଇ କିଛି ଦିନ ହେବ ଗ୍ରାହକମାନେ ଅପରେଟରଙ୍କଠାରୁ ମେସେଜ୍‌ ପାଇଆସୁଥିଲେ। ସେମାନଙ୍କୁ ନମ୍ବର ରିଚାର୍ଜ କରିବାକୁ କହିଥିଲେ ନଚେତ୍ ଏହା ବନ୍ଦ ହୋଇଯିବ ଚେତାବନୀ ଦିଆଯାଉଥିଲା ବୋଲି ଟ୍ରାଇର ରିପୋର୍ଟରୁ ଜଣାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ଟେଲିକମ୍‌ ଇତିହାସରେ ୨୦୧୦ଠାରୁ ଦ୍ବିତୀୟ ସିମ୍‌ ରଖିବାର ଟ୍ରେଣ୍ଡ୍‌ ପ୍ରଚଳିତ ହୋଇଆସୁଥିଲା। ଟ୍ରାଇ ରିପୋର୍ଟ ଅନୁଯାୟୀ, ୧୬.୮ ଲକ୍ଷ ନୂତନ ଗ୍ରାହକ ସହ ଜିଓର ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୪୦.୫ କୋଟିରେ ପହଞ୍ଚିଛି। ଅପରପକ୍ଷେ ଭାରତୀ ଏୟାରଟେଲ ଏପ୍ରିଲରେ ୮.୧ ଲକ୍ଷ ନୂତନ ଗ୍ରାହକଙ୍କୁ ଏହାର ନେଟୱକରେ ଯୋଡିଛି। ଏହାସହିତ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୩୬.୧୧ କୋଟିକୁ ବୃଦ୍ଧି ପାଇଛି। ଏପ୍ରିଲ୍ ୨୦୨୨ ମସିହାରେ ୧୫.୬୮ ଲକ୍ଷ ଗ୍ରାହକ ଭୋଡାଫୋନ୍-ଆଇଡିଆ ଛାଡିବା ଯୋଗୁ କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୨୫.୯ କୋଟିକୁ ଖସିଆସିଛି।

ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକ ୫ଜି ସ୍ପେକ୍ଟମର ନିଲାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେମାନେ ନିଜ ନେଟୱାର୍କରୁ ଅତିରିକ୍ତ ଭାର ହଟାଉଛନ୍ତି । ପୂର୍ବରୁ ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡିକର ରିଚାର୍ଜ ଦର କମ ଥିବାରୁ ଗ୍ରାହକ ଏକାଧିକ ସିମ ରଖିବାକୁ ପସନ୍ଦ କରୁଥିଲେ । ହେଲେ ଏବେ ରିଚାର୍ଜ ଦରରେ ଅହେତୁକ ବୃଦ୍ଧି ହୋଇଛି । ଫଳରେ ଏକାଧିକ ସିମ ରଖିଥିଲେ ବି ଗୋଟିଏ ସିମକୁ ଗ୍ରାହକ ବ୍ୟବହାର କରୁଛନ୍ତି ।

Barsha

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

14 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

46 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

48 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

51 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

57 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago