ମୋବାଇଲ ଚାର୍ଜର କେବଳ କଳା ଓ ଧଳା ରଙ୍ଗର କାହିଁକି ଥାଏ? ଜାଣନ୍ତୁ ଏହା ପଛରେ କାରଣ

ଆପଣ ଦେଖିଥିବେ ଯେ ଆପଣ ତେଣିକି ଯେଉଁ ବି କମ୍ପାନୀର ସ୍ମାର୍ଟଫୋନ୍‌ ୟୁଜ୍‌ କରନ୍ତୁ ନା କାହିଁକି ତାର ଚାର୍ଜର ଧଳା କିମ୍ବା କଳା ରଙ୍ଗର ହିଁ ହୋଇଥାଏ । ତେଣିକି ତାର ଆକାର କେମିତି ନା କାହିଁକି ଥାଉ। ଭାରତୀୟ ବଜାରରେ ଅନେକ ସ୍ମାର୍ଟଫୋନ୍‌ କମ୍ପାନୀ ସମସ୍ତ ଚାର୍ଜରର ଅଲଗା ଅଲଗା ଆକାର, ଓଜନ କିମ୍ବା କାପାସିଟୀ ବନାଉଛନ୍ତି କିନ୍ତୁ ତାର ଗୋଟେ ଜିନିଷ ବହୁତ କମନ୍‌ ରହିଛି ତାହା ହେଉଛି ଚାର୍ଜରର କଲର । କେବେ ମୋବାଇଲ ଚାର୍ଜରକୁ ନେଇ ଆପଣଙ୍କ କିଛି ପ୍ରଶ୍ନ ଆସିଛି ଯେ କାହିଁକି ମୋବାଇଲ ଚାର୍ଜରର ରଙ୍ଗ କେବଳ କଳା କିମ୍ବା ଧଳା ହୋଇଥାଏ? କାହିଁକି ଅନ୍ୟ କୌଣସି ରଙ୍ଗରେ ମିଳି ନଥାଏ ଚାର୍ଜର? ଏହି ପ୍ରଶ୍ନ ଏବଂ ଏହାର ଉତ୍ତରକୁ ନେଇ ଅନେକ ତର୍କ ହୋଇସାରିଛି । କିନ୍ତୁ ଅନେକ ଆଲୋଚନା ଏବଂ ଚିନ୍ତା କରିବା ପରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତୁ ଜାଣିବା କାହିଁକି ମୋବାଇଲର ରଙ୍ଗରେ ପରିବର୍ତ୍ତନ ହୋଇନଥାଏ ।

ଆପଣଙ୍କୁ ହୁଏତ ମନେ ଥିବ କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌ ଚାର୍ଜର କେବଳ କଳା ରଙ୍ଗର ଥିଲା । ଆଉ କେବଳ କଳା ରଙ୍ଗର ହେବା ପଛର କାରଣ ଏହା ହେଉଛି ଅନ୍ୟ ରଙ୍ଗ ତୁଳନାରେ କଳା ରଙ୍ଗ ଅଧିକ ହିଟ ଅବଜର୍ଭ କରିପାରେ । ଏହି ରଙ୍ଗକୁ ଏକ ଆଦର୍ଶ ଉତ୍ସର୍ଜକ ବୋଲି ମଧ୍ୟ କୁହାଯାଇଥାଏ, କାରଣ ଏହି ରଙ୍ଗର ଉତ୍ସର୍ଜକ ମାନ ୧ ହୋଇଥାଏ । ଏହାସହିତ କଳା ଜିନିଷ ଅନ୍ୟ ରଙ୍ଗ ଅପେକ୍ଷା ସାମାନ୍ୟ ଶସ୍ତା ମଧ୍ୟ ହୋଇଥାଏ । ତେଣୁ କିଛି କମ୍ପାନୀ ସେମାନଙ୍କ ଚାର୍ଜରର ରଙ୍ଗ କଳା ହିଁ ରଖିଥାନ୍ତି । ସେହିପରି ଧଳା ରଙ୍ଗର ଚାର୍ଜରରେ ରିଫ୍ଲେକ୍ଟର କ୍ଷମତା କମ ରହିଥାଏ । ବାହାରୁ ଆସୁଥିବା ଗରମକୁ ଭିତରେ ପହଞ୍ଚିବାକୁ ଦେଇ ନଥାଏ ଧଳା ରଙ୍ଗର ଚାର୍ଜର । ଏହାକୁ ନିୟନ୍ତ୍ରଣ କରିବାର କ୍ଷମତା ଥିବାରୁ ଏହାର ରଙ୍ଗ ସ୍ଥିର ରହିଛି ।

ପ୍ରତ୍ୟେକ ଚାର୍ଜର ପ୍ରାୟତଃ ଏକ ପ୍ରକାର କାମ କରିଥାଏ । ତେବେ ଘରକୁ ଆସୁଥିବା କରେଣ୍ଟ ବିଶେଷ କରି ଅଲଟରନେଟିଭ କରେଣ୍ଟ ବା ଏସି ପାଇଁ ହିଁ ହୋଇଥାଏ । କିନ୍ତୁ ମୋବାଇଲ ଭଳି କିଛି ବ୍ୟାଟେରୀ ଚାଳିତ ଉପକରଣରେ ଡିସି କରେଣ୍ଟର ଆବଶ୍ୟକତା ରହିଥାଏ । ଆଉ ଏହି କାମ କରିଥାଏ ମୋବାଇଲ ଚାର୍ଜର । ବ୍ୟାଟେରୀର ଚାର୍ଜକୁ ଷ୍ଟୋର କରିବା ସହ କରେଣ୍ଟକୁ ଏସିରୁ ଡିସିକୁ ପରିବର୍ତ୍ତନ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.